Advertisement
Article Detail0/zeeodisha/odisha667283
Zee OdishaOther Newsପାକିସ୍ତାନରେ ବଢୁଛି କୋରୋନା ସଂକଟ, ନିଜ ଘରେ ଅପଦସ୍ତ ପ୍ରଧାନମନ୍ତ୍ରୀ !,

ପାକିସ୍ତାନରେ ବଢୁଛି କୋରୋନା ସଂକଟ, ନିଜ ଘରେ ଅପଦସ୍ତ ପ୍ରଧାନମନ୍ତ୍ରୀ !,

କୋରୋନା ମୁକାବିଲାରେ ବିଫଳ ହୋଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ। ନିଜର ବିଫଳତା ଉପରୁ ନଜର ହଟାଇବା ପାଇଁ ଉଦ୍ୟମ କରିଛନ୍ତି ଆରମ୍ଭ କରିଛନ୍ତି ଇମ୍ରାନ। ପାରମ୍ପରିକ ଢଙ୍ଗରେ ଏହି ସଂକଟ ସମୟରେ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଛି ପାକ। ଏହି ଆକ୍ରମଣ କରି କୋରୋନା ଉପରେ ନଜର ହଟାଇବା ପାଇଁ ପ୍ରୟାସ କରିଛନ୍ତି ଇମ୍ରାନ। ମାତ୍ର ଏହା ତାଙ୍କ ପାଇଁ ବୁମେରା

ପାକିସ୍ତାନରେ ବଢୁଛି କୋରୋନା ସଂକଟ,  ନିଜ ଘରେ ଅପଦସ୍ତ ପ୍ରଧାନମନ୍ତ୍ରୀ !,

ଇସଲାମାବାଦ: କୋରୋନା ମୁକାବିଲାରେ ବିଫଳ ହୋଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ। ନିଜର ବିଫଳତା ଉପରୁ ନଜର ହଟାଇବା ପାଇଁ ଉଦ୍ୟମ କରିଛନ୍ତି ଆରମ୍ଭ କରିଛନ୍ତି ଇମ୍ରାନ। ପାରମ୍ପରିକ ଢଙ୍ଗରେ ଏହି ସଂକଟ ସମୟରେ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଛି ପାକ। ଏହି ଆକ୍ରମଣ କରି କୋରୋନା ଉପରେ ନଜର ହଟାଇବା ପାଇଁ ପ୍ରୟାସ କରିଛନ୍ତି ଇମ୍ରାନ। ମାତ୍ର ଏହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ସେନାଙ୍କ ପରାକ୍ରମରେ ପାକ ନିଜ ଦେଶର ସେନାଙ୍କୁ ହରାଇଛି। ଏପରିକି ସିନ୍ଧ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଏହି ଘଟଣା ପାଇଁ ବେଶ କଡ଼ା ସମାଲୋଚନା କରିଛନ୍ତି। 

ସୂଚନା ଯୋଗ୍ୟ ଦେଶରେ କୋରୋନା ଉପରେ ନିୟନ୍ତ୍ରଣ  ଆଣିବାରେ ବିଫଳ ହୋଇଛନ୍ତି ଇମ୍ରାନ ଓ ତାଙ୍କ ନେତୃତ୍ୱାଧିନ ସରକାର। ଫଳରେ ଏହି ଅପାରଗତା ପାଇଁ ତାଙ୍କୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଘରୋଇ ମାମଲାକୁ ସଠିକ ଢଙ୍ଗରେ ସମ୍ଭାଳିବା ପରିବର୍ତ୍ତେ ଭାରତ ଉପରେ ଆକ୍ରମଣ କରିଛି। ଏପରିକି ଏହି ଆକ୍ରମଣରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଭାରତୀୟ ସେନାଙ୍କୁ ଦୋଷ ଦେଇଛି। 

କୋରୋନା ସ୍ଥିତିକୁ ନେଇ ଦେଶରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାର ଜାତୀୟ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟମନ୍ତ୍ରୀମାନେ ଗୋଟିଏ ପଟେ ଥିବା ବେଳେ କେନ୍ଦ୍ର ସରକାର ଗୋଟିଏ ପଟେ ରହି କୋରୋନା ବିପକ୍ଷରେ ଲଢେଇ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିକୁ ଦେଖି ସୁପ୍ରିମକୋର୍ଟ ଭର୍ସନା କରିଥିଲେ। ଦେଶରେ ଲକଡାଉନ ସ୍ଥିତି ଉପରେ ନେଇ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ବେଶ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସିନ୍ଧର ମୁଖ୍ୟମନ୍ତ୍ରୀ।

Add Zee News as a Preferred Source

ସିନ୍ଧର ଶାସକ ତଥା ପାକିସ୍ତାନ ପିପୁଲ୍ସ  ପାର୍ଟିର ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ଶାହ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସମ୍ବୋଧିତ କରିଥିଲେ। ଏହା ସହିତ ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ କୌଣସି ଅଧିକାର ନାହିଁ ଯିଏ ଯାହା ଚାହୁଁଛନ୍ତି, ସିଏ ତାହା କରନ୍ତୁ। ଆପଣ ପ୍ରଧାନମନ୍ତ୍ରୀ। ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ ଯେ, କେଉଁଠାରେ କିପରି ନିୟନ୍ତ୍ରଣ କରାଯିବ। ଆପଣ ନିଷ୍ପତ୍ତି ନେବା ସହିତ ନିର୍ଦ୍ଦେଶ ଦେଲେ ଆମେ ଠିକ ସେହିପରି ତାହାକୁ ପାଳନ କରିବୁ ବୋଲି ସେ କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ଆମେମାନେ ବିନା ସହମତିରେ କୌଣସି ନିଷ୍ପତ୍ତି ନେଇ ପାରିବୁ ନାହିଁ। ଏହା ଏକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସମସ୍ୟା। ଏକ ମହାମାରୀର ରୂପ ନେଉଛି ଏହି କୋରୋନା ଭାଇରସ। ଏହି ସମୟ ବର୍ତ୍ତମାନ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏକତ୍ରିତ ହୋଇ ସମସ୍ୟାର ସାମ୍ନା କରିବାର ସମୟ। କେବଳ ମୁଁ ନୁହେ, ବିପକ୍ଷ ଦଳ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏହି ସମାନ କଥା କହିଛନ୍ତି। ଆପଣ ନିଷ୍ପତ୍ତି ନିଅନ୍ତୁ ଏବଂ ନିର୍ଦ୍ଦେଶ ଦିଅନ୍ତୁ। ଆମେ ତାହାକୁ ପାଳନ କରିବୁ ବୋଲି ମୁରାଦ ଅଲ୍ଲୀ କହିଥିଲେ। 

ତେବେ ପୂର୍ବରୁ ଇମ୍ରାନ ଜାରି କରିଥିବା ଲକଡାଉନର ଅବଧି ଆସନ୍ତା ମଙ୍ଗଳବାର ଶେଷ ହେଉଛି। ତେବେ ପରବର୍ତ୍ତି ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି କି, ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଥିଲେ। ତେବେ ଇମ୍ରାନ କହିଥିଲେ କି, ରାଜ୍ୟରେ ସ୍ଥିତି ଉପରେ ସେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ। 

ତେବେ କୋରୋନାର ସ୍ଥିତି ସିନ୍ଧି ଅଞ୍ଚଳରେ ବେଶ ସଂକଟାପନ୍ନ ସ୍ଥିତିରେ ରହିଛି। ପାକିସ୍ତାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୮ ରହିଥିବା ବେଳେ ଏହା ମଧ୍ୟରୁ ୯୫ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହାରି ମଧ୍ୟରେ ସିନ୍ଧ ଅଞ୍ଚଳରେ ସର୍ବାଧିକ ୧୪୫୨ ସର୍ବାଧିକ ସଂକ୍ରମଣ ହୋଇଛନ୍ତି।

About the Author