Advertisement
Article Detail0/zeeodisha/odisha681689
Zee OdishaOther News୧୪ଟି କଣ୍ଟେନମେଣ୍ଟ ଜୋନରୁ ଉଠିଲା ପ୍ରତିବନ୍ଧକ

୧୪ଟି କଣ୍ଟେନମେଣ୍ଟ ଜୋନରୁ ଉଠିଲା ପ୍ରତିବନ୍ଧକ

ନୋଏଡା (ଗୌତମ ବୁଦ୍ଧ ନଗର) ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ମିଳିଥିବା ସୂଚନା ଅନୁଯାୟୀ, ନୋଏଡାର ୧୪ଟି କ୍ଷେତ୍ର କଣ୍ଟେନମେଣ୍ଟ ଜୋନରୁ ପ୍ରତିବନ୍ଧକ ଉଠାଇ ଦିଆଯାଇଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ୩୫ଟି କଣ୍ଟେନମେଣ୍ଟ ଜୋନ୍ ଅଛି, ଯାହାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ଅନୁଯାୟୀ ଏହି ଜୋନ୍ ପ୍ରଥମ ଶ୍ରେଣୀରେ ରଖ

୧୪ଟି କଣ୍ଟେନମେଣ୍ଟ ଜୋନରୁ ଉଠିଲା ପ୍ରତିବନ୍ଧକ

ନୋଏଡା: ନୋଏଡା (ଗୌତମ ବୁଦ୍ଧ ନଗର) ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ମିଳିଥିବା ସୂଚନା ଅନୁଯାୟୀ, ନୋଏଡାର ୧୪ଟି କ୍ଷେତ୍ର କଣ୍ଟେନମେଣ୍ଟ ଜୋନରୁ ପ୍ରତିବନ୍ଧକ ଉଠାଇ ଦିଆଯାଇଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ୩୫ଟି କଣ୍ଟେନମେଣ୍ଟ ଜୋନ୍ ଅଛି, ଯାହାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ଅନୁଯାୟୀ ଏହି ଜୋନ୍ ପ୍ରଥମ ଶ୍ରେଣୀରେ ରଖାଯାଇଛି ଯେଉଁଠାରେ କୋରୋନା ଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହିପରି କ୍ଷେତ୍ର ୪୦୦ମିଟର ପରିଧି ସହିତ ସିଲ୍ ହୋଇଛି ।

ଦ୍ୱିତୀୟ ବର୍ଗରେ ଏକରୁ ଅଧିକ କରୋନା ସଂକ୍ରମିତ ଜୋନ୍ ସୃଷ୍ଟି ହୋଇଛି । ଏହି ଜୋନର କ୍ଷେତ୍ର ଗୁଡିକ ୧ କିଲୋମିଟର ଦୂରତାରେ ସିଲ୍ କରାଯାଇଛି । ସୂଚନାନୁସାରେ, ଜିଲ୍ଲାର ୧୭ଟି କ୍ଷେତ୍ର ପ୍ରଥମ ଶ୍ରେଣୀରେ ଏବଂ ଜିଲ୍ଲାର ୧୮ଟି କ୍ଷେତ୍ର ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛି।

ଭାରତରେ କୋରୋନା ଭୁତାଣୁ ସଂକ୍ରମିତ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର (ମେ ୧୪) ସୁଦ୍ଧା ଗୌତମ ବୁଦ୍ଧ ନଗରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି ପାଇଛି। ଏଥି ସହିତ ସମଗ୍ର ଦେଶରେ କୋଭିଡ -୧୯ ରୋଗୀଙ୍କ ସଂଖ୍ୟା ମଧ୍ୟ ୮୦ ହଜାର ଅତିକ୍ରମ କରିଛି। ଦେଶରେ କୋରୋନା ସଂକ୍ରମଣର ସଂଖ୍ୟା ୮୧୯୭୦ରେ ପହଞ୍ଚିଛି। ଏଥିରୁ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ୨୭୯୨୦ ଏବଂ ମୃତ୍ୟୁ ସଂଖ୍ୟା ୨୬୪୯କୁ ବୃଦ୍ଧି ପାଇଛି ।

Add Zee News as a Preferred Source

ଆପଣଙ୍କୁ କହିରଖୁଛୁ ଯେ ନୋଏଡାଠାରେ ଫସି ରହିଥିବା ବିହାରର ପ୍ରବାସୀ ଶ୍ରମିକଙ୍କ ଫେରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛନ୍ତି। ଏହି ଟ୍ରେନଗୁଡିକ ଗତ ୧୬ ରୁ ଗୌତମ ବୁଦ୍ଧ ନଗର ଜିଲ୍ଲାର ଦୁଇଟି ଷ୍ଟେସନରୁ ଛାଡିବ ।

About the Author