ଆରମ୍ଭ ହେଲା ନିରଞ୍ଜନ ହଟାଓ ଅଭିଯାନ, ଜାଣନ୍ତୁ କିଏ ନେଲେ ଲିଡିଂ ରୋଲ?
Advertisement

ଆରମ୍ଭ ହେଲା ନିରଞ୍ଜନ ହଟାଓ ଅଭିଯାନ, ଜାଣନ୍ତୁ କିଏ ନେଲେ ଲିଡିଂ ରୋଲ?

ପୁଣି କଂଗ୍ରେସକୁ ଗ୍ରାସିଲା ପୁରୁଣା ରୋଗ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: କଂଗ୍ରସକୁ ଫେରିଲା ପୁରୁଣା ରୋଗ । ପିସିସି ସଭାପତି ହଟାଇବା ପାଇଁ ମେଳି ହେଲେ ନେତା । ଆରମ୍ଭ ହେଲା ପିସିସି ସଭାପତି ହଟାଓ ଅଭିଯାନ । ପାନ୍ଥନିବାସରେ ଚାଲିଲା ଗୁପ୍ତ ମନ୍ତ୍ରଣା । ଖୁବଶୀଘ୍ର ଏଆଇସିସି ନିକଟରେ ଦାବି ନେଇ ହେଲା ପ୍ରସ୍ତାବ ପାରିତ । ନିରଞ୍ଜନଙ୍କୁ ହଟାଇ ମୋକିମକୁ ସଭାପତି କରିବା ପାଇଁ ଯୋଜନା । ସେପଟେ ନିରଞ୍ଜନଙ୍କ ରୋକଠକ ବାଣୀ ଯିଏ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେ ତୁରନ୍ତୁ ତାଙ୍କୁ ଦେଖା କରନ୍ତୁ ଖୋଦ ନିରଞ୍ଜନ ହିଁ ଆଶାୟୀ ବ୍ୟକ୍ତିଙ୍କ ନାମ ଏଆଇସିସି ନିକଟରେ ସୁପାରିଶ କରିବେ । ଏଭଳି ପରିସ୍ଥିତିରେ ପୁଣିଥରେ ରାଜ୍ୟରେ ନେତୃତ୍ୱ ସଂକଟରେ କଂଗ୍ରେସ । 

ଦିନକୁ ଦିନ ଦୁର୍ବଳ ହେଉଛି ସଂଗଠନ । ଦୀର୍ଘ ୨୦ ବର୍ଷ ଧରି ମୁଖ୍ୟ ବିରୋଧୀ ଆସନରେ ବସିଥିବା କଂଗ୍ରେସ ସେ ମର୍ଯ୍ୟଦା ହରାଇ, ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଏବେ ୩ ନମ୍ବର ଦଳ ହୋଇସାରିଛି । ତଥାପି ଥମିନି ଗୋଷ୍ଠୀ କନ୍ଦଳ । ପୁଣିଥରେ କଂଗ୍ରେସକୁ ଗ୍ରାସିଛି ପୁରୁଣା ରୋଗ । ପିସିସି ସଭାପତି ହଟାଇବା ପାଇଁ ବସିଲାଣି ଗୁପ୍ତ ବୈଠକ, ନେତୃତ୍ୱ ପରିବର୍ତ୍ତନ ନେଇ ବହିଲାଣି ହାୱା । ନିରଞ୍ଜନଙ୍କ ବିରୋଧରେ ନେତା ମେଳି ବାନ୍ଧିଥିବା ଆରମ୍ଭ କରିଥିବା ବେଳେ, ବାପି ସର୍ଖେଲ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ନିରଞ୍ଜନଙ୍କୁ ହଟାଇ ବିଧାୟକ ମହମ୍ମଦ ମୋକିମକୁ ପିସିସି ସଭାପତି କରିବା ପାଇଁ ଜୋର ଧରିଛି ଦାବି । ଏ ନେଇ ବହୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହେବା ସହ ଏ ସଂପର୍କରେ ଏଆଇସିସିକୁ ଜଣାଇବା ପାଇଁ ସ୍ଥିର ହୋଇଛି ।...

ସେପଟେ କଂଗ୍ରେସରେ ବିଦ୍ରୋହ ନେଇ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ କଂଗ୍ରେସର ଏହା ଏକ ପୁରୁଣା ରୋଗ । କିଛିଦିନ ନିରବତା ପରେ ପୁଣି ଏହି ରୋଗ ମାତିଛି । ଯିଏ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ସିଧାସଳଖ ଆସି କୁହନ୍ତୁ ବୋଲି ଆହ୍ବାନ ଦେଇଛନ୍ତି । ନଚେତ ହଟାଇବା ପାଇଁ ଏଆଇସିସି ନିକଟରେ ଦାବି କରନ୍ତୁ  ।