ପୋଲିସ ବାବୁଙ୍କ ଟ୍ୱିଟର ପ୍ରୀତି: ଭଲାଇ କା ତୋ ଜମାନା ଉଠ୍ ଗୟା...
Advertisement

ପୋଲିସ ବାବୁଙ୍କ ଟ୍ୱିଟର ପ୍ରୀତି: ଭଲାଇ କା ତୋ ଜମାନା ଉଠ୍ ଗୟା...

ଓ୍ୱି କେୟାର, ଓ୍ୱି ଡେୟାର... ଏଭଳି କିଛି ନାରା ଦେଇ କଟକ-ଭୁବନେଶ୍ୱର କମିଶନରେଟ ପୋଲି ସୁରକ୍ଷା ପାଇଁ ସଦା ତତ୍ପରତା ପ୍ରକାଶ ଦେଖାଉଛି। ମାତ୍ର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୋସିଆଲ ମିଡ଼ିଆରେ ଜଣେ ମହିଳାଙ୍କୁ କଟାକ୍ଷ କରିବା ନିଶ୍ଚିତ ପକ୍ଷେ ନିନ୍ଦନୀୟ ତଥା ଆଲୋଚନାର ବିଷୟ।

ଭଲାଇ କା ତୋ ଜମାନା ଉଠ ଗୟା

ଭୁବନେଶ୍ୱର: ଓ୍ୱି କେୟାର, ଓ୍ୱି ଡେୟାର... ଏଭଳି କିଛି ନାରା ଦେଇ କଟକ-ଭୁବନେଶ୍ୱର କମିଶନରେଟ ପୋଲି ସୁରକ୍ଷା ପାଇଁ ସଦା ତତ୍ପରତା ପ୍ରକାଶ ଦେଖାଉଛି। ମାତ୍ର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୋସିଆଲ ମିଡ଼ିଆରେ ଜଣେ ମହିଳାଙ୍କୁ କଟାକ୍ଷ କରିବା ନିଶ୍ଚିତ ପକ୍ଷେ ନିନ୍ଦନୀୟ ତଥା ଆଲୋଚନାର ବିଷୟ।

fallback

ଦିଲ୍ଲୀର ରାଧିକା ରାଧାକ୍ରିଷ୍ଣା(ଟ୍ୱିଟର ହ୍ୟାଣ୍ଡେଲରୁ ଦେଇଥିବା ତଥ୍ୟ ଅନୁଯାୟୀ) ଆଜି ଟ୍ୱିଟର ପେଜରେ ତାଙ୍କ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଥିଲେ। ବିଗତ ୬ ମାସ ମଧ୍ୟରେ ତାଙ୍କ ଘର ମାଲିକ ଘରୁ ବିନା କାରଣରେ ଦୁଇ ଦୁଇଥର ବାହାର କରିଦେଇଥିବା ନେଇ ଦର୍ଶାଇଥିଲେ। ଏହା ସହିତ ସେ ସହାୟତା ପାଇଁ ମଧ୍ୟ ଅନୁରୋଧ କରିଥିଲେ।

fallback

ତାଙ୍କର ଏହି ସମସ୍ୟାକୁ କିନ୍ତୁ ବେଶ ହାଲୁକା ଭାବେ ନେଇଥିଲେ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ଅରୁଣ ବୋଥ୍ରା। ତାଙ୍କ ସହାୟତା କରିବା ତଥା ଉପଦେଶ ଦେବା ପାଇଁ ଅନୁମତି ମଧ୍ୟ ମାଗିଥିଲେ। ଉକ୍ତ ମହିଳା ଜଣକ ଅନୁମତି ମଧ୍ୟ ପ୍ରଦାନ କରିଥିଲେ। ଅନୁମତି ମିଳିବା ପରେ ତାଙ୍କର କଟାକ୍ଷ କରିବା ଆରମ୍ଭ କରିଦେଇଥିଲେ ଅରୁଣ। ଅରୁଣ ତାଙ୍କ ଟ୍ୱିଟର ପେଜରେ ଉଲ୍ଲେଖ କରିଥିଲେ ଯେ, ତୁମର ପରବର୍ତ୍ତି ଘର ମାଲିକକୁ ଟ୍ୱିଟରରେ ଫଲୋ କରିବାକୁ ଅନୁମତି ଦିଅନ୍ତୁ ନାହିଁ। ଏଭଳି କିଛି ଲେଖି ବେଶ ମଜାକ ଉଡ଼ାଇଥିଲେ ଅରୁଣ। 

fallback

କେବଳ ଏତିକିରେ ଥମି ନଥିଲା ଅରୁଣଙ୍କ କଟାକ୍ଷ। ଏହାପରେ ଅରୁଣଙ୍କ ଜବାବ ମଧ୍ୟ ବେଶ କଡ଼ା ଭାଷାରେ ଦେଇଥିଲେ ରାଧିକା ନାମ୍ନି ଉକ୍ତ ମହିଳା। ସେ ଲେଖିଥିଲେ କି, ଏ ହେଉଛନ୍ତି ଆମ ଦେଶର ପୋଲିସ। ଏମାନେ ଦେଶର ନିୟମ କାନୁନର ରକ୍ଷା କରିବା ପରିବର୍ତ୍ତେ ଏଗୁଡ଼ିକର ମଜାକ ଉଡାଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ କି, ଜଣେ ମହିଳା ଅସହାୟରେ ପଡ଼ି ସହାୟତା ମାଗୁଥିବା ବେଳେ ଏଭଳି କିଛି ଭାଷାରେ ପୋଲିସ ପ୍ରତିକ୍ରିୟା ରଖୁଛି ବୋଲି ସେ କହିଥିଲେ। 

fallback

ଏହାର ଜବାବରେ ଅରୁଣ ହିନ୍ଦୀରେ ଆପ ତୋ ନାରାଜ ହୋ ଗଏ ବୋଲି ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ ଲେଖିଥିଲେ କି ଭଲାଇ କା ତୋ ଜମାନା ଉଠ ଗଏ... ଏଭଳି କିଛି ଭାଷାରେ ଉକ୍ତ ମହିଳାଙ୍କୁ ସୋସିଆଲ ମିଡିଆରେ ବେଶ ଅପଦସ୍ତ କରିଥିଲେ ସେ। 

ଅଧିକ ପଢନ୍ତୁ: ଶିକ୍ଷିତ ହେବା ପରେ ମଧ୍ୟ ଦେଶର ଯୁବକ ବେକାରୀ କାହିଁକି ?

ଉଭୟ ରାଧିକା ଓ ଅରୁଣଙ୍କ ଟ୍ୱିଟର ଜବାବ ମଧ୍ୟ ଦେଇଛନ୍ତି ଟ୍ୱିଟର ହ୍ୟାଣ୍ଡେଲକାରୀ।  କିଛି ଏହାକୁ ସମର୍ଥନ କରିଥିବା ବେଳେ ଅନ୍ୟ କିଛି ସମାଲୋଚନା ମଧ୍ୟ କରିଛନ୍ତି। ସେପଟେ ଜଣେ ପୋଲିସ ଅଧିକାରୀଙ୍କ ଏଭଳି ଆଚରଣକୁ ନେଇ ମଧ୍ୟ ପ୍ରଶ୍ନ ଛିଡ଼ା କରିଛି।