'ବନ୍ଦେ ଉତ୍କଳ ଜନନୀ' ଓ ବିବାଦ ପାର୍ଟ-୧
Trending Photos
)
ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଂଗୀତ 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି। ଯାହା ପ୍ରତିଟି ଓଡ଼ିଆ ପାଇଁ ଗର୍ବ ଆଉ ଗୌରବର ବିଷୟ। ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ କ୍ୟାବିନେଟ ବୈଠକ ଡକାଇ ଏହି ପ୍ରସ୍ତାବକୁ ପାରିତ କରିଛନ୍ତି। ପାରିତ ହେବା ପରେ ଏହି ସଂଗୀତ ରାଜ୍ୟ ସଂଗୀତ ଭାବେ ମାନ୍ୟତା ପାଇଛି। ଏହା ପୂର୍ବରୁ ଅଦୃଶ୍ୟ ଶକ୍ତି କୋରୋନା ଭାଇରସ ସହିତ ଲଢୁଥିବା ପ୍ରତ୍ୟେକ ଯୋଦ୍ଧାଙ୍କୁ ସମ୍ମାନୀତ କରିବା ଉଦ୍ଦେଶ୍ୟ ଗତ ୩୧ ତାରିଖରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ନବୀନ ପଟ୍ଟନାୟକ ଆହ୍ୱାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମ୍ମାନ ଜଣାଇ ଦେଶ, ରାଜ୍ୟ ତଥା ରାଜ୍ୟ ବାହାରେ ଏହି କାଳଜୟୀ ସଂଗୀତକୁ ଗାନ କରିଥିଲେ।
ସେ ଯାହାବି ହେଉ, ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ପକ୍ଷେ ପ୍ରଶଂସାଯୋଗ୍ୟ। କାରଣ ରାଜ୍ୟରେ ଅନେକ ସରକାର ଶାସନ କରିସାରିଛନ୍ତି। ମାତ୍ର ଏଭଳି ଦୁଃସାହାସ କୌଣସି ସରକାର କରିନାହାନ୍ତି ବା ଦେଖାଇନାହାନ୍ତି। ହଁ, ବିଜୁ ପଟ୍ଟନାୟକଙ୍କ ଅମଳରେ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ପ୍ରୟାସ କରାଯାଇଥିଲା। ନବୀନ ସରକାରଙ୍କ ଅମଳରେ ମଧ୍ୟ ଏହାକୁ ମାନ୍ୟତା ଦେବା ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହୋଇ ପାରିନଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି। ଯାହାପାଇଁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଶ୍ରେୟ ମଧ୍ୟ ଦେଇଛନ୍ତି।
ବିବାଦ କାହିଁକି ?
କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାଯୋଗ୍ୟ ପଦକ୍ଷେପ ରାଜ୍ୟର କିଛିକାଂଶରେ ବିବାଦ ମଧ୍ୟ ଛିଡ଼ା କରିଛି। ଏହି ବିବାଦ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଦେଖାଦେଇଛି। ଏହି ସଂଗୀତକୁ ରାଜ୍ୟ ସଂଗୀତ ଭାବେ ରାଜ୍ୟବାସୀ ସ୍ୱାଗତ କରିଛନ୍ତି। ମାତ୍ର ସଂଗୀତରେ ଲେଖା ଯାଇଥିବା କିଛି ଶବ୍ଦକୁ ନେଇ ଏହି ବିବାଦ ମୁଣ୍ଡ ଟେକିଛି। ବିବାଦର ମୁଳ କାରଣ ଭାବେ ଦର୍ଶାଯାଇଛି ଯେ, ଏଥିରେ ଉଚ୍ଚାରଣ କରାଯାଉଥିବା ବା ଲେଖାଯାଇଥିବା କିଛିଟା ଶବ୍ଦ ତଥା ନାମକୁ ସରକାର ପରିବର୍ତ୍ତନ କରନ୍ତୁ। ଏହି ନାମକୁ ପରିବର୍ତ୍ତନ କରିବା ପରେ ତାହା ସ୍ୱୟଂସମ୍ପୂର୍ଣ୍ଣ ରାଜ୍ୟ ସଂଗୀତର ମାନ ତୁଲାଇବ ବୋଲି ଦାବି କରାଯାଇଛି।
ସଂଗୀତରେ ଲିଖିତ ପ୍ରତିଟି ଶବ୍ଦ ରାଜ୍ୟର ପାଣିପବନ, ମାଟି, ଶିକ୍ଷା, ଭୌଗୋଳିକ ପରିସ୍ଥିତିକୁ ଉପସ୍ଥାପନ କରିଥାଏ। ତାହା ଏକ ଭିନ୍ନ ପ୍ରସଂଗ। ପରବର୍ତ୍ତୀ ଆଲେଖ୍ୟରେ ତାହାକୁ ଆମେ ବ୍ୟାଖ୍ୟା କରିବା। ସଂଗୀତ ରଚନା କରିବା ସମୟ ଓ ବର୍ତ୍ତମାନ ମଧ୍ୟରେ କେତେ ପରିବର୍ତ୍ତନ ଆସିଛି ତାହା ଉପରେ ଆମେ ଆଲୋଚନା କରିବା। କିନ୍ତୁ ମୁଳ ପ୍ରସଂଗ ହେଉଛି ଯେ, ନାମକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଛି ତାହା କେତେ ଯୁକ୍ତିଯୁକ୍ତ। ସଂଗୀତରେ ଲିଖିତ 'ଉତ୍କଳ' ପ୍ରସଂଗକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଭିଯୋଗ ହୁଏ କି, ଉତ୍କଳ ହେଉଛି ରାଜ୍ୟ କିଛି ଅଂଶକୁ ବୁଝାଏ। ମାତ୍ର ସମ୍ପୂର୍ଣ୍ଣ ରାଜ୍ୟକୁ ଏହା ବୁଝାଏ ନାହିଁ। ତେଣୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ପୂର୍ବରୁ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଦାବି ହୁଏ। ଯଦି ସରକାର ଏହା ନ କରୁଛନ୍ତି, ତେବେ ସରକାର ଅନ୍ୟ ଏକ ସଂଗୀତ ପ୍ରସ୍ତୁତ କରନ୍ତୁ ବୋଲି ଦାବି ହୋଇଛି। ତେବେ ଏହି ମହାଦ୍ରୁମ ଓଡ଼ିଶାର ଏହି ବିବାଦ ଯେ ଭବିଷ୍ୟତରେ ମହାବିବାଦର ରୁପ ନେବାର ସଂକେତ ମଧ୍ୟ ଦେଉଛି।
ସ୍ରଷ୍ଟା ଓ ସୃଷ୍ଟି
କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ର ୧୯୧୨ ମସିହାରେ ଏହି କାଳଜୟୀ ସଂଗୀତକୁ ରଚନା କରିଥିଲେ। ତତ୍କାଳୀନ ବ୍ରିଟିଶ ଭାରତର ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ଏହି ସଂଗୀତ ପ୍ରମୁଖ ଭୁମିକା ନିର୍ବାହ କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା କେବଳ ଗୋଟିଏ ସଂଗୀତ ନୁହେଁ, ଏହା ଯେ ଓଡ଼ିଆ ଜାତିର ସ୍ୱାଭିମାନ ମଧ୍ୟ।
୧୯୧୨ କାଳଜୟୀ ସଂଗୀତକୁ ପ୍ରଥମ ଥର ପାଇଁ ବାଲେଶ୍ୱରରେ ଗାନ କରାଯାଇଥିଲା। ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ଏକତ୍ରିତ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଲଢୁଆ ଯୋଦ୍ଧାଙ୍କୁ ବଳ ଯୋଗାଇଥିଲା। ଆଫଗାନ, ମୋଗଲ, ମରାଠା, ବ୍ରିଟିଶ ଓ ପରେ ବଙ୍ଗଳା ନିକଟରେ ଓଡ଼ିଶା ନିଜ ପରିଚୟ ହରାଇ ବସିଥିଲା। ସମୟ କ୍ରମେ ଭୋଗୋଳିକ ପରିବର୍ତ୍ତନ କାରଣରୁ ସେହି ସମୟରେ ମାଦ୍ରାସ ପ୍ରେସିଡେନ୍ସିରୁ ୟୁନାଇଟେଡ଼ ପ୍ରୋଭିନ୍ସ ଓ ପରେ ବେଙ୍ଗଲ ପ୍ରୋଭିନ୍ସରୁ ଅଲଗା ହୋଇଥିଲା। ଯାହା ଫଳରେ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା। ଫଳରେ ଏହି ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ଏକତ୍ର କରିବା ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା। ଆଧୁନିକ ଓଡ଼ିଶା ଗଢିବା ପାଇଁ କାନ୍ତକବି ଏହି ସଂଗୀତକୁ ରଚନା କରିଥିଲେ।
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ଏହା ରାଜ୍ୟ ସଂଗୀତର ମାନ୍ୟତା ଏକରକମ ପାଇଥିଲା । ୧୯୯୦ ମସିହାରେ ଓଡ଼ିଶା ସରକାର ରାଜ୍ୟର ସବୁ ସ୍କୁଲର ପ୍ରାର୍ଥନା ଆରମ୍ଭରେ ଏହାର ଗାୟନକୁ ବାଧ୍ୟତାମୁଳକ କରିଥିଲେ । ଏହାସହ ବିଧାନସଭା ଅଧିବେଶନର ଶେଷରେ ମଧ୍ୟ ଏହାର ଗାୟନକୁ ବାଧ୍ୟତାମୂଳକ କରାଯାଇଥିଲା । ଏହାସହ ବନ୍ଦେ ଉତ୍କଳ ଜନନୀ ଗାୟନ କାଳରେ ସାବଧାନତା ପୂର୍ବକ ଛିଡ଼ା ହେବା ମଧ୍ୟ ବାଧ୍ୟତାମୂଳକ ।
ଭୌଗୋଳିକ ଇତିହାସ କଣ କହେ
ବିଭିନ୍ନ ପୁରାଣରେ ଉତ୍କଳର ଅଞ୍ଚଳ ବର୍ଣ୍ଣନା କରାଯାଇଛି । ଉତ୍କଳ, ମେକାଲା, କଳିଙ୍ଗ, ଦର୍ଶନ ଏବଂ ଆନ୍ଧ୍ର ଦେଶ ସହ ମିଳିତ ହୋଇ ମହାଭାରତରେ ଦେଖାଯାଏ । ପରମ୍ପରା ଉତ୍କଳର ଉତ୍ପତ୍ତି ସହ ଜଡିତ ଯାହାକି ବୈଷ୍ଣବ ମନୁ ଯିଏ ଭାରତର ରାଜାମାନଙ୍କ ମଧ୍ୟରେ ଉଲ୍ଲେଖ କରନ୍ତି । କୁହାଯାଏ ଯେ ମନୁଙ୍କ ଦଶ ପୁଅଙ୍କ ମଧ୍ୟରୁ ଇଲା-ସୁଦୁମନା, ପୁରୁଷ ଏବଂ ମହିଳା ଭାବରେ ବିକଳ୍ପ ହୋଇ ଉତ୍କଳ, ଗୟା, ବିନିତାସଭା ଏବଂ ପୁରଙ୍କୁ ଜନ୍ମ ଦେଇଥିଲେ। ସେ ମନୁଙ୍କଠାରୁ ପ୍ରାପ୍ତ ଅଞ୍ଚଳର ଅଂଶକୁ ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ବାଣ୍ଟିଥିଲେ ଏବଂ ଉତକାଲା ଅଧୀନରେ ଆସିଥିବା ଜମି ଉତ୍କଳ ନାମରେ ଜଣାଶୁଣା।
ଏହି ଭୌଗୋଳିକ ନାମ ରାମାୟଣରେ ମଧ୍ୟ ଉଲ୍ଲେଖ ରହିଛି ଏବଂ କିଛି ପଣ୍ଡିତମାନେ କାଲିଙ୍ଗାଙ୍କଠାରୁ ବୟସ୍କ ବୋଲି ବିବେଚନା କରନ୍ତି । ଉତ୍କଳ କାଲିଡାସା ରଘୁଭାମସରେ ପଡୋଶୀ ରାଜ୍ୟ କାଲିଙ୍ଗା ଭାବରେ ଉଲ୍ଲେଖ କରିଛନ୍ତି। ଉତ୍କଳର ପରିମାଣର ପ୍ରାଥମିକ ଏପିଗ୍ରାଫିକ୍ ପ୍ରମାଣ, ସାସାଙ୍କାର ଏକ ସାମ୍ରାଜ୍ୟ ସୋମାଡାଟାର ମିଡନାପୁର ପ୍ଲେଟରୁ ସଂଗ୍ରହ କରାଯାଇଛି । ଦୀର୍ଘ ସମୟ ଧରି ଏପିଗ୍ରାଫିକ୍ ରେକର୍ଡରେ ଉତ୍କଳ ନାମ ମିଳିଲା ନାହିଁ ।
ସପ୍ତମ ଶତାବ୍ଦୀର ଅନ୍ତିମ ତ୍ରୟ ମାସିକରେ, ଉସକାଲା ନାମ ସାସିଭାମସାର ମହାନାନାରାରାଜା ର ଆଡଭାରା ପ୍ଲେଟରେ ଦେଖାଯାଏ ଯେଉଁଥିରେ କୋସାଲାର ସୋମାଭାମି କିଣ୍ଡଗୋମର ଉତ୍କଳ ଅନ୍ତର୍ଭୁକ୍ତ । ଏହି ଭୌଗୋଳିକ ନାମ ଓଡ଼ିଶାର ଗଙ୍ଗା ଏବଂ ବଙ୍ଗଳାର ପାଲା ସମୟ ପର୍ଯ୍ୟନ୍ତ ତମ୍ବା ପ୍ଲେଟ ଅନୁଦାନରେ ମଧ୍ୟ ଦେଖାଯାଏ । ପାଲା ରାଜବଂଶର ରାମାପାଲା ଏବଂ ଗଙ୍ଗା ରାଜବଂଶର ଚୋଡାଗଙ୍ଗାଙ୍କ ଶାସନ କାଳରେ ବର୍ତ୍ତମାନ ଓଡ଼ିଶା ନାମରେ ଜଣାଶୁଣା ସମଗ୍ର ଅଞ୍ଚଳ ଉତ୍କଳ ଭାବରେ ନାମିତ ହୋଇଥିବା ଜଣାପଡିଛି।
ଏହି ରାଜାମାନଙ୍କ ରେକର୍ଡରୁ ଜଣାପଡିଛି ଯେ ଶେଷ ସୋମାଭାମସି ରାଜା କର୍ନାଦେବଙ୍କୁ ତାଙ୍କ ସିଂହାସନରୁ ରାମାପାଲାର ଲେଫ୍ଟନାଣ୍ଟ ଜୟସିମହା ବାହାର କରି ଦେଇଥିଲେ, କିନ୍ତୁ ସେ ଚୋଡାଗଙ୍ଗା ଦ୍ୱାରା ପୁନଃ ସ୍ଥାପିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସମଗ୍ର ଓଡିଶାରେ ଉତ୍କଳ ନାମ ପ୍ରୟୋଗ ହୋଇଛି। ଉତ୍କଳର ସର୍ବପ୍ରଥମ ରାଜଧାନୀ ବିରାଜା ଥିଲା ଯାହା ସୋରୋ କପର ପ୍ଲେଟ ଦ୍ୱାରା ପ୍ରମାଣିତ ହୋଇଛି । ଏହି ସ୍ଥାନକୁ ଯାଜପୁର ସହିତ ଚିହ୍ନଟ କରାଯାଇଛି ଯେଉଁଠାରେ ବିରାଜଙ୍କ ମନ୍ଦିର ବିଦ୍ୟମାନ ଅଛି। ଭୁମା ତମ୍ବା ପ୍ଲେଟ ଅନୁଦାନରେ ବିରାଜଙ୍କୁ ମଧ୍ୟ ଉଲ୍ଲେଖ କରାଯାଇଛି। ଭୁମାସର ରାଜଧାନୀ ଭାବରେ ଉଲ୍ଲେଖ କରାଯାଇଥିବା ଗୁହାଦେବ ପାଟାକା କିମ୍ବା ଗୁଡେସଭାରା ପାଟାକା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ।
କିଏ କଣ କହିଛନ୍ତି ?
ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର କହିଛନ୍ତି କି, ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦର କରିବାର କୌଣସି କାରଣ ନାହିଁ। ଏହି ସଂଗୀତର ରଚନା ଯେକୌଣସି ମାତୃଭୂମୀ ପାଇଁ ତାହା ଅଭିପ୍ରେତ। ପ୍ରଥମେ ଏହାକୁ ଉତ୍କଳ ବନ୍ଦନା, ଏପରିକି ପରବର୍ତ୍ତି ସମୟରେ ଏହାକୁ ଭାରତ ବନ୍ଦନା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଜାତୀୟ ସଂଗୀତରେ ମଧ୍ୟ ଉତ୍କଳର ନାମ ରହିଛି। ସେହି ସମୟର ଉତ୍କଳ, କୋଶଳର ନାମ ରହିଛି। ଏହି ବିବାଦର କୌଣସି ବାସ୍ତବତା ନାହିଁ। ଜାତୀୟ ସଂଗୀତରେ ମଧ୍ୟ ଉତ୍କଳ ଶବ୍ଦ ରହିଛି। ମାତ୍ର ଆମେ ଜାତୀୟ ସଂଗୀତକୁ ବିରୋଧ କରିପାରିବା ନାହିଁ।
ସେ ଆହୁରି ମଧ୍ୟ କହିଥିଲେ କି, ପଶ୍ଚିମ ଓଡ଼ିଶାରେ କୋଶଳ ଆନ୍ଦୋଳନ ଜାରି ରହିଥିବାରୁ କିଛି ଗୋଷ୍ଠୀ ବା କିଛି ବ୍ୟକ୍ତି ସେମାନେ ଏହାକୁ ବିରୋଧ କରୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଉକ୍ତ ସଂଗୀତରେ ଉଲ୍ଲେଖ ଥିବା ଉତ୍କଳ ଶବ୍ଦକୁ ନେଇକରି ହିଁ ଏହି ବିବାଦ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।