ଶକ୍ତିଶାଳୀ ଦେଶରେ କୋରୋନା ତାଣ୍ଡବ, ଗୋଟିଏ ଦିନରେ ୧୭୮୩ ଜଣଙ୍କ ମୃତ୍ୟୁ
Advertisement

ଶକ୍ତିଶାଳୀ ଦେଶରେ କୋରୋନା ତାଣ୍ଡବ, ଗୋଟିଏ ଦିନରେ ୧୭୮୩ ଜଣଙ୍କ ମୃତ୍ୟୁ

ଅତି ଗମ୍ଭୀର ସ୍ଥିତିରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଛି କୋରୋନା ତାଣ୍ଡବ । ଅତି ଗମ୍ଭୀର ସ୍ଥିତିରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୭୮୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ମୃତ୍ୟୁ ସଂଖ୍ୟାରେ ସ୍ପେନକୁ ମଧ୍ୟ କାଟି ଦେଇଛି । ସେହିପରି ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର୍ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୫ ହଜାର ଉପରେ । କିଲର କୋରୋନାକୁ ନିୟନ୍ତ୍ରଣକୁ ଆଣିବାୀ ଏବେ ସମସ୍ତ ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ହୋଇଛି । 

LIVE UPDATES 

  • ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧୨ ଛୁଇଁଛି । 
  • ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୦୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୧୯୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । 
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୩୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । 
  • ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୯ ଜଣଙ୍କତ ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୯୭ ଜଣଙ୍କ ମୃତ୍ୟୁ ହେଲାଣି ।