କୋରୋନା: ମୃତ୍ୟୁ ସଂଖ୍ୟା ଲକ୍ଷେ ପାର୍
Advertisement
Article Detail0/zeeodisha/odisha666187

କୋରୋନା: ମୃତ୍ୟୁ ସଂଖ୍ୟା ଲକ୍ଷେ ପାର୍

ଯଦି ଆମେରିକା କଥା କେବଳ ନଜର ପକାଇବା, ତେବେ ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର କଲାଣି । ଆଜିର ରିପୋର୍ଟ କହୁଛି, ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୨ ହଜାର ୮୭୬ । ସେହିପରି ମୃତ୍ୟୁ ସଂଖ୍ୟା ୧୮୭୪୭ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ ମଧ୍ୟ କୋରୋନା ତାର ପ୍ରଭାବ ବିସ୍ତାର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୫ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ସେହିପରି ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଏବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୪୭ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଛି । 

ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଏପର୍ଯ୍ୟନ୍ତ ୬୪୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଅନ୍ୟ ୬୫୬୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ମିଳିଛି । 

ତେବେ ଯଦି ସମଗ୍ର ବିଶ୍ୱ କଥା ଦେଖିବା, ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ଛୁଇଁବା ଉପରେ । ତାଜା ରିପୋର୍ଟ କହୁଛି, ଏପର୍ଯ୍ୟନ୍ତ ୧୬ ଲକ୍ଷ ୯୯ ହଜାର ୬୩୧ ଜଣ କୋରୋନାରେ ଆକ୍ରାନ୍ତ ହେଲେଣି । ସେହିପରି ମୃତ୍ୟୁସଂଖ୍ୟା ୧ଲକ୍ଷ ୨ହଜାର ୭୩୪ରେ ପହଞ୍ଚିଛି । ତେବେ ଏବେ ୧୨ ଲକ୍ଷ ୨୦ ହଜାର ୫୭୦ ରୋଗୀ ଆକ୍ଟିଭ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ହଜାର ୮୩୦ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି । 

ଯଦି ଆମେରିକା କଥା କେବଳ ନଜର ପକାଇବା, ତେବେ ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର କଲାଣି । ଆଜିର ରିପୋର୍ଟ କହୁଛି, ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୨ ହଜାର ୮୭୬ । ସେହିପରି ମୃତ୍ୟୁ ସଂଖ୍ୟା ୧୮୭୪୭ । ଅର୍ଥାତ କେବଳ ଆକ୍ରାନ୍ତଙ୍କ ସଂଖ୍ୟାରେ ନୁହେଁ, ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆମେରିକା ଯେ ସମସ୍ତ ରେକର୍ଡ କାଟିବାକୁ ଯାଉଛି, ଏବେ ଏପରି କିଛି ଆଶଙ୍କା ପ୍ରକାଶ ହୋଇଛି । 

;