)
ନୂଆଦିଲ୍ଲୀ: କୋରୋନାକୁ ନେଇ ଏକ ଚାଞ୍ଚଲ୍ୟଖବର ସାମ୍ନାକୁ ଆସିଛି। ସମଗ୍ର ବିଶ୍ୱରେ କୋରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ଚୀନ ଭାଇରସ ବୋଲି କହିଛି ଆମେରିକା। ସେପଟେ ଚୀନର ଓ୍ୱୁହାନ ସହରରୁ ପଶୁଙ୍କ ଠାରୁ ଏହି ଭାଇରସ ଆସିଥିବା ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ଖାରଜ କରିଛନ୍ତି ଏଚଆଇଭି ପଜିଟିଭି ରୋଗୀଙ୍କ ପାଇଁ ଭ୍ୟାକସିନ ବାହାର କରିଥିବା ତଥା ନୋବେଲ ବିଜେତା ଡାକ୍ତର ଲୁକ ମୋଣ୍ଟେଗ୍ନିଏର।
ଡାକ୍ତର ଲୁକ ୧୯୮୩ ମସିହାରେ ଏଚଆଇଭି ଭାଇରସ ଅନୁସନ୍ଧାନ କରିବା ପରେ ଏହା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଲୁକ ବର୍ତ୍ତମାନ ମଧ୍ୟ ଏହି କୋରୋନା ଭାଇରସକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ଏହି ଭାଇରସ ପ୍ରାକୃତିକ ବା କୌଣସି ପଶୁଙ୍କା ଠାରୁ ଆସିନାହିଁ ଏହା ମନୁଷ୍ୟକୃତ। ଏହାକୁ ମଣିଷ ନିଜେ ହିଁ ତିଆରି କରିଛି। ଲୁକ ଏହି ମନ୍ତବ୍ୟ ପରେ ଚୀନର ପୋଲ ଖୋଲିଯାଇଥିବା ଜଣାପଡ଼ିଛି। ସେପଟେ ଚୀନ ମଧ୍ୟ ଏହି ଭାଇରସକୁ ନେଇ କୌଣସି ସଠିକ ସୂଚନା ଦେଇନାହିଁ। କେବେ ଏହା ପଶୁଠାରୁ ଆସିଛି ବୋଲି କହିଥିବା ବେଳେ ଆଉ କେବେ ଏହା ଚମଡ଼ା ଜାତୀୟ ବସ୍ତୁରୁ ଆସିଛି ବୋଲି ସୂଚନା ଦେଇଥିଲା।
Man who discovered HIV says Coronavirus contains HIV DNA fragments and is lab createdhttps://t.co/7e6D40t3XB
— Luke Rudkowski (@Lukewearechange) April 17, 2020
ଚୀନ କହିଛି ଯେ, ଏହି ଭାଇରସ ପ୍ରାକୃତିକ।ଯାହାକୁ ସିଧାସଳଖ ଖାରଜ କରିଦେଇଛନ୍ତି ଲୁକ। ସେ କହିଛନ୍ତି କି ଏହି ଭାଇରସରେ ପ୍ରାକୃତିକ ହେବାର କୌଣସି କାରଣ ଦେଖାଯାଉନାହିଁ। ପ୍ରାକୃତିକ ଉପାୟରେ ଯେଉଁ ଭାଇରସର ସୃଷ୍ଟି ହୋଇଥାଏ ତାହାର ମାଲିକ୍ୟୁଲ ଷ୍ଟ୍ରକଚର(ଶାରୀରିକ ଗଠନ) ସମ୍ପୂର୍ଣ୍ଣ ଭାବେ ଭିନ୍ନ ରହିଛି। ଏହି ଭାଇରସକୁ ମଣିଷକୃତ ଓ ଏହାକୁ ଲ୍ୟାବରେ ସୃଷ୍ଟି କରାଯାଇଛି ବୋଲି ସେ ଦାବି କରିଛନ୍ତି।
ଏଠାରେ କହି ରଖୁଛୁ ଯେ, ଚୀନର ୱୁହାନ ସହରରେ ଦେଖାଦେଇଥିବା ଏହି ଭାଇରସ ବର୍ତ୍ତମାନ ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଛି। ଏହା ଉପରେ ଚୀନର ଏକ ଇନଷ୍ଟିଚ୍ୟୁଟ ଅଫ ୱାୟରୋଲୋଜୀ ନାମକ ଏକ ସଂସ୍ଥା ମଧ୍ୟ ଏହା ଉପରେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ତେବେ ଏହି ଭାଇରସକୁ ନେଇ ଯେତେବେଳେ ଚୀନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା, ସେତେବେଳେ ଚୀନ ଏହା ବାଦୁଡ଼ିରୁ ଆସିଛି ବୋଲି କହିଥିଲା। ଆହୁରି ମଧ୍ୟ କହିଥିଲା କି ଏହା ଚମଡ଼ାଜାତୀୟ ବସ୍ତୁରୁ ଆସିଛି ତ ପୁଣି କେତେବେଳେ ପଶୁରୁ ଆସିଥିବା ନେଇ ଚୀନ ସ୍ପଷ୍ଟୋକ୍ତି ରଖିଥିଲା। ତେବେ ନୋବେଲ ବିଜେତା ଲୁକଙ୍କ ମନ୍ତବ୍ୟ ପରେ ପୁଣି ଥରେ ଚୀନର ମିଛ ଧରାପଡ଼ିଛି।