Advertisement
Article Detail0/zeeodisha/odisha672708
Zee OdishaOther Newsମନଭରି ନାଚିଲେ କୋରୋନା ଆକ୍ରାନ୍ତ, ମେଡିକାଲ ଷ୍ଟାପ ବି ନିଜକୁ ସମ୍ଭାଳି ପାରିଲେନି

ମନଭରି ନାଚିଲେ କୋରୋନା ଆକ୍ରାନ୍ତ, ମେଡିକାଲ ଷ୍ଟାପ ବି ନିଜକୁ ସମ୍ଭାଳି ପାରିଲେନି

ଦିଲ୍ଲୀ ଚୌଧୁରୀ ବ୍ରହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ତିଲକ ନଗରର କୋରୋନା ସଂକ୍ରମିତ ଏହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନାକୁ ନେଇ ଆପଣଙ୍କ ମନରେ ଭୟ ଥିବ ନିଶ୍ଚୟ । ଆମେ ବିଗତ ଦିନରେ ଏମିତି ମଧ୍ୟ ଖବର ପାଇଛୁ ଯେ, କୋରୋନା ଆକ୍ରାନ୍ତ ଭୟରେ ଆତ୍ମହତ୍ୟା କରିଥିଲେ । ଅର୍ଥାତ କୋରୋନାକୁ ନେଇ ତାଙ୍କ ମନରେ କେତେ ଯେ ଭୟ ଥିଲା, ଆପଣ ବୁଝିପାରୁଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବୁ, ଯାହା କୋରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ପାଇଁ ଉତ୍ସାହ ବର୍ଦ୍ଧକ । ପରସ୍ପର ସହ ସାମାଜିକ ଦୂରତ୍ୱ ବଜାଏ ରଖିବା ସହ ଡ୍ୟାନ୍ସ କରୁଛନ୍ତି କୋରୋନା ଆକ୍ରାନ୍ତ । କୋରୋନା ଭୟରୁ ନିଜକୁ ଦୂରେଇ ରଖିଛନ୍ତି । ଦିଲ୍ଲୀର ଏକ ମେଡିକାଲର ଏ ଭିଡିଓ ଖୁବ ଭାଇରାଲ ହେଉଛି । 

ଦିଲ୍ଲୀ ଚୌଧୁରୀ ବ୍ରହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ତିଲକ ନଗରର କୋରୋନା ସଂକ୍ରମିତ ଏହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଯେତେବେଳେ ଏହି ରୋଗୀମାନେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ, ଜଣେ ମେଡିକାଲର ଷ୍ଟାପ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । କୋରୋନା ଆକ୍ରାନ୍ତଙ୍କ ସହ ଡ୍ୟାନ୍ସ କରିଥିଲେ । ପରେ ବେଡରେ ଥିବା ଅନ୍ୟ ରୋଗୀମାନେ ମଧ୍ୟ ଡ୍ୟାନ୍ସ କରିଥିଲେ । ସମସ୍ତେ ମାସ୍କ ପିନ୍ଧିଥିଲେ ଏବଂ ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଚିତ୍ରରୁ ଏଭଳି ଲାଗୁଥିଲା, ଯଦିଓ ସେମାନେ କୋରୋନା ଆକ୍ରାନ୍ତ, ତେବେ ରୋଗକୁ ନେଇ ନିଜ ଭିତରୁ ସମସ୍ତ ଭୟକୁ କାଢ଼ି ଫିଙ୍ଗିଦେଇଛନ୍ତି । ଆତ୍ମବିଶ୍ୱାସର ସହ ମେଡିକାଲରେ ଦିନ କାଟୁଛନ୍ତି । 

Add Zee News as a Preferred Source
About the Author