କୋରୋନା ପ୍ରଭାବ: ଲୁଚାଛପା ବିବାହର ସିକ୍ରେଟ କାହାଣୀ
Advertisement

କୋରୋନା ପ୍ରଭାବ: ଲୁଚାଛପା ବିବାହର ସିକ୍ରେଟ କାହାଣୀ

ଡ୍ୟାନି ଓ ଝିଲିକଙ୍କ ଲୁଚାଛପା ବିବାହ...

କୋରୋନା ପ୍ରଭାବ: ଲୁଚାଛପା ବିବାହର ସିକ୍ରେଟ କାହାଣୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଶହେରୁ ଊର୍ଦ୍ଧ୍ୱ ରାଷ୍ଟ୍ରକୁ ବ୍ୟାପିଲାଣି କୋରୋନା(coronavirus) ଭାଇରସ। ଲକ୍ଷାଧିକ ଲୋକଙ୍କୁ ନିଜ କବଳକୁ ନେଇଛି କୋରୋନା। ଏପରିକି ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ଏହି କୋରୋନା ପାଇଁ ବିଶ୍ୱର ଅନେକ ବଡ଼ ବଡ଼ ବ୍ୟୟବହୁଳ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇ ସାରିଲାଣି। କେବଳ ବିଶ୍ୱ ନୁହେଁ, ଭାରତ ଏପରିକି ରାଜ୍ୟରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ବାତିଲ ହୋଇସାରିଛି। 

ମାତ୍ର ଏପରି ଅନେକ ହାଇଭୋଲଟେଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯାହା ସହଜରେ ସର୍ବସମ୍ମୁଖକୁ ଆସିପାରିନାହିଁ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଦୁଇ ଚର୍ଚ୍ଚିତ ଚେହେରା ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଦୁଇ ଜଣ ହେଉଛନ୍ତି ରାଜ୍ୟ ରାଜନୀତିର ଯୁବ ତାରକା ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ ଓଲିଉଡ଼ ବଙ୍ଗୀୟ ଲଳନା ଝିଲିକ ଭଟ୍ଟାଚାର୍ଯ୍ୟ। 

ଏକ ଅଜଣା ସ୍ଥାନରେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କିନ୍ତୁ ତାଙ୍କ ବିବାହ ଉତ୍ସବ ସେତେ ମାତ୍ରାରେ ଯାକଜମକର ସହିତ ଅନୁଷ୍ଠିତ ହୋଇ ନଥିଲା। ଉଭୟଙ୍କ ନିକଟତମ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ, ବର୍ତ୍ତମାନ ସମଗ୍ର ଦେଶରେ କୋରୋନା ଭାଇରସ ବ୍ୟାପୁଛି। ସରକାରଙ୍କ ତରଫରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଅଧିକ ଲୋକ ଗହଳି କରିବାକୁ ମଧ୍ୟ ସରକାର ସତର୍କତା ଜାରି କରିଛନ୍ତି। ଏହି ଆଧାରରେ ତାଙ୍କ ବିବାହରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇନଥିଲା ବୋଲି ଉଭୟଙ୍କ ନିକଟତମ ସୂତ୍ରରୁ ଶୁଣିବାକୁ ମିଳିଛି। 

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଏହି ବିବାହ ଉତ୍ସବକୁ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ରାଜନେତା କିମ୍ବା ଅଭିନେତା ଅଭିନେତ୍ରୀ ସାମିଲ ହୋଇନଥିବା ଦେଖିବାକୁ ମିଳିଥିଲା। ସ୍ୱଳ୍ପ ଲୋକମାନଙ୍କ ଗହଣରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ପ୍ରକାଶ ପାଇଥିଲା। 

ନିକଟରେ ଓଲିଉଡ଼ର ୟଙ୍ଗ ସେନସେସନ ଅର୍ଦ୍ଧେନ୍ଦୁ ସାହୁ ମଧ୍ୟ ବିବାହ ବନ୍ଧରେ ଆବଦ୍ଧ ହୋଇଥିଲେ। ମାତ୍ର ସେ କୋରୋନା ଭୟରେ ରାଜ୍ୟ ବାହାରକୁ ଯିବାକୁ ମନା କରିଦେଇଥିଲେ। ସେହିପରି ଓଲିଉଡ଼ର ହାସ୍ୟକଳାକାର ସୂଚନା ଦେଇଥିଲେ ଯେ, କୋରୋନାକୁ ପ୍ରତିହତ କରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏପରିକି ସେ କୋରୋନା ଆକ୍ରାନ୍ତ ପ୍ରଶଂସକଙ୍କୁ ଆଲିଙ୍ଗନ କରିବେ ବୋଲି ସେ ସୂଚନା ଦେଇଛନ୍ତି। 

କେବଳ ସେତିକି ନୁହେଁ , ନିକଟରେ ଓଲିଉଡ଼ର ଅନ୍ୟଜଣେ ତାରକା ତଥା ଭେଟେରାନ ଆକ୍ଟର ମିହିର ଦାସଙ୍କ ପୁଅ ଅମ୍ଳାନ ମଧ୍ୟ ନିକଟରେ ବିବାହ କରିଥିଲେ। ମାତ୍ର ସେ କୋରୋନା ଭୟରେ ରାଜ୍ୟ ବାହାରକୁ ଯାଇନଥିବା ତାଙ୍କର ନିକଟତମ ସୂତ୍ରରୁ ଜଣାପଡ଼ିଛି।