କୋରୋନା ତାଣ୍ଡବ: ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛି ସ୍ପେନ
Advertisement
Article Detail0/zeeodisha/odisha681284

କୋରୋନା ତାଣ୍ଡବ: ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛି ସ୍ପେନ

ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନାର ମୁକାବିଲା କରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି ସ୍ପେନ ସରକାର |   

କୋରୋନା ତାଣ୍ଡବ: ମୁକାବିଲା ପାଇଁ ଉଦ୍ୟମ ଜାରି ରଖିଛି ସ୍ପେନ

ମାଦ୍ରିଦ: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋରୋନାର ମୁକାବିଲା ଲାଗି ଜାରି ରହିଛି ପ୍ରୟାସ | ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚଓ) ସମେତ ବିଶ୍ୱର ସମସ୍ତ ପ୍ରଭାବିତ ରାଷ୍ଟ୍ର ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି | ଏହି କ୍ରମରେ ନିଜ ଦେଶରେ କୋରୋନାର ମୂଳୋତ୍ପାଟନ ଲାଗି ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ସ୍ପେନରେ କ୍ଷମତାସୀନ ସରକାର | 

ଏହି ୟୁରୋପୀୟ ଦେଶର ମୋଟ ଜନସଂଖ୍ୟାର ୫ ପ୍ରତିଶତ ଲୋକଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ ଆଣ୍ଟି ବଡି ପ୍ରସ୍ତୁତି ହୋଇଛି | ଏ ସମ୍ପର୍କରେ ସ୍ପେନ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି | ଏଥିପାଇଁ ଗତ ଏପ୍ରିଲରେ ପ୍ରାୟ ୬୦ ହଜାର ଲୋକଙ୍କ ଉପରେ ପରୀକ୍ଷା କରାଯାଇଥିଲା |    

ଏ ସମ୍ପର୍କରେ ସ୍ପେନର ଜାତୀୟ ମହାମାରୀ କେନ୍ଦ୍ରର ନିର୍ଦ୍ଦେଶକ  ମାରିନା ପୋଲାନ କହିଛନ୍ତି ଯେ, ଦେଶର ପାଞ୍ଚ ପ୍ରତିଶତ ଜନସଂଖ୍ୟାର ୫ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡି ଉପଲବ୍ଧ ରହିଛି | ପ୍ରାୟ ୨ ମିଲିୟନରୁ ଉର୍ଦ୍ଧ୍ୱ ଲୋକ କୋରୋନା ସଂଶ୍ପର୍ଷରେ ଆସିଥିବା ସ୍ପେନ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସାଲଭାଡୋର ଇଲ୍ଲା କହିଛନ୍ତି |   

ବର୍ତ୍ତମାନ ସ୍ପେନ ଜନସଂଖ୍ୟା ମୋଟ ୫ ଭାଗ ଲୋକ କୋରୋନା ସଂଶ୍ପର୍ଷରେ ଆସିଛନ୍ତି | ଅର୍ଥାତ ମୋଟ ଉପରେ ଦୁଇ ମିଲିୟନରୁ ଉର୍ଦ୍ଧ୍ୱ ଲୋକ ଏହାର କବଳକୁ ଆସିଛନ୍ତି | ଦେଶର ରାଜଧାନୀ ମାଦ୍ରିଦ ସମେତ ଅନ୍ୟ ସ୍ଥାନରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତ ଏହି ମହାମାରୀର ମୁକାବିଲା କରିବାରେ ସକ୍ଷମ |      
 

;