)
ମୁମ୍ବାଇ: ଦେଶରେ ସାମ୍ପ୍ରତିକ କୋଭିଡ19 ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଶିବସେନା | କୋରୋନା କାଳକୁ ନୂଆ କଳିଯୁଗ ବୋଲି ଦଳୀୟ ମୁଖପତ୍ର 'ସାମନା' ରେ ଦର୍ଶାଇଛି ଦଳ | ଏହା ସହିତ ଲକ ଡାଉନ ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନୀତିକୁ ନେଇ ପ୍ରଶ୍ନ ଉଠାଇଛି | ଏହା ସହିତ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି |
ମଙ୍ଗଳବାର ଦଳୀୟ ମୁଖପତ୍ର ସମ୍ପାଦକୀୟରେ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗ ଉଠାଇଥିଲା ଶିବସେନା | କୋରୋନା କାଳରେ ଲୋକଙ୍କୁ ବୁଝା ପଡୁନାହିଁ କ'ଣ କରିବେ | କେନ୍ଦ୍ର ସରକାର ୨୦ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି | ଯାହାର ସୁଫଳ ତୃଣମୂଳସ୍ତରରେ ଦୃଶ୍ୟମାନ କିଛି ସମୟ ଲାଗିବ | ବର୍ତ୍ତମାନ ସ୍ଥିତିରେ ଶ୍ରମିକ ବର୍ଗର ଲୋକ ପାଦରେ ଚାଲି ଚାଲି ଘରକୁ ଫେରୁଛନ୍ତି | ସେମାନଙ୍କର ସମସ୍ୟା ପୂର୍ବ ଭଳି ଜାରି ରହିଛି | ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଭାଗରେ ସେମାନେ ଫସି ରହିଛନ୍ତି | ଯେତେବେଳେ ଶ୍ରମିକ ଉତ୍ତର ପ୍ରଦେଶ ଅଭିମୁଖେ ବାହାରିଲେ ସେମାନଙ୍କୁ ଅଟକା ଯାଇନଥିଲା କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନଥିଲା | ଯେତେବେଳେ ସେମାନେ ସେଠାରେ ପହଞ୍ଚିଲେ ସେମାନେ ଫସି ଯାଇଥିଲେ | ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିନଥିଲା |
ଲକ ଡାଉନ ବେଳେ ପଳାୟନ କରୁଥିବା ଲୋକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଏବଂ ଛୋଟ ପିଲା ସାମିଲ ଅଛନ୍ତି | ଆଜି ପଡୋଶୀ ଦେଶରୁ ସଂଖ୍ୟାଲଘୁ ଲୋକଙ୍କୁ ସ୍ୱାଗତ କରିବାକୁ କହୁଥିବା ସରକାର ପଡୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହିଁ | ଏପରି ଅମାନବୀୟ ଅସ୍ପୃଶ୍ୟତା କ'ଣ କୁହାଯିବ?
କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବନ୍ଦ ଏବଂ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଘୋଷଣାସ କରାଯାଇଥିବା ଟାର୍ଗେଟ କରି ସାମ୍ନାରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନ କେବେ ଖୋଲିବ, ଲୋକେ କର୍ମକ୍ଷେତ୍ରକୁ କେବେ ଫେରିବେ, ବିମାନ ଉଡାଣ ଏବଂ ରେଳେସେବା କେବେ ଆରମ୍ଭ ହେବ, ବସ କେବେ ଚାଲିବ, ମୁମ୍ବାଇ ସିନେମା ଘରେ କେବେ ଫିଲ୍ମ ପ୍ରଦର୍ଶିତ ହେବ | 'ମୁକ ଚିତ୍ରପଟ' କିମ୍ବା ଜଙ୍ଗଲ ଯୁଗକୁ ଫେରିବାକୁ ପଡିବ | ଯାହା ବର୍ତ୍ତମାନ ଏକ ରହସ୍ୟ ହୋଇରହିଛି| ମୁମ୍ବାଇରେ କୋରୋନା ଆକ୍ରାନ୍ତ ସଂଖ୍ୟା ୨୦ ହଜାର ପହଞ୍ଚିଛି |
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ପ୍ରତିଦିନ କୌଣସି ପ୍ୟାକେଜ ବାବଦରେ ଘୋଷଣା କରିବାକୁ ସମ୍ବାଦିକ ସମ୍ମିଳନୀ କରୁଛନ୍ତି | ଯେଉଁଦିନ ଏହା ଲୋକଙ୍କ ପାଖରେ ପହଞ୍ଚିବ, ସେଦିନ ଏହାର ବାସ୍ତବତା ଜଣାପଡିବ | ପ୍ରରାସୀ ଶ୍ରମିକ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇ ପଡିଛନ୍ତି | ଦିଲ୍ଲୀରେ ସେମାନଙ୍କ ସହ ରାହୁଲ ଗାନ୍ଧୀ ଆଲୋଚନା କରିଥିଲେ | ଯେଉଁଥି ପାଇଁ ଅର୍ଥମନ୍ତ୍ରୀ ସୀତାରମଣ ଅସନ୍ତୁଷ୍ଟ ଅଛନ୍ତି | ଯଦି କେହି ଶ୍ରମିକଙ୍କ ସମସ୍ୟା ଦୂର କରୁଛନ୍ତି ସରକାର ଖୁସି ହେବା କଥା | ହେଲେ ଏଠାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି |
'ସାମାନ'ରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଲକ ଡାଉନ ବେଳେ ମନ୍ତ୍ରୀ ଘରେ ବସିଛନ୍ତି, ଶ୍ରମିକ ରାସ୍ତା ମାପୁଛନ୍ତି | ଯେଉଁମାନେ ଗାନ୍ଧୀ ନାମ ଜିତିଥିବା ବିରୋଧି ଦଳର ଜଣେ ନେତା ରାସ୍ତାରେ ଠିଆ ହୋଇ ଶ୍ରମିକଙ୍କୁ ଆଲିଙ୍ଗନ କରୁଥିବାରୁ ଦୁଃଖିତ | ସେହି ଲୋକେ ଆଉ ମାନବିକତା ଏବଂ ପରମ୍ପରାର ଗର୍ବ କରିବା ଉଚିତ୍ ନୁହେଁ। ସେମାନେ ନିଜ ନିଜ ଲୋକଙ୍କୁ ରାଜ୍ୟକୁ ନେବାକୁ ବିରୋଧ କରନ୍ତି ଏବଂ ଶ୍ରମିକଙ୍କ ସମସ୍ୟା ବିଷୟରେ କହୁଥିବା ଲୋକଙ୍କୁ ଘୃଣା କରନ୍ତି । ଏହା ସତ୍ୟ ଯେ କରୋନା ଏକ ନୂଆ କଳି ଯୁଗ ଆଣିଛି |