ଲକ୍ ଡାଉନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ କିଶୋର
Advertisement

ଲକ୍ ଡାଉନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ କିଶୋର

#CovidCrisisର ମୁକାବିଲା କ୍ଷେତ୍ରରେ ସରକାର ଆତ୍ମପ୍ରଶଂସାରେ ଲାଗିପଡ଼ିଥିବା ସେ ଅଭିଯୋଗ କରିଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଯାଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରାଯାଇଛି । ଆଜି ଲକ୍ ଡାଉନ ତୃତୀୟ ଦିନ ପହଞ୍ଚିଛି । ତେବେ ଏହାରି ଭିତରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିଶିଷ୍ଟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । #CovidCrisisର ମୁକାବିଲା କ୍ଷେତ୍ରରେ ସରକାର ଆତ୍ମପ୍ରଶଂସାରେ ଲାଗିପଡ଼ିଥିବା ସେ ଅଭିଯୋଗ କରିଛନ୍ତି । 

ଆଜି ଟ୍ୱିଟ କରି ପ୍ରଶାନ୍ତ କିଶୋର କହିଛନ୍ତି, ''#CovidCrisis ମୁକାବିଲା କ୍ଷେତ୍ରରେ ସରକାର ନିଜକୁ ନିଜେ ଖୁବ୍ ପ୍ରଶଂସା କରିବା ପରିବର୍ତ୍ତେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସମୟ ବାହାର କରନ୍ତୁ, ଯେଉଁମାନେ ଉଚିତ ଢଙ୍ଗରେ ଲାଗୁ ହୋଇନଥିବା ଲକ୍ ଡାଉନ କାରଣରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।''

ଏହା ପୂର୍ବରୁ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ ପ୍ରଶାନ୍ତ କିଶୋର । ଲକ୍ ଡାଉନ କାରଣରୁ ବିହାରର ଅନେକ ଲୋକ ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଅନ୍ୟ ସରକାରମାନେ ନିଜ ନିଜ ଲୋକଙ୍କୁ ସହାୟତାର ହାତ ବଢ଼ାଉଥିବା ବେଳେ ନୀତିଶ କୁମାର କାହିଁକି କିଛି କରୁନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ପ୍ରଶାନ୍ତ । ଫସି ରହିଥିବା ବିହାର ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା କିମ୍ବା ଯେଉଁଠି ଅଛନ୍ତି ସେଠି ସେମାନଙ୍କ ପାଇଁ ଉତିତ ବ୍ୟବସ୍ଥା କରିବାକୁ ସେ କହିଥିଲେ । ଅନ୍ୟ ଏକ ଟ୍ୱିଟରେ ପ୍ରଶାନ୍ତ କିଶୋର କହିଥିଲେ, ''ନୀତିଶ କୁମାରଙ୍କ ଲଜ୍ଜା ଲାଗିବା କଥା ।''