ଯେହେତୁ ନିଜ ସମ୍ପର୍କୀୟମାନେ ଆଖି ଆଗରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଏବଂ ଲକ୍ ଡାଉନ୍ ଯୋଗୁ ଜୀବନ ଦୁର୍ବିଶୟ ହୋଇପଡ଼ୁଛି, ତେଣୁ ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ଗୁଜବ ଖବର ଭାଇରାଲ ହେବାରେ ଲାଗିଛି ।
Trending Photos
ନୂଆଦିଲ୍ଲୀ: କୋରୋନା ଭାଇରସ୍ ଚୀନରୁ ସୃଷ୍ଟି ହୋଇଛି ସତ, ହେଲେ ବେଶ୍ ପ୍ରଭାବିତ ହେଲେଣି ୟୁରୋପୀୟ ଦେଶ । ବିଶେଷ କରି ଇଟାଲୀ, ଫ୍ରାନ୍ସ ଏବଂ ସ୍ପେନରେ ତାଣ୍ଡବ ରଚୁଛି କୋରୋନା । ୟୁରୋପର ପ୍ରଥମ ଦେଶ ଭାବେ ଇଟାଲୀରେ ହିଁ ଲକ୍ ଡାଉନ୍ ହୋଇଥିଲା । ଆଖି ଆଗରେ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ହତାଶ ହେବା ସ୍ୱାଭାବିକ ଘଟଣା । ତେବେ ଏସବୁ ଭିତରେ ସୋସିଆଲ ମିଡିଆରେ କିଛି ଟିତ୍ର ଭାଇରାଲ୍ ହୋଇଛି । ଯେଉଁ ଚିତ୍ରରେ ଇଟାଲୀବାସୀ କୋରୋନା ଯୋଗୁ ନିରାଶ ହୋଇ ତାଙ୍କ ଦେଶର କରେନ୍ସି ସବୁ ରାସ୍ତାରେ ଫୋପାଡ଼ି ଦେଉଥିବା କୁହାଯାଉଛି । ଯେହେତୁ ନିଜ ସମ୍ପର୍କୀୟମାନେ ଆଖି ଆଗରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଏବଂ ଲକ୍ ଡାଉନ୍ ଯୋଗୁ ଜୀବନ ଦୁର୍ବିଶୟ ହୋଇପଡ଼ୁଛି, ତେଣୁ ଲୋକେ ଏଭଳି ନିଷ୍ପତ୍ତି ନେଇଥିବା ଗୁଜବ ଖବର ଭାଇରାଲ ହେବାରେ ଲାଗିଛି ।
ଏ ଘଟଣାର ସତ୍ୟତା କେତେ ?
ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏ ଘଟଣାର ସତ୍ୟତା କେତେ ? ସତରେ କ'ଣ ଇଟାଲୀବାସୀ କରେନ୍ସି ଫୋପାଡ଼ି ଦେଉଛନ୍ତି ? ଡାହା ମିଛ । ଲୋକମାନେ ରାସ୍ତାରେ କରେନ୍ସି ଫୋପାଡିବାର ଯେଉଁ ଚିତ୍ର ଭାଇରଲ୍ ହୋଇଛି, ତା ସହ ଇଟାଲୀର କୌଣସି ସମ୍ପର୍କ ନାହିଁ । କରେନ୍ସି ଫୋପାଡିବାର ଦୃଶ୍ୟ ସତ, ମାତ୍ର ତାହା ଇଟାଲୀର ନୁହେଁ । ଆହୁରି ମଧ୍ୟ କୋରୋନା ଭାଇରସକୁ ନେଇ କରେନ୍ସି ଫିଙ୍ଗୁନାହାଁନ୍ତି ଲୋକେ । ଯେଉଁ ଚିତ୍ର ଭାଇରାଲ୍ ହେଉଛି, ତାହା ୨୦୧୯ର ବୋଲି ଜଣାପଡ଼ିଛି । ଯେଉଁ ସମୟରେ ବିଶ୍ୱରେ କୋରୋନାର ନାଁ ଗନ୍ଧ ନଥିଲା, ସେହି ସମୟରେ ଏପରି କିଛି ଘଟିଥିଲା ।
ସତରେ କ'ଣ ରାସ୍ତାରେ କରେନ୍ସି ଫୋପାଡିଥିଲେ ଲୋକ ?
ଏ ପ୍ରଶ୍ନ ମଧ୍ୟ ଆପଣଙ୍କ ମଧ୍ୟରେ ଆନ୍ଦୋଳିତ କରିବା ସ୍ୱାଭାବିକ । କୋରୋନା ସହ ସମ୍ପର୍କ ଯଦିଓ ନାହିଁ, ତେବେ ବି ମନ ଭିତରେ ପ୍ରଶ୍ନ ଉଙ୍କି ମାରୁଛି । କାହିଁକି ରାସ୍ତାରେ କରେନ୍ସି ସବୁ ଫୋପାଡିଥିଲେ ଲୋକେ ? ଆମେ ଆପଣଙ୍କୁ କହିରଖୁଛୁ, ଇଣ୍ଟରନେଟରେ ଭାଇରଲ୍ ହେଉଥିବା ଚିତ୍ର ଆମେରିକୀୟ ଦେଶ ବେନେଜୁଏଲାର । ଏହି ଦେଶ ଗତ ଅଗଷ୍ଟ ୨୦୧୮ରେ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ନିଜର Bolívar Fuerte କରେନ୍ସିକୁ ହଟାଇ Bolivar Soberanoକୁ ଚଳାଇଥିଲା । ତେବେ ପୁରୁଣା ନୋଟ ମୂଲ୍ୟହୀନ ହୋଇପଡ଼ିବାରୁ ଲୋକେ ରାସ୍ତାରେ ସେସବୁକୁ ଫୋପାଡିବା ଆରମ୍ଭ କରିଦେଇଥିଲେ । ତେବେ ଏହି ସମୟରେ ଅନ୍ୟ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଥିଲା । ବେନେଜୁଏଲାରେ କିଛି ଲୋକ ବ୍ୟାଙ୍କ ଲୁଟ କରିଥିଲେ । ପରବର୍ତ୍ତୀ ସମୟରେ କରେନ୍ସିକୁ ରାସ୍ତାରେ ଫୋପାଡିଥିଲେ ।