ରହସ୍ୟଜନକ ଭାବେ ଗାୟବ ହୋଇଗଲେ ଦମ୍ପତି

ଫୁଟବଲ ଖେଳ ଦେଖିବାକୁ ଯାଇ ରହସ୍ୟ ଜନକ ଭାବେ ଗାୟବ ହୋଇଗଲେ ସ୍ଵାମୀ-ସ୍ତ୍ରୀ । ଏଭଳି ଏକ ରହସ୍ୟ ଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସୀତାରାମ ସାହିରେ ।

ରହସ୍ୟଜନକ ଭାବେ ଗାୟବ ହୋଇଗଲେ ଦମ୍ପତି
ରହସ୍ୟଜନକ ଭାବେ ଗାୟବ ହୋଇଗଲେ ଦମ୍ପତି

ଉଦଳା: ଫୁଟବଲ ଖେଳ ଦେଖିବାକୁ ଯାଇ ରହସ୍ୟ ଜନକ ଭାବେ ଗାୟବ ହୋଇଗଲେ ସ୍ଵାମୀ-ସ୍ତ୍ରୀ । ଏଭଳି ଏକ ରହସ୍ୟ ଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସୀତାରାମ ସାହିରେ ।
ଦମ୍ପତି ନିଖୋଜ ହୋଇଯିବା ପରେ ଅଞ୍ଚଳବାସୀ ଆରମ୍ଭ କରିଥିଲେ ଖୋଜାଖୋଜି । ପରେ ଘର ଠାରୁ ଅଧ କିଲୋମିଟର ଦୂରରେ ରକ୍ତଛିଟା ଓ ଭଙ୍ଗା ଚୁଡ଼ି ମିଳିଛି । ଯାହାକୁ ନେଇ ଉଭୟଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ । ନିଖୋଜ ଦମ୍ପତିଙ୍କ ଶବ ବରାମଦ କରିବା ପାଇଁ ପୋଲିସ ଆରମ୍ଭ କରିଛି ଛାନବିନ ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ସୀତାରାମ ସାହିର ସୀତାରାମ ସିଂହ ଓ ତାଙ୍କ ପତ୍ନୀ ଲେତ ସିଂହ ଗତକାଲି ସ୍ଥାନୀୟ ଅଞ୍ଚଳରେ ହେଉଥିବା ଫୁଟବଲ ଟୂର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ । ରାତି ପର୍ଯ୍ୟନ୍ତ ଉଭୟ ଘରକୁ ନଫେରିବାରୁ ଘର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । ଗତ କାଲି ରାତିରେ ଉଭୟ ଦମ୍ପତିଙ୍କୁ ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳବାସୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଦମ୍ପତିଙ୍କର କୌଣସି ବି ଖୋଜଖବର ମିଳିନଥିଲା । ଏହା ପରେ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ  
ଆଜି ସକାଳେ କପ୍ତିପଦା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତଲାସି ବେଳେ ଜଙ୍ଗଲରେ ରକ୍ତ ଛିଟା, ରକ୍ତ ଭିଜା ସାର୍ଟ ଓ ଭଙ୍ଗା ଚୁଡ଼ି  ମିଳିଥିଲା । ପୋଲିସ ନିକଟରେ ଥିବା ସୋନ ଡ୍ୟାମ ଓ ଜଙ୍ଗଲରେ ତଲାସୀ ଜାରି ରଖିଛି । କିନ୍ତୁ ଉଭୟଙ୍କ ପତ୍ତା ମିଳିନି । ଏଭଳି ରହସ୍ୟ ଜନକ ଭାବେ ନିଖୋଜ ହୋଇଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।