• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

ଭାରତରୁ ଆସିଛି ଦେଶକୁ କୋରୋନା: ନେପାଳ ପ୍ରଧାନମନ୍ତ୍ରୀ

ଦେଶରେ କୋରୋନା ବ୍ୟାପିବାକୁ ଭାରତକୁ ଦାୟୀ କରିଛନ୍ତି  ନେପାଳ ପ୍ରଧାନମନ୍ତ୍ରୀ |  

ଭାରତରୁ ଆସିଛି ଦେଶକୁ କୋରୋନା: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଚୀନ ପରେ ଏବେ ଭାରତ ପ୍ରତି ଆଭିମୁଖ୍ୟ ବଦଳାଇବାରେ ଲାଗିଛି ଅନ୍ୟତମ ପଡୋଶୀ ନେପାଳ | ଭାରତରୁ ନେପାଳକୁ ଆସୁଥିବା ଲୋକଙ୍କ ଯୋଗୁଁ ନେପାଳରେ କୋଭିଡ19 ପ୍ରବେଶ କରିଛି ବୋଲି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି | ଚୀନ ଏବଂ ଇଟାଲୀ ଅପେକ୍ଷା ଭାରତରୁ ଆସୁଥିବା ଭୂତାଣୁ ଅଧିକ ଭୟଙ୍କର ବୋଲି କଟାକ୍ଷ କରିଛନ୍ତି ସେ |  

ଏନେଇ ନେପାଳ ସଂସଦରେ ସେ କହିଛନ୍ତି,"ବେଆଇନ ଭାବେ ଭାରତରୁ ନେପାଳକୁ ପ୍ରବେଶ କରୁଥିବା ଲୋକଙ୍କ ଯୋଗୁଁ ଦେଶରେ କୋରୋନା ବ୍ୟାପିଛି | ସ୍ଥାନୀୟ ପ୍ରତିନିଧି ଏବଂ ରାଜନେତା ଭାରତରୁ ବିନା ପରୀକ୍ଷାରେ ଲୋକଙ୍କୁ ଆଣିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି | ବାହାରୁ ସୁଅ ଛୁଟିବା ଭଳି ଲୋକଙ୍କ ଆସିବା ଯୋଗୁଁ ବର୍ତ୍ତମାନର କୋଭିଡ19 ସ୍ଥିତିକୁ ମୁକାବିଲା କରିବା କଷ୍ଟକର ହୋଇପଡିଛି | ଚୀନ ଏବଂ ଇଟାଲୀ ଅପେକ୍ଷା ଭାରତରୁ ଆସୁଥିବା ଭୂତାଣୁ ଅଧିକ ଭୟଙ୍କର | ଏହା ଯୋଗୁଁ ସଂକ୍ରମଣ ବଢୁଛି | " 

ଦେଶରେ କୋରୋନା ମୁକାବିଲା ପାଇଁ ଉପଯୁକ୍ତ ସମୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ | ନେପାଳକୁ କୋରୋନା ମୁକ୍ତ କରିବାକୁ ଆମେ ପ୍ରତିଶୃତିବଦ୍ଧ | ସମ୍ପୂର୍ଣ୍ଣ ଦେଶକୁ କୋରୋନା ମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି | କିଛି ଦିନ ପୂର୍ବରୁ କୋରୋନା ମୁକାବିଲା ପାଇଁ ଭାରତ ପକ୍ଷରୁ କରାଯାଇଥିବା ସହଯୋଗକୁ ପ୍ରଶଂସା କରିଥିଲେ ନେପାଳ ପ୍ରଧାନମନ୍ତ୍ରୀ | 

ସଦ୍ୟ ଭାରତ- ନେପାଳ ମଧ୍ୟରେ ସୀମାକୁ ନେଇ ବିବାଦ ଦେଖିବାକୁ ମିଳିଛି | ନିକଟରେ ନେପାଳ ପକ୍ଷରୁ ଏକ ବିବାଦୀୟ ମାନଚିତ୍ର ପ୍ରକାଶ ପାଇଥିଲା | ଯେଉଁଥିରେ ଅନେକ ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇଥିଲା ଏହି ହିମାଳୟ ପାଦଦେଶସ୍ଥ ରାଷ୍ଟ୍ର | ଏହାକୁ ଭାରତ ଖାରଜ କରିବା ସହ ସାର୍ବଭୌମତ୍ୱ ଏବଂ  ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବାକୁ କୁହାଯାଇଥିଲା | ଏ ପ୍ରସଙ୍ଗରେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ଏନେଇ ବେଦୈଶିକ ବ୍ୟାପର ବିଭାଗର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ମତ ରଖି କହିଥିଲେ ନେପାଳ ପକ୍ଷରୁ କରାଯାଇଥିବା ଏକ ପାଖିଆ କାର୍ଯ୍ୟ  ଐତିହାସିକ ଏବଂ ତଥ୍ୟ ଭିତ୍ତିକ ନୁହେଁ | ଏହି ବିବାଦର ସମାଧାନ  କଥାବାର୍ତ୍ତା ମାଧ୍ୟମରେ କରାଯିବ |