ମୁମ୍ବାଇ ନୌସେନା ବେସର ୨୧ ଯବାନଙ୍କୁ 'କୋରୋନା'
Advertisement
Article Detail0/zeeodisha/odisha669348

ମୁମ୍ବାଇ ନୌସେନା ବେସର ୨୧ ଯବାନଙ୍କୁ 'କୋରୋନା'

 ଗତ ୭ ଏପ୍ରିଲରେ INS ଆଙ୍ଗ୍ରେରେ ପ୍ରଥମ କୋରୋନା ମାମଲା ସାମ୍ନାକୁ ଆସିଥିଲା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ କୋରୋନା କାୟା ମେଲାଉଥିବା ବେଳେ ମୁମ୍ବାଇରୁ ଆସିଛି ବଡ଼ ଖବର । ମୁମ୍ବାଇ ନେଭି ବେସର ୨୦ ଯବାନ ଏବଂ ଅନ୍ୟ ଜଣେ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ଏହି ମାମଲା ସାମ୍ନାକୁ ଆସିବା ପରେ ଚିନ୍ତା ବଢିଯାଇଛି । ସମସ୍ତଙ୍କୁ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୭ ଏପ୍ରିଲରେ INS ଆଙ୍ଗ୍ରେରେ ପ୍ରଥମ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଆଉ ଏହି ରୋଗୀଙ୍କ ଠାରୁ ଅନ୍ୟମାନଙ୍କୁ ଏହା ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । 

ତେବେ ଆକ୍ରାନ୍ତ ୨୧ ଯବାନ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେନେଇ ତନାଘନା ଆରମ୍ଭ ହୋଇଛି । ଲକଡାଉନ୍ ବେଳେ ଆକ୍ରାନ୍ତ ଯବାନମାନେ ମୁମ୍ବାଇ ସହରକୁ ଯାଇଥିଲେ ବୋଲି ଜଣାପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନୌସେନା ଯବାନଙ୍କୁ ମୁମ୍ବାଇ ପଠାଯାଇଥିଲା । ତେବେ ସେହି ସମୟରେ ଏମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେନେଇ ମଧ୍ୟ ଖୋଳତାଳ ଆରମ୍ଭ ହୋଇଛି । 

ସେପଟେ ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୭୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୯୯୧ ଜଣ ସୁସ୍ଥ ହୋଇଥିବା ବେଳେ ୪୮୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ୧୧୯୦୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

;