ସୁଧୁରିବନି ପାକିସ୍ତାନ
Advertisement

ସୁଧୁରିବନି ପାକିସ୍ତାନ

ରବିବାର ପ୍ରଧାନମନ୍ତ୍ରୀ ମୋଦି ଓ ସାର୍କ ଦେଶ ସହ ଏକ ଭିଡିଓ କନଫରେନ୍ସ ବେଳେ ପାକିସ୍ତାନ କାଶ୍ମୀର ବିବାଦ ଉପସ୍ଥାପନ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ଏଥିରେ ଯୋଗ ଦେଇନଥିଲେ । ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ଏହି ସାର୍କ ଦେଶର ଭିଡିଓ କନଫରେନ୍ସରେ ଯୋଗ ଦେଇଥିଲେ ।

ସୁଧୁରିବନି ପାକିସ୍ତାନ

ନୂଆଦିଲ୍ଲୀ: ସାରା ବିଶ୍ୱ କୋରୋନା ଭାଇରସ ମହାମାରୀଙ୍କୁ ନେଇ ଚିନ୍ତିତ । ଏହା ବର୍ତ୍ତମାନ ସମୟରେ ମାବନ ସଭ୍ୟତା ପାଇଁ ସବୁ ଠାରୁ ବଡ଼ ବିପଦ କହିଲେ କିଛି ଅତୁକ୍ତ ହେବ ନାହିଁ । ଏହି ଭୂତାଣୁକୁ କିପରି ନିୟନ୍ତ୍ରଣ କରାଯିବ, ତାହାକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନମାନେ ଗବେଷଣାରତ ଅଛନ୍ତି । ସେହି ପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଭୂତାଣୁ ମୁକାବିଲା ପାଇଁ ସାର୍କ ଦେଶଗୁଡ଼ିକୁ ଏକତ୍ର କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ଏହି ବିପଜ୍ଜନକ ମହାମାରୀ କୋରୋନା ଭୂତାଣୁର ମୁକାବିଲା କରିବାରେ ସହଯୋଗ କରିବା ପରିବର୍ତ୍ତେ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାରେ ଲାଗିଛି । 

ରବିବାର ପ୍ରଧାନମନ୍ତ୍ରୀ ମୋଦି ଓ ସାର୍କ ଦେଶ ସହ ଏକ ଭିଡିଓ କନଫରେନ୍ସ ବେଳେ ପାକିସ୍ତାନ କାଶ୍ମୀର ବିବାଦ ଉପସ୍ଥାପନ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ଏଥିରେ ଯୋଗ ଦେଇନଥିଲେ । ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ଏହି ସାର୍କ ଦେଶର ଭିଡିଓ କନଫରେନ୍ସରେ ଯୋଗ ଦେଇଥିଲେ । ଏହି ସମୟରେ ପାକିସ୍ତାନୀ ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା କାଶ୍ମୀର ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, କୋରୋନୋ ଭୂତାଣୁ ମୁକାବିଲା କରିବା ପାଇଁ ଜମ୍ମୁ କାଶ୍ମୀରରେ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବା ଉଚିତ । ସେ କହିଛନ୍ତି ଯେ ଜମ୍ମୁ କାଶ୍ମୀରରେ କୋରୋନା ଭୂତାଣୁ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି ।

ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା କହିଛନ୍ତି, 'COVID-19 ସବୁଠାରୁ ବିପଜ୍ଜନକ ମହାମାରୀ ପାଲଟିଛି । କୋରୋନା ଭୂତାଣୁର 155,000 ମାମଲା ରହିଛି । 5,833 ଜଣଙ୍କର ମୃତ୍ୟୁ ହୋଇଛି । ଏହା 138 ଦେଶକୁ ବ୍ୟାପିଛି । ଯେକୌଣସି ପରିସ୍ଥିତିରେ ଆମକୁ କୋରୋନା ଭାଇରସ୍ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ପଡିବ ।

କେବଳ ସୁରକ୍ଷାତ୍ମକ ପଦକ୍ଷେପ ମାଧ୍ୟମରେ ଏହାକୁ ରୋକିପାରିବେ । ସ୍ୱାସ୍ଥ୍ୟ ସେବା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନଜର ରଖିଛନ୍ତି । ବିମାନବନ୍ଦର ଏବଂ ବନ୍ଦରଗୁଡିକ ଉପରେ ନଜର ରଖାଯାଉଛି । ସ୍କ୍ରିନିଂ କରାଯାଉଛି ଜନସମାଗମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏକତ୍ର ଆମେ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବୁ ।