• ମମିତା ମେହେର ହତ୍ୟା ମାମଲା
  • ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି ତେଜିଲା
  • ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ରାଲି
  • ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ଧସ୍ତାଧସ୍ତି
  • ବ୍ୟାରିକେଡ ଭାଙ୍ଗିବା ସହ ଟମାଟୋ ମାଡ଼ କଲେ ଛାତ୍ର କଂଗ୍ରେସ କର୍ମୀ
  • ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତି ବିବାଦ ମାମଲା
  • ୩୭୮ OASଙ୍କ ଚାକିରି ବୈଧ , ସ୍ୟାଟଙ୍କ ଆଦେଶ ରଦ୍ଦ ସହ ନିଯୁକ୍ତି ବୈଧ କଲେ ହାଇକୋର୍ଟ
  • କୋରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ସ୍ୱୀକୃତି ଦେବା ଲାଗି ହୁ ର ପଦକ୍ଷେପ
  • ଆଜି ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁର ବସୁଛି ବୈଠକ
  • ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲା

ତୃତୀୟ ଲହରକୁ ଆମନ୍ତ୍ରଣ କରିବନିତ ଉପନିର୍ବାଚନ?

ଦେଶରେ ଯେତିକି ସଂକ୍ରମଣ ବାହାରୁଛି ତାହାର ପାଖାପାଖି ଅଧା କେରଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ତୃତୀୟ ଲହରକୁ ଆମନ୍ତ୍ରଣ କରିବନିତ ଉପନିର୍ବାଚନ?

ଧର୍ମଦତ୍ତ ପାଢୀ,ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ତାର କାୟା ବିସ୍ତାର କରିଥିବା ବେଳେ ଆଗକୁ ଆସିବ ତୃତୀୟ ଲହର। ଦ୍ବିତୀୟ ଲହର ଶେଷ ପର୍ଯ୍ଯାୟରେ ରହିଥିବା ବେଳେ କିଛି ଦିନ ମଧ୍ୟରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ଏବେ ଠାରୁ ସତର୍କ କରାଇଛନ୍ତି। କଟକଣାକୁ କଡାକଡି କରିବା ସହ ସମସ୍ତଙ୍କୁ ଗାଇଡ ଲାଇନ ମାନିବାକୁ ଦେଇଛନ୍ତି ପରାମର୍ଶ। ଏହା ମଧ୍ୟରେ କେତେକ ରାଜ୍ୟରେ ଉପନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନ ଘୋଷଣା କରିବା ପରେ ଏବେ ଚିନ୍ତା ବଢିଛି। 

କାରଣ ଉପନିର୍ବାଚନ ହେଲେ ନିଶ୍ଚିତ ଭାବରେ ହେଭିଓ୍ବେଟ୍ ପ୍ରଚାର ଦେଖିବାକୁ ମିଳିବ। କେବଳ ଏହା ନୁହେଁ ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ କରାଯାଇଥିବ ତାହାର ମଧ୍ଯ ଉଲଂଘନ ହେବାର ସମ୍ଭାବନା ରହିଛି। କାରଣ ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଅନେକ ରାଜ୍ୟରେ ସ୍ଥିତି ଏବେ ସାମାନ୍ୟ ସୁଧାର ରହିଥିବା ବେଳେ ତୃତୀୟ ଲହରକୁ କେମିତି ଭାବେ ଏଡେଇ ଦିଆଯାଇପାରିବ ସେଥିପ୍ରତି ପ୍ରଶାସନ ପକ୍ଷରୁ ଅନେକ ପ୍ଲାନ ପ୍ରସ୍ତୁତ କରିବା ସହ କଟକଣାକୁ କଡା କଡି କରାଯାଉଛି। ଏଭଳି ସ୍ଥିତିରେ ଉପନିର୍ବାଚନ ହେଲେ ସ୍ଥିତି ବିଗିଡିବାର ବେଶ ସମ୍ଭାବନା ରହିଛି। ସବୁଠାରୁ ବଡ କଥା ହେଉଛି କେରଳରେ ଓନମ ପର୍ବ ପରେ ସ୍ଥିତି ପୁରା ଓଲଟପାଲଟ ହୋଇଥିବା ଦେଖିବାକୁ ମିଳିଛି। କାରଣ ଦେଶରେ ଯେତିକି ସଂକ୍ରମଣ ବାହାରୁଛି ତାହାର ପାଖାପାଖି ଅଧା କେରଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

Also Read: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୩୦୯ ସଂକ୍ରମିତଙ୍କ ମୃତ୍ୟୁ

ଏଭଳି ସ୍ଥିତିରେ ଉପନିର୍ବାଚନ ହେଉଥିବାରୁ ନେତାଙ୍କ ଭିଡ ଜମିବା ସହ ସମର୍ଥକଙ୍କ ମଧ୍ଯ ଭିଡ ପରିଲକ୍ଷିତ ହେବ। ଯାହା ଫଳରେ କୋରୋନା ମହାମାରୀ ତାହାର କାୟା ବିସ୍ତାର କରିବ। ଆସନ୍ତାକାଲିଠାରୁ ପ୍ରଚାର ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ କୋଭିଡ ଗାଇଡଲାଇନକୁ ପାଳନ କରାଯାଉଛି ନା ଏହାର ଖିଲାପ କରାଯାଉଛି ତାହା ଉପରେ ରହିଛି ନଜର।