୩୦ ଲକ୍ଷ ଛୁଇଁବା ଉପରେ 'କୋରୋନା'
Advertisement
Article Detail0/zeeodisha/odisha673122

୩୦ ଲକ୍ଷ ଛୁଇଁବା ଉପରେ 'କୋରୋନା'

ବିଶ୍ୱରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟାବିସ୍ତାର କରିସାରିଥିବା କୋରୋନାରେ ଏପର୍ଯ୍ୟନ୍ତ ପାଖାପାଖି ୩୦ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି । ଆଜିର ତାଜା ରିପୋର୍ଟ କହୁଛି, ବିଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୯୪ ହଜାର ୭୬୧ । ଅର୍ଥାତ ୩୦ ଲକ୍ଷର ବେଶ୍ ନିକଟତର । ସେହିପରି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୬୯୯୨ରେ ପହଞ୍ଚିଛି । ତେବେ ଏପର୍ଯ୍ୟନ୍ତ ୮୭୮୮୦୨ ଜଣ ସୁସ୍ଥ ମଧ୍ୟ ହେଲେଣି । 

ବିଶ୍ୱରେ କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁବାକୁ ବସିଲାଣି । ସେହିପରି ମୃତକଙ୍କ ସଂଖ୍ୟା ୫୫ ହଜାର ପାର୍ କରିଛି । ତେବେ ଲକ୍ଷେରୁ ଅଧିକ ଲୋକ ସୁସ୍ଥ ମଧ୍ୟ ହେଲେଣି । 

ଏବେ ନଜର ପକାଇବା ଭାରତର ସ୍ଥିତି ଉପରେ । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ଛୁଇଁବାକୁ ବସିଲାଣି । ଆଜିର ରିପୋର୍ଟ କହୁଛି, ଏପର୍ଯ୍ୟନ୍ତ ୨୭୮୯୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୮୭୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ୬୧୮୫ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୯୬ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୪୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । 

ତେବେ ଦେଶର ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସମ୍ପୁର୍ଣ୍ଣ ଭାବେ କୋରୋନା ମୁକ୍ତ ହୋଇଛନ୍ତି । ଏମାନେ ସବୁ ହେଲେ, ଗୋଆ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ସିକିମ, ଦମନ ଡ୍ୟୁ, ଦାଦ୍ରା ନଗର ହାବେଳୀ ଏବଂ ଲାକ୍ଷାଦ୍ୱୀପ । 

;