ଦମ୍ପତିଙ୍କୁ ପିଟିଲା ଅଜଣାଗାଡ଼ି, ଦୁଇ ପିଲା ହେଲେ ଅନାଥ
Advertisement
Article Detail0/zeeodisha/odisha678287

ଦମ୍ପତିଙ୍କୁ ପିଟିଲା ଅଜଣାଗାଡ଼ି, ଦୁଇ ପିଲା ହେଲେ ଅନାଥ

ଆଖି ପିଛୁଳାକେ ଚାଲିଗଲା ଜୀବନ...

ଦମ୍ପତିଙ୍କୁ ପିଟିଲା ଅଜଣାଗାଡ଼ି, ଦୁଇ ପିଲା ହେଲେ ଅନାଥ

ଲକ୍ଷ୍ନୌ: କୋରୋନା ସଂକଟ ସମୟରେ ଭୋକର ଜ୍ୱାଳା ଆଉ ଆତ୍ମିୟତାର ଡୋରୀରେ ଲଢୁଛନ୍ତି ପ୍ରବାସୀ ଶ୍ରମିକ । ଏହାରି ମଧ୍ୟରେ ନିଜ ନିଜ ରାଜ୍ୟକୁ ଫେରିବାକୁ ପ୍ରୟାସ ମଧ୍ୟ କରୁଛନ୍ତି । ଚାଲି ଚାଲି ହେଉ ଅବା ସାଇକେଲ କିମ୍ବା ବାଇକ ମଧ୍ୟରେ ଘରକୁ ଫେରୁଛନ୍ତି ଏହି ପ୍ରବାସୀ ଶ୍ରମିକମାନେ । ତେବେ ସାଇକେଲ ଯୋଗେ ଫେରୁଥିବା ବେଳେ ଜଣେ ପ୍ରବାସୀ ଦମ୍ପତି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ସେପଟେ ପଛରେ ଛାଡ଼ି ଯାଇଛନ୍ତି ଦୁଇ ଛୁଆ ଓ ପରିବାରର ସଦସ୍ୟଙ୍କୁ । ଅକାଳରେ ଅନାଥ ହୋଇ ପଡ଼ିଛନ୍ତି ଦୁଇ ଛୁଆ । 

ମିଳିଥିବା ସୂଚନା ମୁତାବକ ଛତିଶଗଡ଼ର କୃଷ୍ଣା ସାହୁ ଓ ପ୍ରମିଳା ସାହୁ ତାଙ୍କର ଦୁଇ ପିଲାଙ୍କ ସହିତ ଲକ୍ଷ୍ନୌରୁ ସାଇକେଲ ଯୋଗେ ବାହାରିଥିଲେ । ମାତ୍ର ଲକ୍ଷ୍ନୌରୁ ବାହାରିବାର କିଛି ବାଟ ପରେ ବୁଧବାର ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ମାତ୍ର ୫ ବର୍ଷରୁ କମ ଦୁଇ ପିଲା ସାମାନ୍ୟ ଆହତ ହୋଇଛନ୍ତି । 

ଘଟଣା ସମ୍ପର୍କରେ ଲକ୍ଷ୍ନୌ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୃଷ୍ଣ ଓ ପ୍ରମିଳାଙ୍କୁ ଛଟପଟ ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମାତ୍ର ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ କହିଛି କି, ଏହି ଘଟଣା ବୁଧବାର ବିଳମ୍ବିତ ଲକ୍ଷ୍ନୌରୁ ବାଇପାସ ରୋଡ଼ ଦେଇ କୃଷ୍ଣ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ଧରି ସାଇକେଲ ଯୋଗେ ଛତିଶଗଡ଼ ଫେରୁଥିଲେ । ମାତ୍ର ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ବୋଲି ସେ କହିଥିଲେ । 

ପୋଲିସ ଆହୁରି ମଧ୍ୟ କହିଥିଲା କି, ସେମାନଙ୍କର ସାଇକେଲ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଯାଇଥିଲା । ଛୋଟ ପିଲାମାନେ ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ସେମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ଏନେଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଛି । କୃଷ୍ଣା ଲକ୍ଷ୍ନୌରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବୋଲି ପୋଲିସ ସୂଚନା ଦେଇଛି । ଲକଡାଉନ କାରଣରୁ ରୋଜଗାର ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯାଇଥିଲା । ଫଳରେ ଗୁଜୁରାଣ ପାଇଁ କୃଷ୍ଣା ସାଇକେଲ ଯୋଗେ ଘରକୁ ବାହାରିଥିଲେ । ମାତ୍ର ତାଙ୍କର ରାସ୍ତା ଯେ ଅଧାବାଟରେ ଶେଷ ହେବ, ଏକଥା କେହି ମଧ୍ୟ ଆଶା କରିନଥିଲେ । 

;