Trending Photos
ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଅନିୟନ୍ତ୍ରିତ ଭାବେ ବ୍ୟାପିବାରେ ଲାଗିଛି। କୋରୋନା କବଳରେ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଇଁ ୭୩୦ରେ ପହଞ୍ଚିଛି।
ଦିଲ୍ଲୀର ସରକାରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରୁ ଏହି ତଥ୍ୟ ମିଳିଛି। ତେବେ ବୁଲେଟିନରେ ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଯେ ଏହି ୭୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୦ ହେଉଛନ୍ତି ତବଲିଗି ଜମାତ। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରୁ ୩୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ବାହାର କରିଛନ୍ତି ସରକାର। ଏହି ୩୫ ଜଣ ନିକଟରେ ବିଦେଶରୁ ଫେରିଥିବା ସୂଚନା ରହିଛି।
ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଯଦି ୭୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସହରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରିଛନ୍ତି କେଜରିଓ୍ୱାଲ ସରକାର। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଦିଲ୍ଲୀରେ ୨୦ଟି କୋରୋନା ହଟସ୍ପଟକୁ ଚିହ୍ନଟ କରାଯାଇଛି। ଗୁରୁବାର ବେଙ୍ଗଲୀ ବଜାରକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି।
ସମଗ୍ର ଦେଶରେ ମୋଟ ୫୮୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୯୧ଟି ନୂଆ ମାମଲା ସାମ୍ନାକୁ ଆସିଛି।