ଶେଷ ଆଶାରେ ମୁକେଶ

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କ ପକ୍ଷରୁ ହୋଇଥିବା କ୍ୟୁରେଟିଭ ପିଟିସନ ଆବେଦନ ଆଜି  ଖାରଜ ହୋଇଯାଇଛି । 

ଶେଷ ଆଶାରେ ମୁକେଶ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କ ପକ୍ଷରୁ ହୋଇଥିବା କ୍ୟୁରେଟିଭ ପିଟିସନ ଆବେଦନ ଆଜି  ଖାରଜ ହୋଇଯାଇଛି ।  ଆସନ୍ତା ୨୨ ତାରିଖ ସକାଳ ୭ଟାରେ  ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ତେବେ ଅଭିଯୁକ୍ତ ମୁକେଶ  ସିଂ ଫାଶୀରୁ ବର୍ତ୍ତିବା ଲାଗି ନ୍ୟାୟିକ ବ୍ୟବସ୍ଥାର ଶେଷ ବିକଳ୍ପକୁ ମଧ୍ୟ ହାତଛଡ଼ା କରିବାକୁ ଚାହିଁନାହିଁ । ଅନ୍ତିମ ସମୟରେ ସେ ରାଜକ୍ଷମା ପାଇଁ ଆବେଦନ କରିଛି । 

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇଜଣ ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂହଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଆଗାମୀ ୨୨ ତାରିଖରେ ଏ ଦୁଇଜଣଙ୍କୁ ଫାଶୀ ପାଇଁ ରାସ୍ତା ସଫା ହୋଇଛି ।  ତେବେ  ଫାଶୀକୁ ଟାଳିବା ପାଇଁ ଏବେ ଏମାନଙ୍କ ପାଖରେ କେବଳ ରାଜକ୍ଷମା ହିଁ ଶେଷ  ବିକଳ୍ପ ରହିଛି ।