Advertisement
Article Detail0/zeeodisha/odisha695898
Zee OdishaOther Newsବିବାଦୀୟ ନକ୍ସା ମାମଲା: ଭାରତର ପ୍ରସ୍ତାବକୁ ନେପାଳର ଅଣଦେଖା

ବିବାଦୀୟ ନକ୍ସା ମାମଲା: ଭାରତର ପ୍ରସ୍ତାବକୁ ନେପାଳର ଅଣଦେଖା

ବିବାଦୀୟ ନକ୍ସା ମାମଲାରେ ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅଣଦେଖା କରିଛି ନେପାଳ |   

ବିବାଦୀୟ ନକ୍ସା ମାମଲା: ଭାରତର ପ୍ରସ୍ତାବକୁ ନେପାଳର ଅଣଦେଖା

ନୂଆଦିଲ୍ଲୀ: କାଲାପାନି, ଲିପୁଲେଖ, ଲିମ୍ପିୟାପୁର ପ୍ରଭୃତି ଭାରତୀୟ ଅଞ୍ଚଳକୁ ଦେଶର ଭୌଗୋଳିକ କ୍ଷେତ୍ର ମଧ୍ୟରେ ସାମିଲ କରିବାକୁ ନେଇ ଆଗତ ପ୍ରସ୍ତାବକୁ ନେପାଳ ଜାତୀୟ ସଂସଦର ନିମ୍ନ ସଦନ ମଞ୍ଜୁରୀ ପ୍ରଦାନ କରିଛି | ଔପଚାରିକତା ଦୃଷ୍ଟିକୋଣରୁ ଏହାକୁ ଉଚ୍ଚସଦନରେ ଉପସ୍ଥାପନ କରାଯିବ | ସଂସଦର ଉଭୟ ଗୃହରେ ଏହି ପ୍ରସ୍ତାବ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଏହା ଆଇନରେ ପରିଣତ ହେବ |    

ବିବାଦୀୟ ନକ୍ସା ଜାରି କରିବା ମାମଲାରେ ନେପାଳ ଅଧିବାସୀଙ୍କ ପକ୍ଷରୁ ଦେଶର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଚେତାବନୀ ଦିଆଯିବା ସହ ଜଣାଇ ଦିଆଇଛିଯାଇଛି ଏହାବ ଦ୍ୱାରା ଭାରତ ସହ ସମ୍ପର୍କ ଖରାପ ହେବ | ହେଲେ ଗୁରୁତ୍ୱ ଦେଇନାହାଁନ୍ତି ପ୍ରଧାନମନ୍ତ୍ରୀ ଓଲି | ଏହି ପ୍ରସଙ୍ଗରେ ନେପାଳ ସରକାରଙ୍କ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗୟାୱାଲୀଙ୍କ ପକ୍ଷରୁ ଦିଆଯାଇଥିବା ବିବୃତ୍ତିକୁ ଭାରତୀୟ ବୈଦେଶିକ ବ୍ୟାପର ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି | 

ନେପାଳ ସହ ଆଲୋଚନା ହେବା ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି |  ଦେଶର ନୂତନ ନକ୍ସା ଜାରି କରାଯିବା ମାମଲାରେ ଦେଶର ସଂସଦରେ ସାଂସଦଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ନେପାଳ ସରକାରଙ୍କ ବିଦେଶ ମନ୍ତ୍ରୀ କହିଥିଲେ, ଭାରତ ଚୀନ୍ ସହ ଆଲୋଚନା କରିବାକୁ ପ୍ରସ୍ତୁତ କିନ୍ତୁ ନେପାଳର ପ୍ରସ୍ତାବକୁ ଅଣଦେଖା କରୁଛି | ଯାହା ଆଶ୍ଚର୍ଯ୍ୟଜନକ |

Add Zee News as a Preferred Source

ନେପାଳ ସରକାରଙ୍କ ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ବୟାନକୁ ଯାଞ୍ଚ କରାଯିବା ପରେ ଏହା ମିଥ୍ୟ ବୋଲି ଜଣାପଡିଛି | ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସପ୍ତାହେ ପୂର୍ବେ ଦ୍ୱିପାକ୍ଷିକ ଆଲୋଚନା କରିବା ନେଇ ନେପାଳକୁ ପ୍ରସ୍ତାବ ଦିଆଯାଇଥିଲା | ମାତ୍ର ଏହାକୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗୁରୁତ୍ୱ ଦେଇନଥିଲେସ କିମ୍ବା ଏହା ପ୍ରତି କୌଣସି ଆଗ୍ରହ ଦେଖାଇନଥିଲେ |  

ଦେଶର ନୂତନ ଭୌଗୋଳିକ ନକ୍ସା ଜାରି ପ୍ରସଙ୍ଗରେ ସଂସଦରେ ଆଗତ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ପଛକୁ ହଟିବା ପାଇଁ ପ୍ରସ୍ତୁତ ନଥିଲେ କେପି ଶର୍ମା ଓଲି | ଏଥିପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ଦ୍ୱିପାକ୍ଷିକ ଆଲୋଚନା ନିମନ୍ତ୍ରଣକୁ ସ୍ୱୀକାର କରିନଥିଲେ ସେ | ଭାରତ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ ନିଜ ଦଳରେ ନିଜର ସ୍ଥିତି ମୁଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ନେପାଳ ପ୍ରଧାନମନ୍ତ୍ରୀ  |