ମଣିଷ ଶରୀରରେ ସର୍ବାଧିକ କେତେ ଦିନ ବଞ୍ଚିରହେ କରୋନା ଭାଇରସ୍ ?
Advertisement
Article Detail0/zeeodisha/odisha653688

ମଣିଷ ଶରୀରରେ ସର୍ବାଧିକ କେତେ ଦିନ ବଞ୍ଚିରହେ କରୋନା ଭାଇରସ୍ ?

କରୋନା ଲକ୍ଷଣ: ଆରମ୍ଭରୁ ଶେଷ ପର୍ଯ୍ୟନ୍ତ...

ଫାଇଲ ଫଟୋ

ନୂଆଦିଲ୍ଲୀ: କରୋନା ମୁକାବିଲା ଏବେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ । କରୋନା ଭାଇରସ୍ ଉପରେ ସଠିକ ସୂଚନା ଆପଣ ଜାଣିବା ନିହାତୀ ଆବଶ୍ୟକ । କରୋନା ଭାଇରସ୍ କେମିତି ଆମ ଶରୀରରେ ପ୍ରବେଶ କରେ, ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଆମ ଶରୀରରେ ରହିଥାଏ, ଏ ତମାମ ବିଷୟରେ ଆପଣଙ୍କ ସମ୍ୟକ ଜ୍ଞାନ ରହିବା ଉଚିଚ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାରମ୍ଭିକ ଅବସ୍ଥାରେ ଆପଣ କେମିତି ଜାଣିବେ କରୋନା ଆକ୍ରାନ୍ତ ନା ନୁହେଁ ? 

କରୋନା ଆକ୍ରାନ୍ତଙ୍କ ଲକ୍ଷଣ

ସମସ୍ତ ପ୍ରକାର ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି କରୋନା ନୁହେଁ । କରୋନାର କିଛି ବିଶେଷ ଲକ୍ଷଣ ଥାଏ ।  ଯଦି ଆପଣଙ୍କ ଠାରେ ମଧ୍ୟ ସେମିତି କିଛି ଲକ୍ଷଣ ଦେଖାଯାଉଛି, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏବେ ଆମେ ଆପଣଙ୍କୁ ଭଲ ଭାବେ ବୁଝାଇଦେବୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରୋନାର ଲକ୍ଷଣ ସବୁ କେମିତି ଅଟେ ? 

୧ମ ରୁ ୩ୟ ଦିନ ମଧ୍ୟରେ

ଆପଣଙ୍କ ଶରୀରରେ କରୋନା ଭାଇରସ୍ ପ୍ରବେଶ କରିବାର ୧ରୁ ୩ ଦିନ ମଧ୍ୟରେ କିଛି ଲକ୍ଷଣ ଦେଖିବାକୁ ପାଇବେ । ଏହି ଭାଇରସ୍ ପ୍ରବେଶ କରିବାର ୩ ଦିନ ମଧ୍ୟରେ ଆକ୍ରାନ୍ତଙ୍କୁ ଜ୍ୱର ହେବ । ସେହିପରି ଗଳାର କଷ୍ଠ ଅନୁଭବ ମଧ୍ୟ କରିବେ । ପାଖାପାଖି ୮୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଏପରି ଲକ୍ଷଣ ହିଁ ଦେଖାଯାଏ ।  କିନ୍ତୁ ହିଁ, କରୋନା ଭାଇରସ୍ ପ୍ରବେଶ କରିବାର ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଲକ୍ଷଣ ଜଣପଡ଼ିନଥାଏ(କିଛି ବ୍ୟକ୍ତିଙ୍କ ଠାର) । 

୪ରୁ ୯ଦିନ ମଧ୍ୟରେ

ଏହି ଭାଇରସ୍ ୩ରୁ ୪ଦିନ ମଧ୍ୟରେ ଆକ୍ରାନ୍ତଙ୍କ ଫୁସଫୁସ ମଧ୍ୟରେ ପହଞ୍ଚିଯାଏ । ୪ରୁ ୯ ଦିନ ମଧ୍ୟରେ ଆକ୍ରାନ୍ତ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । କିଛି ଆକ୍ରାନ୍ତ ଏହି ସମୟ ମଧ୍ୟରେ ଶ୍ୱାସ ନେବାରେ ବହୁତ କଷ୍ଟ ଅନୁଭବ କରନ୍ତି । ପରବର୍ତ୍ତି ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଯାଏ । 

୮ରୁ ୧୫ ଦିନ ମଧ୍ୟରେ

ବ୍ୟକ୍ତିର ଶରୀରରେ ଭାଇରସ୍ ପ୍ରବେଶ କରିବାର ଏକ ସପ୍ତାହ ପରେ ରକ୍ତରେ ପହଞ୍ଚିଯାଏ । ସେତେବେଳେ ଆକ୍ରାନ୍ତଙ୍କ ଜୀବନ ବିପଦ ମଧ୍ୟକୁ ଟାଣିହୋଇଯାଏ । ଜୀବନ ମଧ୍ୟ ଚାଲିଯାଇପାରେ । ଭାଇରସ୍ ପ୍ରବେଶ କରିବାର ସପ୍ତାହେ ପରେ ୫ ପ୍ରତିଶତ ଆକ୍ରାନ୍ତଙ୍କୁ ଆଇସିୟୁରେ ମଧ୍ୟ ରଖିବାକୁ ପଡ଼େ । 

୨୧ ଦିନ

କୌଣସି ବ୍ୟକ୍ତି ଶରୀରରେ ଏହି ଭାଇରସ୍ ସର୍ବାଧିକ ୨୧ ଦିନ ପର୍ଯ୍ୟନ୍ତ ରହିପାରେ । ତାଠାରୁ ଅଧିକ ନୁହେଁ । ଆଉ ଏହି ୨୧ ଦିନ ଆକ୍ରାନ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟ ମଧ୍ୟରେ ଜଣେ ସୁସ୍ଥ ହୋଇପାରେ କିମ୍ବା ମୃତ୍ୟୁ ହୋଇଥାଏ । ବର୍ତ୍ତମାନ ସମୟରେ ବିଶ୍ୱର     ପାଖାପାଖି ୭୦ ହଜାର ଲୋକ ଏହି ଭାଇରସ ସହ ଲଢ଼େଇ କରି ନୂଆ ଜୀବନ ପାଇଛନ୍ତି । ତେଣୁ ଆପଣ ମଧ୍ୟ କରୋନା ଭାଇରସକୁ ଡରିବା  ପରିବର୍ତ୍ତେ ସତର୍କତା ଅବଲମ୍ବନ କରନ୍ତୁ । 

୨୫ ଦିନ

କରୋନା ଆକ୍ରାନ୍ତ ୧୮ରୁ ୨୫ ଦିନ ମଧ୍ୟରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥାନ୍ତି । ଆକ୍ରାନ୍ତ ସମ୍ପୁର୍ଣ୍ଣ ସୁସ୍ଥ ବୋଲି ଜଣାପଡ଼ିବା ପରେ ମେଡିକାଲରୁ ଡିସଚାର୍ଜ କରାଯାଏ । 

ଏଠାରେ ଆମେ ଆପଣଙ୍କୁ କହିରଖୁଛୁ,  କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନାହିଁ ।  ଆପଣଙ୍କ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି ହିଁ କରୋନାର ମୁକାବିଲା କରିଥାଏ । ତେଣୁ କରୋନା ଭାଇରସରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରନ୍ତି । ସେମିତି କୌଣସି ଆବଶ୍ୟକ ନଥିଲେ, ଭିଡ଼ ସ୍ଥାନକୁ ଆଦୌ ଯାଆନ୍ତୁ ନାହିଁ । ହଁ, ହାତକୁ ସାନିଟାଇଜର ଦ୍ୱାରା ବାରମ୍ବାର ସଫା କରନ୍ତୁ । 

 ଆହୁରି ପଢ଼ନ୍ତୁ; ଦେଶରେ କୋରୋନା ନେଲା ଆଉ ଏକ ଜୀବନ