କୋରୋନା ପାଇଁ ଅଶ୍ୱିନଙ୍କ ନିଆରା ସଚେତନତା
Advertisement

କୋରୋନା ପାଇଁ ଅଶ୍ୱିନଙ୍କ ନିଆରା ସଚେତନତା

କୋରୋନା ପାଇଁ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲିଉଡ଼

କୋରୋନା ପାଇଁ ଅଶ୍ୱିନଙ୍କ ନିଆରା ସଚେତନତା

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: କୋରୋନା ପାଇଁ ସମଗ୍ର ବିଶ୍ୱ ଚିନ୍ତିତ କିନ୍ତୁ ଏହାରି ମଧ୍ୟରେ ଲୋକଙ୍କୁ ସଚେତନ କରିବା ପାଇଁ ଓଲିଉଡ ଷ୍ଟାର୍ ଅଶ୍ୱିନ୍ ତ୍ରିପାଠୀ ଆପଣାଇଛନ୍ତି ଏକ ନିଆରା ପଦକ୍ଷେପ । ଏବେ ସୋସିଆଲ୍ ମିଡିଆର ଯୁଗ ତେଣୁ ଅନେକ ଆଗଧାଡ଼ିର କଳାକାର , ସମାଜସେବୀ ଓ ସାମ୍ୱାଦିକଙ୍କ ଫଟୋ ସହ ଲୋକଙ୍କୁ କୋରୋନା ସହ ଲଢ଼ିବାର ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି ଓଲିଉଡର ଏହି ୟଙ୍ଗ୍ ଷ୍ଟାର୍ । 

fallback

ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେବାସହ ବାରମ୍ୱାର ସାବୁନରେ ହାତ ଧୋଇବା , ଆଖି , ନାକ ଓ କାନକୁ ନଛୁଇଁବା , ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନଦେବା ଏବଂ ନିଜର ସୁରକ୍ଷା ସହ ଅନ୍ୟର ସୁରକ୍ଷା ଚିନ୍ତା କରିବା କଥାକୁ ଏକ ନିଆରା ଢଙ୍ଗରେ ଉପସ୍ଥାପନା କରିଛନ୍ତି ଅଶ୍ୱିନ୍ ।

fallback

ନିଜ ଫଟୋ ସହ ଏମିତି କିଛି ଗୁରୁତ୍ୱପୁର୍ଣ୍ଣ ବାର୍ତ୍ତାକୁ ପହଞ୍ଚାଇବା ପାଇଁ ଓଲିଉଡ କଳାକାର ସମେତ ସମାଜସେବୀ ଓ ସାମ୍ୱାଦିକମାନେ ମଧ୍ୟ ଅଶ୍ୱିନ୍ ଙ୍କର ଅନେକ ପ୍ରଶଂସା କରିଛନ୍ତି ।  ଏହି ଫଟୋଗୁଡିକୁ ଫେସବୁକ୍ , ହ୍ୱାଟସଆପ୍ , ଇନଷ୍ଟାଗ୍ରାମ୍ ସମେତ ସମସ୍ତ ସୋସିଆଲ୍ ମିଡିଆରେ ବ୍ୟାପକ ଭାବେ ସମସ୍ତେ ଅପଲୋଡ କରୁଥିବା ଦେଖିବାକୁ ମିଳିଛି ।

fallback

ସବୁବେଳେ କିଛି ନିଆରା କରିବାକୁ ଆଗ୍ରହ ରଖୁଥିବା ଅଶ୍ୱିନ୍ ଅନେକ ଗୁଡ଼ିଏ ଚଳଚ୍ଚିତ୍ର, ଆଲବମ୍ , ଓ ଉପସ୍ଥାପନା କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଏହ ସହ ନିଜ ପ୍ରଫେସନ ପାଇଁ ସେ ଯେତିକି ଉତ୍ସଗ୍ରୀକୃତ ସମାଜ ସେବା ଦିଗରେ ମଧ୍ୟ ସମାନଭାବେ ଚିନ୍ତିତ ।