ଦିଲ୍ଲୀ ଚୌଧୁରୀ ବ୍ରହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ତିଲକ ନଗରର କୋରୋନା ସଂକ୍ରମିତ ଏହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
Trending Photos
ନୂଆଦିଲ୍ଲୀ: କୋରୋନାକୁ ନେଇ ଆପଣଙ୍କ ମନରେ ଭୟ ଥିବ ନିଶ୍ଚୟ । ଆମେ ବିଗତ ଦିନରେ ଏମିତି ମଧ୍ୟ ଖବର ପାଇଛୁ ଯେ, କୋରୋନା ଆକ୍ରାନ୍ତ ଭୟରେ ଆତ୍ମହତ୍ୟା କରିଥିଲେ । ଅର୍ଥାତ କୋରୋନାକୁ ନେଇ ତାଙ୍କ ମନରେ କେତେ ଯେ ଭୟ ଥିଲା, ଆପଣ ବୁଝିପାରୁଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଘଟଣା ସମ୍ପର୍କରେ କହିବୁ, ଯାହା କୋରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ପାଇଁ ଉତ୍ସାହ ବର୍ଦ୍ଧକ । ପରସ୍ପର ସହ ସାମାଜିକ ଦୂରତ୍ୱ ବଜାଏ ରଖିବା ସହ ଡ୍ୟାନ୍ସ କରୁଛନ୍ତି କୋରୋନା ଆକ୍ରାନ୍ତ । କୋରୋନା ଭୟରୁ ନିଜକୁ ଦୂରେଇ ରଖିଛନ୍ତି । ଦିଲ୍ଲୀର ଏକ ମେଡିକାଲର ଏ ଭିଡିଓ ଖୁବ ଭାଇରାଲ ହେଉଛି ।
ଦିଲ୍ଲୀ ଚୌଧୁରୀ ବ୍ରହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ତିଲକ ନଗରର କୋରୋନା ସଂକ୍ରମିତ ଏହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଯେତେବେଳେ ଏହି ରୋଗୀମାନେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ, ଜଣେ ମେଡିକାଲର ଷ୍ଟାପ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । କୋରୋନା ଆକ୍ରାନ୍ତଙ୍କ ସହ ଡ୍ୟାନ୍ସ କରିଥିଲେ । ପରେ ବେଡରେ ଥିବା ଅନ୍ୟ ରୋଗୀମାନେ ମଧ୍ୟ ଡ୍ୟାନ୍ସ କରିଥିଲେ । ସମସ୍ତେ ମାସ୍କ ପିନ୍ଧିଥିଲେ ଏବଂ ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଚିତ୍ରରୁ ଏଭଳି ଲାଗୁଥିଲା, ଯଦିଓ ସେମାନେ କୋରୋନା ଆକ୍ରାନ୍ତ, ତେବେ ରୋଗକୁ ନେଇ ନିଜ ଭିତରୁ ସମସ୍ତ ଭୟକୁ କାଢ଼ି ଫିଙ୍ଗିଦେଇଛନ୍ତି । ଆତ୍ମବିଶ୍ୱାସର ସହ ମେଡିକାଲରେ ଦିନ କାଟୁଛନ୍ତି ।