ବିମୁଦ୍ରୀକରଣ@3: ରାସ୍ତାକୁ ଓହ୍ଲାଇଛି ବିରୋଧୀ, ନୀରବ ମୋଦି ସରକାର ଓ ବିଜେପି
Advertisement

ବିମୁଦ୍ରୀକରଣ@3: ରାସ୍ତାକୁ ଓହ୍ଲାଇଛି ବିରୋଧୀ, ନୀରବ ମୋଦି ସରକାର ଓ ବିଜେପି

ଆଜି ନଭେମ୍ୱର ୮ ଓ ଏହି ଦିନଟିକୁ ଭାରତ ଇତିହାସରେ ଅବିସ୍ମରଣୀୟ ହୋଇ ରହିବ । କାରଣ ଏହି ଦିନ ମୋଦି ସରକାର ଦେଶରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । ୨୦୧୬ ନଭେମ୍ୱର ୮ର ସନ୍ଧ୍ୟା ୮ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ୱୋଧନ କରି ବିମୁଦ୍ରୀକରଣର ଲାଗୁ ହେବାର କଥା କହିଥିଲେ । ଆଜି ବିମୁଦ୍ରୀକରଣର ୩ ବର୍ଷ ପୂରଣ ହୋଇଛି । ଅନ୍ୟପଟେ କଂଗ୍ରେସ ସମେତ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । 

ପିଏମ ମୋଦି ଓ ଅମିତ ଶାହା

ତମାଲ ବାକଚି, ନୂଆଦିଲ୍ଲୀ: ଆଜି ନଭେମ୍ୱର ୮ ଓ ଏହି ଦିନଟିକୁ ଭାରତ ଇତିହାସରେ ଅବିସ୍ମରଣୀୟ ହୋଇ ରହିବ । କାରଣ ଏହି ଦିନ ମୋଦି ସରକାର ଦେଶରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । ୨୦୧୬ ନଭେମ୍ୱର ୮ର ସନ୍ଧ୍ୟା ୮ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ୱୋଧନ କରି ବିମୁଦ୍ରୀକରଣର ଲାଗୁ ହେବାର କଥା କହିଥିଲେ । ଆଜି ବିମୁଦ୍ରୀକରଣର ୩ ବର୍ଷ ପୂରଣ ହୋଇଛି । ଅନ୍ୟପଟେ କଂଗ୍ରେସ ସମେତ ବିରୋଧୀ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । 

କଂଗ୍ରେସ ରାସ୍ତାରେ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଅନ୍ୟପକ୍ଷେ ମୋଦି ସରକାର ଓ ବିଜେପି ଏହା ଉପରେ ନୀରବତା ରକ୍ଷା କରିଛନ୍ତି । ବିମୁଦ୍ରୀକରଣକୁ ନେଇ ପିଏମ ମୋଦି, ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଟ୍ୱିଟ କରି ନାହାନ୍ତି । ଏପରିକି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କୌଣସି ଟିପ୍ପଣୀ କରି ନାହାନ୍ତି । ମୋଦି ସରକାର ଓ ବିଜେପି ନୀରବ ରହିଥିବା ବେଳେ କଂଗ୍ରେସ, ଟିଏମସି, ବିଏସପି ଓ ଏସପି ପରି ବିରୋଧୀ ଦଳ କ୍ରମାଗତ ଟାର୍ଗେଟ କରି ଚାଲିଛି ।

କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିମୁଦ୍ରୀକରଣର ଆତଙ୍କୀ ଆକ୍ରମଣ ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରି ଦେଇଛି । ଏହା ଯୋଗୁଁ ଲକ୍ଷ ଲକ୍ଷ ଛୋଟ ବ୍ୟବସାୟୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି । ଲୋକ ବେକାରୀ ହୋଇଛନ୍ତି । ଏହା ଯୋଗୁଁ ବହୁ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯାଇଛି । ବିମୁଦ୍ରୀକରଣର କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ରାହୁଲ ଦାବି କରିଛନ୍ତି ।

ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ବିମୁଦ୍ରୀକରଣର ୩ ବର୍ଷ ହୋଇଯାଇଛି । ସରକାର ବିମୁଦ୍ରୀକରଣ ସମସ୍ତ ପ୍ରକାର ସମସ୍ୟାର ଔଷଧ ବୋଲି କହିଥିଲେ । ଅନ୍ୟପକ୍ଷେ ଏହା ଆମର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରି ଦେଇଛି । ବର୍ତ୍ତମାନ ଏହାର ଉତ୍ତରଦାୟୀ କିଏ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବିପର୍ଯ୍ୟୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ମୁଁ ପ୍ରଥମ ଦିନରୁ କହିଥିଲି ଏହା ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା  ଓ ଲୋକଙ୍କ ଜୀବନ ବର୍ବାଦ ହୋଇଯବି । ବର୍ତ୍ତମାନ ବିଶେଷଜ୍ଞମାନେ ମଧ୍ୟ ବିମୁଦ୍ରୀକରଣ ଦ୍ୱାରା କ୍ଷତି ହେବାର କଥା  ସ୍ୱୀକାର କରିଛନ୍ତି ବୋଲି ମମତା କହିଛନ୍ତି ।