କୋରୋନା ସଂକ୍ରମିତ ଶରୀରରେ ଦେଖାଯାଏ ଏହି ଲକ୍ଷଣ...

କୋରୋନାର ଲକ୍ଷଣ...

କୋରୋନା ସଂକ୍ରମିତ ଶରୀରରେ ଦେଖାଯାଏ ଏହି ଲକ୍ଷଣ...

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଯୋଗୁଁ ଚୀନରେ ୧୧ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସାରା ଦୁନିଆରେ ବର୍ତ୍ତମାନ ସୁଦ୍ଧା ୪୫ ହଜାର ଲୋକଙ୍କୁ କୋରୋନା ଭାଇରସ୍ କବଳିତ କରିଛି । ଆସନ୍ତୁ ଜାଣିବା ଏହି ଭାଇରସ୍ ଗ୍ରାସ କଲେ ଶରୀରରେ କଣ ଲକ୍ଷଣ ଦେଖାଯାଏ, କଣ କରିବା ଉଚିତ୍ ।

ଏକ ନୂଆ ତଥ୍ୟ ଅନୁଯାୟୀ, ବୁହାନର ଏକ ହସ୍ପିଟାଲରେ କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ଜଣ ଲୋକଙ୍କ ଚିକିତ୍ସା କରାଯାଇସାରିଛି ।  ଏହି ଅବସରରେ ସ୍ୱାସ୍ଥ୍ୟ ସହ ଜଡ଼ିତ କିଛି ସମସ୍ୟାର ଉତ୍ତର ଖୋଜି ବାହାର କରାଯାଇଥିଲା । ଏହାସହ ଏହାମଧ୍ୟ ଜଣାପଡ଼ିଲା ଏକ ଭାଇରସ୍ ହସ୍ପିଟାଲ ସାରା କେମିତି ବ୍ୟାପିଗଲା ।  
ବୁହାନ ୟୁନିଭର୍ସିଟିର ଭୋଗନାନ୍ ହସ୍ପିଟାଲର ଡାକ୍ତର ଝିଓଙ୍ଗ ପେଙ୍ଗଙ୍କ କହିବା ଅନୁଯାୟୀ ତାଙ୍କ ଟିମ୍ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିଜ ହସ୍ପିଟାଲରେ କରିସାରିଲେଣି । ଏଥିପାଇଁ ୪୦ ହେଲ୍ଥ କେୟାର ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଇଥିଲା ।

କୋରୋନା ଭାଇରସ୍ କେମିତି ବ୍ୟାପିଥାଏ

କେମିତି ହୋଇଥାଏ ରୋଗର ପ୍ରଥମିକ ଲକ୍ଷଣ?
କୋରୋନା ଭାଇରସ୍ ସଂକ୍ରମିତ କଲେ ପ୍ରାଥମିକ ସ୍ତରରେ ଲକ୍ଷଣ ଅତି ସାଧାରଣ ହୋଇଥାଏ । ଏହି ଅବସରରେ ବ୍ୟକ୍ତିଙ୍କୁ ଜର ଆସିଥାଏ  ଏବଂ ବହୁତ ଥକା ଅନୁଭବ ହୋଇଥାଏ । ଏହା ସହ ରୋଗୀର ଶୁଖିଲା କାଶ ହୋଇଥାଏ । ଏହାସହ କିଛି ଲୋକଙ୍କ ଠାରେ ଡାଇରିଆ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ ।

କେମିତି କରିବେ ଭାଇରସର ଚିହ୍ନଟ?
କୋରୋନା ଭାଇରସରେ ସଂକ୍ରମିତ ହେଲେ, ବ୍ୟକ୍ତିର ଗଳା ଦରଜ ହେବା ସହ ଅନେକ ସମସ୍ୟା ଦେଖାଦେଇଥାଏ ।  ଏହି ଭାଇରସକୁ ଜେନେଟିକ୍ ମ୍ୟାଟେରିଆଲ୍ ପଁଲିମର ଚେନ୍( ପିସିଆର୍) ଦ୍ୱାରା ଚିହ୍ନଟ କରାଯାଇଥାଏ ।

ଛାତି ସ୍କାନର; କୋରୋନା ଭାଇରସ୍ ସଂକ୍ରମିତ ହେଲେ କିଛି ରୋଗୀଙ୍କୁ ସିଏଟି ସ୍କାନର ପରୀକ୍ଷାରୁ ଜଣାପଡ଼ିଥିଲା, ତାଙ୍କ ଫୁସଫୁସରେ କିଛି ଚିହ୍ନ ନଜର ଆସିଥାଏ । ମେଡିକାଲ୍ ଭାଷାରେ ଏହାକୁ ଗ୍ରାଉଣ୍ଡ ଗ୍ଲାସ୍ କୁହାଯାଇଥାଏ ।

କୋରୋନା ଭାଇରସ୍ କେମିତି ବ୍ୟାପିଥାଏ

କୋରୋନା ଭାଇରସ୍ କାହାକୁ ବେଶୀ ବିପଦ ?
କୋରୋନା ଭାଇରସରେ ସଂକ୍ରମଣ କେବଳ ୨୫ ପ୍ରତିଶତ ଲୋକଙ୍କୁ କେବଳ ଆଇସିୟୁରେ ଭର୍ତ୍ତି କରାଗଲାଣି । ଏହି ଲୋକ ଏକୟୁଟ ରେସ୍ପୋରେଟରୀ ଡିସଟ୍ରେନ୍ସର ଶିକାର ହୋଇଥିଲେ । ଏହିଭଳି କ୍ଷେତ୍ରରେ ଫୁସଫୁସରେ ଏକ ପ୍ରକାର ଫ୍ଲୁଡ୍ ଭରିଯାଇଥାଏ ଏବଂ ସେଥିରେ ଅମ୍ଳଜାନ ପହଞ୍ଚିପାରେନାହିଁ । କିଡନୀ ଖରାପ ହୋଇଯିବା ସହ ରୋଗୀର ମୃତ୍ୟୁ ହୋଇଯାଇଥାଏ ।  ଏହି ଭାଇରସ୍ ସେହି ଲୋକଙ୍କୁ ଅଧିକ ବିପଦ ଥାଏ, ଯିଏ ଆଗରୁ ଦୁର୍ବଳ ଥିବେ ।  

ବୁଦ୍ଧ ଲୋକଙ୍କୁ ଅଧିକ ବିପଦ ରହିଥାଏ:  ଡାକ୍ତରଙ୍କ କହିବା ଅନୁଯାୟୀ ଅଧିକ ବୟସ୍କ ଲୋକଙ୍କୁ ଏହି ଭାଇରସର ଅଧିକ ବିପଦ ଥାଏ । ତାଙ୍କ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ୨୨ରୁ ୯୨ ବର୍ଷ ଯାଏଁ ରୋଗୀ ଆସିଛନ୍ତି ।  ହେଲେ ୫୬ ବର୍ଷୀୟ ରୋଗୀଙ୍କ ସଂଖ୍ୟା ଅଧିକ  ।  

ସାଧାରଣ ଥଣ୍ଡାକାଶ କେମିତି ଅଲଗା ଏହାର ଲକ୍ଷଣ ?
ସାଧାରଣତ ଥଣ୍ଡାକାଶର ଆରମ୍ଭରୁ ଗଳା ଦରଜ ସହ ନାକରୁ ବୋହିବାରେ ଲାଗିଥାଏ । ଯାହାଦ୍ୱାରା ଥଣ୍ଡା ହୋଇଯାଇଥା ଏ । ଏହାସହ ଜର ଏବଂ ମୁଣ୍ଡବ୍ୟଥା ହୋଇଥାଏ । ଶରୀରକୁ ଆରାମ ମିଳିନଥାଏ ।  

ସେଠାରେ କୋରୋନା ଭାଇରସ୍ ଫ୍ଲୁ ଯୋଗୁଁ କଫ ଆସିବା ଆରମ୍ଭ ହୋଇଯାଇଥାଏ । ପୁରା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏବଂ ସମସ୍ତ ଲକ୍ଷଣ ଏକସଙ୍ଗେ ଦେଖିବାକୁ ମିଳିଥାଏ । ଗଳା ଦରଜ ଯୋଗୁଁ ସ୍ୱର ବସିଯାଇଥାଏ ।  ପ୍ରବଳ ଜର ଆସିଯାଇଥାଏ ।

ସାଧାରଣ  ଥଣ୍ଡା କିଛି  ଦିନରେ ଆପେ ଆପେ ଭଲ ହୋଇଯାଇଥାଏ । ସପ୍ତାହକ ମଧ୍ୟରେ ସମସ୍ତ ଲକ୍ଷଣ ଆପେ ଆପେ ପଳାଇଥାଏ । ସେଇ କୋରୋନା ଭାଇରସର ଫ୍ଲୁ ଶରୀରକୁ ଦୁର୍ବଳ କରିଦେଇଥାଏ ।

କେଉଁ ଲୋକଙ୍କ ମଧ୍ୟରେ ଶୀଘ୍ର ଆସିଥାଏ କୋରୋନା ଭାଇରସ୍ ଲକ୍ଷଣ ?

କୋରୋନା ଭାଇରସ୍ ବିଷୟରେ ଏବେ ଆଉ କିଛି ଜଣାପଡ଼ିବାକୁ ବାକି ରହିଛି । ହେଲେ ବରିଷ୍ଠ ଏବଂ ଡାଇବେଟିସ୍ ରୋଗୀ, ହୃଦରୋଗୀ ଆଗରୁ ଅସୁସ୍ଥ ଲୋକଙ୍କ ମଧ୍ୟରେ  କୋରୋନା ଭାଇରସର ଲକ୍ଷଣ ଶିଘ୍ର ଆସିଯାଇଥାଏ ।  

କୋରୋନା ଭାଇରସ୍ କେମିତି ବ୍ୟାପିଥାଏ

କୋରୋନା ଭାଇରସ୍ କେମିତି ବ୍ୟାପିଥାଏ ?

କୋରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ଯେବେ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥାଏ, ତେବେ ଏହି ଭାଇରସ୍ ବ୍ୟାପିଥାଏ । ଉଦାହରଣ ଭାବେ ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ କାଶିବା ଏବଂ ନାକରୁ ବୋହିବା ଦ୍ୱାରା ପାଖରେ ଥିବା ଲୋକଙ୍କୁ ସଂକ୍ରମିତ ହୋଇଯାଇଥାଏ ।  

WHO ପୂର୍ବରୁ ଲାଁସେଟ୍ ମେଡିକାଲ ଜେନେରାଲ୍ ମଧ୍ୟ କୋରୋନା ଭାଇରସ ନେଇ ଏକ ଲେଖା ପ୍ରକାଶିତ କରିସାରିଛନ୍ତି । କୋରୋନା ଭାଇରସ୍ ସଂକ୍ରମିତ ଚୀନରେ ୯୯ ରୋଗୀଙ୍କ ସମ୍ପର୍କରେ ଲାଁସେଟ୍ କହିଛନ୍ତି, ଏହି ସମସ୍ତ ରୋଗୀଙ୍କ ଠାରେ ଥଣ୍ଡାକାଶ, ଅଭିଯୋଗ ସହ ନିମୋନିଆର ପରି ଦେଖିବାକୁ ମିଳିଛି । ଏହି ରୋଗୀଙ୍କ ଫୁସଫୁସରେ ପାଣି ଭରିଯାଇଥିଲା ।

ଲାଁସେଟ୍ ଏହା ମଧ୍ୟ ଦାବି କରିଛନ୍ତି, ସମସ୍ତ ୯୯ଜଣ ରୋଗୀ ଆଗରୁ କିଛି ନା କିଛି ରୋଗରେ ପୀଡ଼ିତ ଥିଲେ ।  ଏହାଦ୍ୱାରା ସମସ୍ତେ ଅତି ସହଜରେ ଏହି ଭାଇରସ୍ କବଳରେ ଆସିଯାଇଥିଲେ । କୋରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ନିଜ ଆଖପଖକୁ ସଫାସୁତୁରା ରଖିବାକୁ ଧ୍ୟାନଦେବା ଆବଶ୍ୟକ ।  କାଶିବା ବେଳେ ଟିସୁ ମୁହଁରେ ଦେବା ସହ ତାକୁ ଡଷ୍ଟଫିନରେ ପିଙ୍ଗିଦେବା ଉଚିତ୍ ।  ସମୟ ସମୟରେ ସାବୁନ୍ ଦ୍ୱାରା ହାତ ଧୋଇନିଅନ୍ତୁ । ଏହି ଭାଇରାଲ ସଂକ୍ରମଣ ପ୍ରଭାବିତ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିବା ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଥାଏ । ସେଥିପାଇଁ ମାସ୍କ ବ୍ୟବହାର କରନ୍ତୁ ଏବଂ ଭିଡ଼ ସ୍ଥାନଠୁ ଦୂରେଇ ରୁହନ୍ତୁ ।