Advertisement
Article Detail0/zeeodisha/odisha692935
Zee OdishaOther Newsବିବାଦୀୟ ନକ୍ସା ମାମଲା: ଆଇନଗତ ମାନ୍ୟତା ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବ ନେପାଳ

ବିବାଦୀୟ ନକ୍ସା ମାମଲା: ଆଇନଗତ ମାନ୍ୟତା ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବ ନେପାଳ

ଜାରି କରିଥିବା ବିବାଦୀୟ ନକ୍ସାକୁ ଆଇନଗତ ମାନ୍ୟତା ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବ ନେପାଳ |

ବିବାଦୀୟ ନକ୍ସା ମାମଲା: ଆଇନଗତ ମାନ୍ୟତା ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବ ନେପାଳ

ନୂଆଦିଲ୍ଲୀ: ଦେଶର ନୂତନ ଭୌଗୋଳିକ ନକ୍ସା ଜାରି କରିବାକୁ ଚର୍ଚ୍ଚା ରହିଛିସ ନେପାଳ | ଯାହାକୁ ଭାରତ ପକ୍ଷରୁ ବିରୋଧ କରାଯିବା ସହ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଦେଖାଯାଇଛି | ଏହି ବିବାଦୀୟ ନକ୍ସାକୁ ଆଇନଗତ ମାନ୍ୟତା ଦେବା ପାଇଁ ଜୁନ ୯ ତାରିଖ ମଙ୍ଗଳବାର ସମ୍ବିଧାନ ସଂଶୋଧନ କରିବେ ନେପାଳ ସରକାର | ଏ ମାମଲାରେ ରାଷ୍ଟ୍ରପତି ହସ୍ତାକ୍ଷାର କରି ସାରିବା ପରେ ଏହାକୁ ଆଇନଗତ ମାନ୍ୟତା ମିଳିବ |

ଏକ ବିବାଦୀୟ ନକ୍ସା ଜାରି କରି ଲିପୁଲେଖ, କାଲାପାନି, ଲିମ୍ପିୟାଧୁରା ପ୍ରଭୂତି ଭାରତୀୟ ଅଞ୍ଚଳକୁ ନିଜର ବୋଲି ନେପାଳ ପକ୍ଷରୁ ଦର୍ଶାଯାଇଥିଲା | ଏହାକୁ ଆଇନଗତ ମାନ୍ୟତା ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସେଠାକାର ସରକାର | ଏଥିପାଇଁ ନେପାଳ ସରକାରଙ୍କ ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶିବମାୟା ତୁମ୍ବାହାଁଗଫେ ଦେଶୀର ସଂସଦର ନିମ୍ନ ସଦନରେ ମେ ୩୧ ତାରିଖରେ ନେପାଳ ମାନଚିତ୍ର ସମ୍ବିଧାନିକ ସଂଶୋଧନ ବିଧେୟକ ଉପସ୍ଥାପିତ କରିଥିଲେ |  
  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଧାରଚୁଲାରୁ ଲିପୁଲେଖ ପର୍ଯ୍ୟନ୍ତ ଏକ ସଡକ ଉଦଘାଟନ କରାଯିବା ପରେ ନେପାଳ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯାଇଥିଲା | ଏହି ରାସ୍ତା ମାଧ୍ୟମରେ କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଲାଗୁଥିବା ସମୟକୁ କମ କରାଯାଇ ପାରିବ | ନେପାଳ ପକ୍ଷରୁ ଏହି ଅଞ୍ଚଳକୁ ଦର୍ଶାଯାଇଥିଲା |

ଏହି ମାମଲାରେ କାଠମାଣ୍ଡୁରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କ ନିକଟରେ ନେପାଳ ସରକାରଙ୍କ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାବଲି ନିଜର ବିରୋଧ ଦର୍ଶାଇଥିଲେ |  ଏହା ପରେ ନେପାଳ ରାଷ୍ଟ୍ରପତି ଦେଶର ସଂସଦର ମିଳିତ ଅଧିବେସନକୁ ସମ୍ବୋଧିତ କରି କହିଥିଲେ ଦେଶର ନୂତନ ନକ୍ସା ଜାରି କରାଯିବ | ଯେଉଁଥିରେ ନେପାଳର ସମସ୍ତ ଅଞ୍ଚଳକୁ ଦର୍ଶାଯିବ | 

Add Zee News as a Preferred Source

ଭାରତ ପକ୍ଷରୁ ଏହାର  ବିରୋଧ କରାଯିବା ସହ  ନେପାଳର ଏପରି ମାନଚିତ୍ର ପରିବର୍ତ୍ତନ କରିବାକୁ ସ୍ୱୀକାର କରାଯିବ ନାହିଁ | ଏନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ପ୍ରତିକ୍ରିୟା ରଖି କହିଥିଲେ, ନେପାଳ ସରକାକରଙ୍କ ପକ୍ଷରୁ ସରକାରୀ ଭାବେ ଜାରି କରାଯାଇଥିବା ନକ୍ସାରେ ଅନେକ ଭାରତୀୟ ଅଞ୍ଚଳକୁ ଦର୍ଶାଯାଇଛି | ଏହା ଏକତରଫା ନିଷ୍ପତ୍ତି ଏବଂ ଐତିହାସିକତ ତଥ୍ୟ ଉପରେ ଆଧାରିତ ନୁହେଁ |  

ଭାରତ-ନେପାଳ ମଧ୍ୟରେ ଚାଲିଥିବା ସୀମା ବିବାଦ କୌଣସି ନୂଆ କଥା ନୁହେଁ |  ୧୮୧୬ ମସିହାରେ ହୋଇଥିବା ଚୁକ୍ତି ଅନୁସାରେ ତତ୍କାଳୀନ ନେପାଳର ରାଜା କାଲାପାନି ଏବଂ ଲିପୁଲେଖ ସମେତ ଅନ୍ୟ କେତେକ ଅଞ୍ଚଳକୁ ସେତେବେଳେ ଭାରତକୁ ଶାସନ କରୁଥିବା ଇଂରେଜ ସରକାରଙ୍କୁ ହସ୍ତାନ୍ତର କରିଥିଲେ |