କୋରୋନାରେ ମୃତ୍ୟୁ ସଂଖ୍ୟା ୨୫୦୦, ଇଟାଲୀରେ ମୃତ୍ୟୁ ସଂଖ୍ୟା ୪କୁ ବଢିଲା
Advertisement

କୋରୋନାରେ ମୃତ୍ୟୁ ସଂଖ୍ୟା ୨୫୦୦, ଇଟାଲୀରେ ମୃତ୍ୟୁ ସଂଖ୍ୟା ୪କୁ ବଢିଲା

କୋରୋନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ମୃତ୍ୟୁ ସଂଖ୍ୟା ଅଢେଇ ହଜାର ପାରେଇଲାଣି। ସଦ୍ୟପ୍ରାପ୍ତ ସୂଚନା ମୁତାବକ ଏହି ରୋଗରେ ଚୀନରେ ରବିବାର ପ୍ରାୟ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୨୫୯୨କୁ ଛୁଇଁଛି। ଦେଶର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି କି, ଦେଶର ପ୍ରାୟ ୩୧ଟି ପ୍ରାନ୍ତୀୟ

କୋରୋନାରେ ମୃତ୍ୟୁ ସଂଖ୍ୟା ୨୫୦୦, ଇଟାଲୀରେ ମୃତ୍ୟୁ ସଂଖ୍ୟା ୪କୁ ବଢିଲା

ନୂଆଦିଲ୍ଲୀ: କୋରୋନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ମୃତ୍ୟୁ ସଂଖ୍ୟା ଅଢେଇ ହଜାର ପାରେଇଲାଣି। ସଦ୍ୟପ୍ରାପ୍ତ ସୂଚନା ମୁତାବକ ଏହି ରୋଗରେ ଚୀନରେ ରବିବାର ପ୍ରାୟ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୨୫୯୨କୁ ଛୁଇଁଛି। ଦେଶର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି କି, ଦେଶର ପ୍ରାୟ ୩୧ଟି ପ୍ରାନ୍ତୀୟ ଅଞ୍ଚଳରେ ମୋଟ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ରହିଛନ୍ତି।  

ସେ ଆହୁରି ମଧ୍ୟ କହିଛନ୍ତି କି, ଯେଉଁମାନେ ଏଠାକାର ମୂଳ ବାସିନ୍ଦା ନୁହନ୍ତି, ସେମାନଙ୍କୁ ବୁହାନ ଛାଡ଼ିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଦେଇଛନ୍ତି। ଏପରିକି ଯେଉଁମାନଙ୍କ ନିକଟରେ କୋରୋନା ଭାଇରସର କୌଣସି ଲକ୍ଷଣ ନ ଦେଖାଯାଉଛି, ସେମାନଙ୍କୁ ମଧ୍ୟ ଦେଶରୁ ବିତାଡ଼ିତ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ପ୍ରଶାସନ।  

ସୂଚନାଯୋଗ୍ୟ ବୁହାନରୁ ହିଁ କୋରୋନା ଜନ୍ମ ନେଇଥିବା ବେଳେ ଏହି ଅଞ୍ଚଳରେ ବର୍ତ୍ତମାନ ବ୍ୟାପକ ଭାବେ କୋରୋନା ଭାଇରସ ବ୍ୟାପୁଛି। ଫଳରେ ଏହି ଅଞ୍ଚଳରୁ କୋରୋନା ରୋଗୀଙ୍କୁ ବାହାରକୁ ପଠାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ବୁହାନର ଲୋକସଂଖ୍ୟା ପ୍ରାୟ ଏକ କୋଟିର ଊର୍ଦ୍ଧ୍ୱ ଲୋକ ରହିଛନ୍ତି। କୋରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ରୋକ ଲଗାଇବାରେ ଏଠାକାର ପ୍ରଶାସନ ବିଫଳ ହୋଇଛି। ତେବେ କୋରୋନା ଭାଇରସ ଉପରେ ରୋକ ଲଗାଇବା ପାଇଁ ସହର ୨୩ ଜାନୁଆରୀରୁ ସହରକୁ ବନ୍ଦ କରିଦେଇଛନ୍ତି।  

ସେପଟେ କୋରୋନା ଭାଇରସରେ ଇଟାଲୀରେ ମୃତ୍ୟୁ ସଂଖ୍ୟା ଚାରିରେ ପହଞ୍ଚିଛି। ସୋମବାର ଇଟାଲୀରେ ଚତୁର୍ଥ ମୃତ୍ୟୁ ସମ୍ପର୍କିତ ମାମଲା ସାମ୍ନାକୁ ଆସିଛି। ଇଟାଲୀର ଉତ୍ତର ଲୋମବର୍ଦ୍ଦିଆ ଅଞ୍ଚଳର ୮୪ ବର୍ଷୀୟ ଜଣେ ବ୍ୟକ୍ତି ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି। ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  

ସେପଟେ ଦେଶର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଏହା ଲୋମବର୍ଦ୍ଦିଆ ଅଞ୍ଚଳର ତୃତୀୟ ମୃତ୍ୟୁ। ଏହି ଅଞ୍ଚଳରେ କୋରୋନାକୁ ରୋକିବା ପାଇଁ ଅଞ୍ଚଳରେ ଲୋକମାନଙ୍କୁ ବାହାରକୁ ଯିବାକୁ ଛଡ଼ା ଯାଉନଥିବା ବେଳେ ବାହାରୁ ମଧ୍ୟ ଲୋକଙ୍କୁ ଏଠାକୁ ଆସିବାକୁ ଅନୁମତି ଦିଆଯାଇନାହିଁ।  

ପ୍ରଧାନମନ୍ତ୍ରୀ ଜୁଜୁପେ କୋନ୍ତେ କହିଛନ୍ତି କି, ଭାଇରସର ପ୍ରକୋପକୁ କମ କରିବାକୁ ପ୍ରୟାସ କରାଯାଉଛି। ସ୍ଥାନୀୟ ବାସିନ୍ଦାକୁ ପାଖାପାଖି ଗୋଟିଏ ସପ୍ତାହ ଘରେ ବନ୍ଦ ହୋଇ ରହିବାକୁ ହେବ ବୋଲି ଜଣାପଡ଼ିଛି। ଇଟାଲୀର ନାଗରିକ ସଂରକ୍ଷଣ ବିଭାଗର ପ୍ରମୁଖ ଏଞ୍ଜେଲୋ ବୋରେଲି ରବିବାର କହିଥିଲେ କି, ଦେଶରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟୁରୋପ ମହାଦେଶରେ ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ଇଟାଲୀରେ ରହିଛନ୍ତି ବୋଲି ସେ କହିଛନ୍ତି।