Trending Photos
)
ନୂଆଦିଲ୍ଲୀ: କୋରୋନା ଭ୍ୟାକସିନ ଦେଇ ଋଣ ସୁଝିବେ ବନ୍ଧୁ ରାଷ୍ଟ୍ର। କୋରୋନାକୁ ନେଇ ସମଗ୍ର ବିଶ୍ୱରେ ଏକ ପ୍ରକାର ସଂକଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏହି ଭାଇରସର ଭ୍ୟାକସିନ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଆମେରିକା, ଜାପାନ, ଫ୍ରାନ୍ସ ଢେର ଅଧିକ ଆଗକୁ ମଧ୍ୟ ଯାଇ ସାରିଲେଣି। ଏପରିକି ମାନବ କ୍ଷେତ୍ରରେ ମଧ୍ୟ ସେମାନେ ଏହି ଭ୍ୟାକସିନର ପରୀକ୍ଷା କରି ସାରିଲେଣି। ତେବେ ଏହାରି ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି।
ଏହି ଭ୍ୟାକସିନ ପାଇଁ ଆମେରିକା, ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ଲଗାତାର ଭାବେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି କୂଟନୈତିକ ରଣନୀତି ପାଇଁ ଭାରତକୁ ସେହି ଦେଶମାନଙ୍କ ତାଲିକାରେ ସାମିଲ କରାଯାଇଛି, ଯେଉଁଥିରେ ଭ୍ୟାକସିନ ସର୍ବପ୍ରଥମେ ପ୍ରଦାନ କରାଯିବାକୁ ପ୍ରସ୍ତୁତ ହୋଇଛି।
The high-level discussions were backed by work on the ground for repatriating French citizens visiting India. Since the suspension of international flights, more than 2,200 travellers have thus been able to return to France: Emmanuel Lenain, Ambassador of France to India https://t.co/CaoF3dYauQ
— ANI (@ANI) April 18, 2020
ଯଦି ଆମେରିକା କିମ୍ବା ଫ୍ରାନ୍ସ ସର୍ବପ୍ରଥମେ ଭ୍ୟାକସିନ ବାହାର କରୁଛନ୍ତି, ତେବେ ନିଜ ଦେଶର ନାଗରିକମାନଙ୍କ ପାଇଁ ପ୍ରଥମେ ବ୍ୟବହାର କରିବେ। ପରେ ମିତ୍ର ରାଷ୍ଟ୍ରମାନଙ୍କୁ ପ୍ରଦାନ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଦୁଇ ରାଷ୍ଟ୍ର ଯିଏ ବି ପ୍ରଥମେ ଭ୍ୟାକସିନ ବାହାର କରିବ, ନିଜ ରାଷ୍ଟ୍ରରେ ବ୍ୟବହାର ପରେ ଭାରତକୁ ସର୍ବପ୍ରଥମେ ପ୍ରଦାନ କରିବେ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ ଏହି ଭ୍ୟାକସିନ ପ୍ରସ୍ତୁତ କରିବାରେ ସର୍ବାଗ୍ରେ ଆମେରିକା ଓ ଫ୍ରାନ୍ସ ରହିଛନ୍ତି। ଏମାନଙ୍କର ରିସର୍ଚ୍ଚ କାର୍ଯ୍ୟ ମଧ୍ୟ ବେଶ ଦ୍ରୁତ ବେଗରେ ଚାଲିଛି। ସେପଟେ ଇଜ୍ରାଏଲ ଓ ଜାପାନ ମଧ୍ୟ ପ୍ରସ୍ତୁତ କାର୍ଯ୍ୟ ଜାରି ରଖିଛନ୍ତି। ଜାପାନ ଓ ଇଜ୍ରାଏଲ ସହିତ ମଧ୍ୟ ଭାରତର ସମ୍ପର୍କ ଅତି ଉତ୍ତମ ରହିଛି। ଏହି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ଯଦି ସର୍ବପ୍ରଥମେ ଭ୍ୟାକସିନ ପ୍ରସ୍ତୁତ ହେଉଛି, ତେବେ ଭାରତକୁ ସର୍ବପ୍ରଥମେ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଯାହା ମୋଦିଙ୍କର କୂଟନୈତିକ ରଣନୀତି କାରଣରୁ ସମ୍ଭବ ହୋଇ ପାରିଛି ବୋଲି ଆଲୋଚନା ହେଉଛି।