• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ସୋନୁ ବିଜେପି ଏଜେଣ୍ଟ: କଂଗ୍ରେସ

ସୋନୁ ବିଜେପି ଏଜେଣ୍ଟ: କଂଗ୍ରେସ

ସୋନୁଙ୍କୁ ନେଇ ଘନଉଛି ରାଡନୀତି

Edited ByZee Odisha Desk
Published: Jun 04, 2020, 02:07 PM IST|Updated: Jun 04, 2020, 02:08 PM IST
joinshare
ସୋନୁ ବିଜେପି ଏଜେଣ୍ଟ: କଂଗ୍ରେସ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ମାଛ ଧରି ଫେରୁଥିବା ବେଳେ ଅଘଟଣ, ସମୁଦ୍ର ଲହରୀ ନେଇଗଲା ୨୯ ବର୍ଷୀୟ ମତ୍ସ୍ୟଜୀବୀଙ୍କ ଜୀବନ

    ମାଛ ଧରି ଫେରୁଥିବା ବେଳେ ଅଘଟଣ, ସମୁଦ୍ର ଲହରୀ ନେଇଗଲା ୨୯ ବର୍ଷୀୟ ମତ୍ସ୍ୟଜୀବୀଙ୍କ ଜୀବନ

    2

    Traffic Advisory: ରାଜଧାନୀରେ ବଡ଼ ଟ୍ରାଫିକ୍ ଆଡଭାଇଜରି, ଏହି ରାସ୍ତାରେ ଯିବାକୁ ମନା...

    3

    ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ: ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

    4

    ମାଛ ଉପରେ ବାବା ବାଗେଶ୍ୱରଙ୍କ ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା

    5

    Top 10 News: UAE ଯିବେ ମୁଖ୍ୟମନ୍ତ୍ରୀ, ବର୍ଷା ନେଇ ଆଲର୍ଟ ଜାରି ଓ ଅନ୍ୟ ଖବର

    ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟର ହାତ ବଢାଇଛନ୍ତି ଅଭିନେତା ସୋନୁ ସୁଦ। କୋରୋନା ଲକଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫସି ରହିଥିବା ବେଳେ ସେମାନଙ୍କୁ ଘରକୁ ପଠାଇବାରେ ନିଜ ଖର୍ଚ୍ଚରେ ସାହାଯ୍ୟ ଯୋଗାଇ ଦେଉଛନ୍ତି ସୋନୁ। ମହାରାଷ୍ଟ୍ରର ଧୁ ଧୁ ଖରାବେଳେ ଖାଲିପାଦରେ ଚାଲି ଯାଉଥିବା କିଛି ଶ୍ରମିକଙ୍କୁ ମଧ୍ୟ ନିଜ ଖର୍ଚ୍ଚରେ ବସ  ଯୋଗାଇ ଦେଇଆସୁଛନ୍ତି। ଏଥିପାଇଁ ତାଙ୍କୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଛି। ଏପରିକି ତାଙ୍କୁ ଶ୍ରମିକମାନଙ୍କ ଭଗବାନ ବୋଲି ମଧ୍ୟ ତାଙ୍କୁ ସମ୍ବୋଧନ କରୁଛନ୍ତି। 

    ସେପଟେ ସୋନୁ ମଧ୍ୟ ବିନା ବିଶ୍ରାମରେ ଅନବରତ ଭାବେ ସହାୟତାର ହାତ ବଢାଇ ଆସୁଛନ୍ତି। ଏପରିକି ସେ ଏକ ହେଲପାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। ତେବେ ସୋନୁଙ୍କର ଏହି ସହାୟତା ଦେଶର କିଛି ଲୋକଙ୍କୁ ପସନ୍ଦ ଆସୁନଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡ଼ିଆରେ କିଛି ଲୋକ ସୋନୁଙ୍କୁ ସମାଲୋଚନା କରିବା ସହିତ ବିରୋଧ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ସମାଲୋଚକଙ୍କ ମଧ୍ୟରେ କିଛି କଂଗ୍ରେସ ନେତା ମଧ୍ୟ ରହିଥିବା ଦେଖିବାକୁ ମିଳିଛି। 

    ଏହି ସହାୟତା ପାଇଁ ସୋନୁଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ କହିଛି ଯେ, ସୋନୁ ବର୍ତ୍ତମାନ ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ବିଜେପି ଯେଉଁଭଳି ଭାବେ ନିର୍ଦ୍ଦେଶ ଦେଉଛି ସେହିଭଳି ଭାବେ କାର୍ଯ୍ୟ କରୁଛନ୍ତି। ଏଠାରେ କହିରଖୁଛୁ ଯେ, ଗତ ଶନିବାର ମେ ୩୦ ତାରିଖରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କୁ ରାଜଭବନରେ ସୋନୁ ଭେଟିଥିଲେ। ଏହା ପରେ ସୋନୁଙ୍କୁ ଲଗାତାର ଭାବେ ସୋସିଆଲ ମିଡ଼ିଆରେ ସମାଲୋଚନା ଆରମ୍ଭ କରାଯାଇଛି। କଂଗ୍ରେସ ଅଭିଯୋଗ କରି ଆହୁରି ମଧ୍ୟ କହିଛି ଯେ, ସୋନୁ ରାଜ୍ୟରେ ଏଥିପାଇଁ ଭଲ କାମ କରୁଛନ୍ତି। ଯାହାର ଫଳ ସ୍ୱରୂପ ରାଜ୍ୟରେ କଂଗ୍ରେସ, ଶିବସେନା ଓ ଏନସିପିର ମେଣ୍ଟ ସରକାରକୁ ଭୁଲ ସାବ୍ୟସ୍ତ କରାଯାଇପାରିବ ବୋଲି କଂଗ୍ରେସ କହିଛି। 

    କେବଳ ଏତିକି ନୁହେଁ, କଂଗ୍ରେସ ସୋନୁଙ୍କୁ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ସହିତ ମଧ୍ୟ ତୁଳନା କରାଯାଇଛି। ସୂଚନାଯୋଗ୍ୟ ଆନ୍ନା ହଜାରେ ଇଣ୍ଡିଆ ଏଗେନଷ୍ଟ କରପସନ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ପରେ ଦିଲ୍ଲୀରେ ସରକାର ଗଢିଥିବା ଆମଆଦମୀ ପାର୍ଟୀ ତଥା ଆପ ଜନ୍ମ ନେଇଥିଲା। ପରବର୍ତ୍ତି ସମୟରେ ଦିଲ୍ଲୀରୁ କଂଗ୍ରେସକୁ ମୂଳପୋଛ କରିଥିଲା ଆପ। ସେହିଭଳି ଭାବରେ ସୋନୁଙ୍କ ନେତୃତ୍ୱରେ  କୌଣସି ରାଜନୈତିକ ଦଳ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛି କଂଗ୍ରେସ। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। 

    Add Zee News as a Preferred Source
    TAGS:
    Sonu sood
    congress
    BJP
    Attack
    social media