Advertisement
Article Detail0/zeeodisha/odisha668924
Zee OdishaOther Newsତାତି ବଢ଼ିଲେ କଣ କୋରୋନା ମରିବ ? ବୈଜ୍ଞାନିକ କଲେ ନୂଆ ଖୁଲାସା

ତାତି ବଢ଼ିଲେ କ'ଣ କୋରୋନା ମରିବ ? ବୈଜ୍ଞାନିକ କଲେ ନୂଆ ଖୁଲାସା

ପୂର୍ବରୁ ବୈଜ୍ଞାନିକଙ୍କ ଗବେଷଣା କହୁଥିଲା, ୩୦ ଡିଗ୍ରୀରୁ ଅଧିକ ତାମମାତ୍ରା ହେଲେ କୋରୋନା ଭାଇରସ୍ ବଞ୍ଚିପାରିବ ନାହିଁ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟାବିସ୍ତାର କରିଚାଲିଛି କୋରୋନା । ଏହି ଭାଇରସକୁ କେମିତି କାବୁ କରାଯାଇପାରିବ, ସେନେଇ ଚିନ୍ତା ବଢ଼ିଲାଣି । ଲକଡାଉନ୍ କେବଳ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ, ହେଲେ ଏହାକୁ ମୂଳପୋଛ କରିବା ପାଇଁ ଭ୍ୟାକ୍ସିନ ହିଁ ଦରକାର । ତେବେ ଏସବୁ ଭିତରେ ପୂର୍ବରୁ ବୈଜ୍ଞାନିକମାନେ କିଛି ଖୁଲାସା କରିଥିଲେ । ଗରମ ବଢ଼ିବା ଦ୍ୱାରା ଭାଇରସ୍ ନିଷ୍କ୍ରିୟ ହେବ ବୋଲି କୁହାଯାଉଥିଲା । ମାତ୍ର ଏବେ କିଛି ବୈଜ୍ଞାନିକ ଚମକାଇଦେବା ଭଳି ଖୁଲାସା କରିଛନ୍ତି । ବୈଜ୍ଞାନିକଙ୍କ ଗବେଷଣା କହୁଛି ୬୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଜୀବିତ ରହିପାରେ କୋରୋନା ଭାଇରସ୍ । 

ପୂର୍ବରୁ ବୈଜ୍ଞାନିକଙ୍କ ଗବେଷଣା କହୁଥିଲା, ୩୦ ଡିଗ୍ରୀରୁ ଅଧିକ ତାମମାତ୍ରା ହେଲେ କୋରୋନା ଭାଇରସ୍ ବଞ୍ଚିପାରିବ ନାହିଁ । ମାତ୍ର ଏବେ ଦକ୍ଷିଣ ଫ୍ରାନ୍ସର Aix-Marseille Universityରେ ଗବେଷଣା କରି ବୈଜ୍ଞାନିକ ମାନେ ଏଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଖୁଲାସା କରିଛନ୍ତି । ଏହି ଗବେଷଣା କହୁଛି, କୋରୋନା ଭାଇରସ୍ ଉପରେ ଗରମର କୌଣସି ପ୍ରଭାବ ପଡିବ ନାହିଁ । ଅର୍ଥାତ ଗରମ ବଢ଼ିଲେ ଭାଇରସ ମରିବେ ବୋଲି ଯେଉଁ ଆଶା କରାଯାଉଛି, ତାହା ସମ୍ପୁର୍ଣ୍ଣ ଭୁଲ । ୟୁନିଭରସିଟିର ପ୍ରଫେସର Remi Charrel ଏବଂ ତାଙ୍କ ଟିମ୍ ଲଗାତାର ଭାବେ କୋରୋନାକୁ ନେଇ ଚିସର୍ଚ କରୁଛନ୍ତି । 

Add Zee News as a Preferred Source
About the Author