'ଲଙ୍ଗଳା ବନ୍ଧୁ' ପରମ୍ପରାରେ ମିଶିକି ଗାଧୋଇବା ପାଇଁ ଚାଲିବାକୁ ପଡ଼େ ୪ ଦିନ

ଦମ୍ପତ୍ତି ଏକା ସହ ଚାଲିବା ପାଇଁ ଚାଲନ୍ତି ୪ ଦିନ

 'ଲଙ୍ଗଳା ବନ୍ଧୁ' ପରମ୍ପରାରେ ମିଶିକି ଗାଧୋଇବା ପାଇଁ ଚାଲିବାକୁ ପଡ଼େ ୪ ଦିନ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ଆପଣ ନିଜର ଗାଧୋଇବା ଘରକୁ ଗଲେ ଆଉ ଫଟାଫଟ୍ ଗାଧୋଇ ପଡ଼ିଲେ । ହେଲେ ଆପଣଙ୍କୁ ଯଦି କୁହାଯିବ କି ଗାଧୋଇବା ପାଇଁ ୪ ଦିନ ପାଦରେ ଚାଲି ଚାଲି ଯିବାକୁ ପଡ଼ିବ, ତାହେଲେ ଆପଣ ତୁରନ୍ତ ପଛଘୁଞ୍ଚା ଦେବେ ।  ଆଉ କହିବେ 'ଏହାଠାରୁ ଭଲ ନ ଗାଧୋଇ ରହିଯିବି' । ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠି ଲୋକେ ଗାଧୋଇବା ପାଇଁ ଚାରିଦିନ ପାଦରେ ଚାଲି ଚାଲି ଯାଇଥାନ୍ତି । ଆବଡ଼ା ଖାବଡ଼ା ପାଦଚଲା ରାସ୍ତା ଅତିକ୍ରମ କରି ଲୋକେ ପହଞ୍ଚି ପୋଖରୀରେ ଗାଧୋଇଥାନ୍ତି । ଏପରି ଏକ ଅଦ୍ଭୁତ ନୀଳ ରଙ୍ଗର ଉଷୁମ ପାଣିଥିବା ଏକ ପୋଖରୀ ରହିଛି । ଏହାକୁ ଛାଡ଼ିଦେଲେ ଆହୁରି ଅନେକ ପୋଖରୀ ମଧ୍ୟ ରହିଛି । ହେଲେ 'ତାପାମା' ନାଁରେ ଥିବା ଏହି ପୋଖରୀ ପ୍ରତି ଲୋକଙ୍କ ମାନ୍ୟତାରେ କିଛି ଅଲଗା ରହିଛି । ଏହି ପୋଖରୀରେ ଗାଧୋଉଥିବା ଲୋକେ କେବଳ ଖୋଲା ପ୍ରକୃତିର ଆନନ୍ଦ ନେଉଛନ୍ତି । ଏଠାରେ ଗାଧୋଇଲେ ଦେହ ଓ ଆତ୍ମା ମଧ୍ୟ ସ୍ୱଚ୍ଛ ହୋଇଯାଏ ବୋଲି ବିଶ୍ୱାସ ରହିଛି । ବିଶ୍ୱାସ ରହିଛି କି ନୀଳ ରଙ୍ଗର ପାଣିର ପୋଖରୀରରେ ଗାଧୋଇବାର ଅନେକ ଫାଇଦା ରହିଛି ।

୧୦୦୦ ବର୍ଷରୁ ଅଧିକ ଏହି ପୋଖରୀରରେ ପାଣି ପ୍ରାକୃତିକ ଭାବେ ଉଷୁମ ରହିଥାଏ । ଉଷୁମ ପାଣି ରହିଥିବା ଏହି ପୋଖରୀରେ ନିଜ ସମ୍ପର୍କୀୟ, ସାଙ୍ଗସାଥୀ ଏବଂ ପଡ଼ୋଶୀ ସାଙ୍ଗହୋଇ ପହଞ୍ଚି ମହିଳା ଓ ପୁରୁଷ ମିଶିକରି ଏକ ସଙ୍ଗେ ଗୋଧୋଇଥାନ୍ତି । ତାଙ୍କ କହିବା କଥା ହେଲା ଏକ ସଙ୍ଗେ ଗାଧୋଇବା ଦ୍ୱାରା ଆପୋଷ ମନ ମତାନ୍ତର ଏବଂ ବିରୋଧ ବିଚାର ଦୂର ହୋଇଯାଇଥାଏ । ଏହାପରେ ଲୋକେ ଖୋଲାଖୋଲି ନିଜ ନିଜ ଭିତରେ କଥାହେବା ସହଜ ହୋଇଯାଇଥାଏ । ଏହି ପରମ୍ପରାକୁ 'ଲଙ୍ଗଳା ବନ୍ଧୁ' କୁହାଯାଏ । 'ତାପାମା' ନାମକ ପୋଖରୀରେ ପୁରୁଷ ଏବଂ ମହିଳାଙ୍କ ଗୋଧାଇବା ପାଇଁ ଅଲଗା ଅଲଗା ସ୍ଥାନ ମଧ୍ୟ ରହିଛି । ଏହାକୁ ଛାଡ଼ିଦେଲେ ଆଉ ଏକ ଜାଗା ରହିଛି ଯେଉଁଠି ମହିଳା ଓ ପୁରୁଷ ସାଙ୍ଗହୋଇ ଗାଧୋଇଥାନ୍ତି ।

ଏହି ପୋଖରୀ ନିକଟରେ ପହଞ୍ଚିବା ପାଇଁ ପଥୁରିଆ ଆବଡ଼ାଖାବଡ଼ା ରାସ୍ତା ପାର କରିବାକୁ ପଡ଼ିଥାଏ । ଦୂର ନିଛାଟିଆ ସ୍ଥାନରେ ରହିଥିବା ଯୋଗୁଁ  'ତାପାମା' ଗଭୀର ପୋଖରୀ ପାଖରେ ପହଞ୍ଚିବାକୁ ଅନେକ ଦିନ ଲାଗିଯାଇଥାଏ । ଚୌବୋସାଙ୍ଗକୋ ଜାତୀୟ ଉଦ୍ୟାନର ପୋଖରୀ ନିକଟରେ ପହଞ୍ଚିବାକୁ ଜଙ୍ଗଲ, ନଦୀ ଏବଂ ପାହାଡ଼କୁ ଅତିକ୍ରମ କରି ଯିବାକୁ ପଡ଼ିଥାଏ ।  ଆବଡ଼ା ଖାବଡ଼ା ଏବଂ ପଥୁରିଆ ରାସ୍ତାକୁ ପାର କରିବାକୁ ୪୦ କିଲୋମିଟର ଯାଏ ଟ୍ରାକିଂ କରିବାକୁ ପଡ଼ିଥାଏ । ପାହାଡ଼ରେ ଚଢ଼ିବା ସମୟରେ ଲୋକମାନେ ନିଛାଟିଆ ଝୁମ୍ପୁଡ଼ି ଘରେ ରାତ୍ରି ଯାପନ କରନ୍ତି । ଯେଉଁଠି ମୋବାଇଲର ନେଟୱର୍କ ନଥାଏ କି ଦୂର ଦୂର ଯାଏଁ କୌଣସି ଲୋକଙ୍କ କିଛି ଦେଖା ନଥାଏ । ତଥାପି ଏପରି କଷ୍ଟକୁ ଖାତିର ନକରି  ଶହ ଶହ ବର୍ଷରୁ  ଜାପାନୀ ଲୋକେ ଏପରି କରିଆସୁଛନ୍ତି । ଗାଧୋଇବା ପାଇଁ ଯାଉଥିବା ଲୋକେ ଯେବେ ପାହାଡ଼ରେ ରାତ୍ରି ଯାପନ କରି ପୋଖରୀ ନିକଟରେ ପହଞ୍ଚନ୍ତି ବହୁତ ଥକିପଡ଼ିଥାନ୍ତି ।  ତଥାପି ଖଣିଜ ଯୁକ୍ତ ପାଣିରେ ଗାଧୋଇବା ପରେ ତାଙ୍କର ସବୁ କଷ୍ଟ ଦୂର ହୋଇଯାଇଥାଏ ।