ତିନି ମାସ ଇପିଏଫ ଭରିବେ ସରକାର
Advertisement

ତିନି ମାସ ଇପିଏଫ ଭରିବେ ସରକାର

ଗରିବଙ୍କ ପାଇଁ ପେଡ଼ି ଖୋଲିଲେ ସରକାର

ତିନି ମାସ ଇପିଏଫ ଭରିବେ ସରକାର

ନୂଆଦିଲ୍ଲୀ: କୋରୋନା ପାଇଁ ଗରିବଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ୧ ଲକ୍ଷ ୭୦ ହଜାର ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ବ୍ୟତୀତ ମଧ୍ୟବିତ୍ତ ଲୋକଙ୍କ ପାଇଁ ମଧ୍ୟ ଅନେକ ସୁବିଧା ସରକାର ଯୋଗାଇ ଦେବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ସେ କୃଷି କ୍ଷେତ୍ରରେ ହେଉ ଅବା ମଧ୍ୟବିତ୍ତ ବେସରକାରୀ ଚାକିରିଆ ହୁଅନ୍ତୁ। ସମସ୍ତଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି ଅର୍ଥମନ୍ତ୍ରୀ। 

ଏହି କ୍ରମରେ ଏହି ବୈଶ୍ୱିକ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଇପିଏଫ ବା ପ୍ରଭିଡେଣ୍ଟ ଫଣ୍ଡ ନିୟମରେ ମଧ୍ୟ କିଛିଟା ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତିତ ନିୟମ ଅନୁଯାୟୀ କର୍ମଚାରୀମାନେ ତିନି ମାସ ପର୍ଯ୍ୟନ୍ତ ନନ ରିଫଣ୍ଡେବଲ ଆଡଭାନ୍ସ ରାଶିକୁ ଚାକିରିଆମାନେ ଘରକୁ ନେଇ ପାରନ୍ତି। ତେବେ ଯେତିକି ସମ୍ଭବ ହୋଇପାରିବ ସେତିକି ଚାକିରିଆମାନେ ନେଇ ପାରିବେ। ଆଗାମୀ ତିନି ମାସ ପର୍ଯ୍ୟନ୍ତ ୧୫ ହଜାରରୁ କମ ଦରମା ପାଉଥିବା ଚାକିରିଆଙ୍କ ଇପିଏଫ ଅଂଶ ସରକାର ଭରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। 

ତେବେ ଏହି ପରିବର୍ତ୍ତନ ନିୟମ ଫଳରେ ଦେଶର ପ୍ରାୟ ୪।୮ କୋଟି ଲୋକ ଉପକୃତ ହେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ସରକାର ଗରିବଙ୍କୁ ସହାୟତା କରିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଗରିବଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଅତିରିକ୍ତ ୩ କିଲୋ ଚାଉଳ ଓ ୧ କିଲୋ ଡାଲି ସରକାର ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଅଧିନରେ ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 

ସେହିପରି କୋରୋନା ପାଇଁ ଲଢୁଥିବା ପ୍ରତିଟି ଡାକ୍ତରଙ୍କ ବୀମା ୫୦ ଲକ୍ଷ ଟଙ୍କାର ହେବ ବୋଲି ସେ ସୂଚନା ଦେଇଥିଲେ। ୨୦ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏହି ବୀମାରେ ଅନ୍ତର୍ଭୁକ୍ତ କରାଯିବ। ଜନଧନ ଖାତାଧାରୀଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଅର୍ଥକୁ ଡିପୋଜିଟ କରାଯିବ। ଏହି ଅର୍ଥକୁ ଆସନ୍ତା ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ଦିଆଯିବ। ସେହିପରି ଦେଶରେ ଥିବା ୮।୬୯ କୋଟି ଚାଷୀଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ୩ କୋଟି ବୃଦ୍ଧ, ବିଧବା, ଦିବ୍ୟାଙ୍ଗଙ୍କୁ ମଧ୍ୟ ଅତିରିକ୍ତ ଏକ ହଜାର ଟଙ୍କା ପ୍ରଦାନ କରାଯିବାକୁ ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ। 

ଉଜ୍ଜ୍ୱଲା ଉପଭୋକ୍ତାଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡରକୁ ମାଗଣାରେ ଦିଆଯିବ। ୨୦ କୋଟି ଜନଧନ ଖାତାଧାରୀଙ୍କୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ୫ ଶହ ଟଙ୍କା ଲେଖାଏଁ ଅର୍ଥ ମିଳିବ ବୋଲି ସେ ସୂଚନା ଦେଇଥିଲେ।