Advertisement
Article Detail0/zeeodisha/odisha695872
Zee OdishaOther Newsପୁଣିଥରେ ଚୀନକୁ କଡ ଲେଉଟାଇଲା କୋରୋନା, ରାଜଧାନୀ ବେଜିଂରୁ ୩୬ କୋଭିଡ19 ପଜିଟିଭ ଚିହ୍ନଟ

ପୁଣିଥରେ ଚୀନକୁ କଡ ଲେଉଟାଇଲା କୋରୋନା, ରାଜଧାନୀ ବେଜିଂରୁ ୩୬ କୋଭିଡ19 ପଜିଟିଭ ଚିହ୍ନଟ

ବିଗତ ୨୪ ଘଣ୍ଟା ମଧ୍ୟରେ ଚୀନର ରାଜଧାନୀ ବେଜିଂରୁ ୩୬ କୋଭିଡ19 ପଜିଟିଭ ଚିହ୍ନଟ ହୋଇଛନ୍ତି |  

ପୁଣିଥରେ ଚୀନକୁ କଡ ଲେଉଟାଇଲା କୋରୋନା, ରାଜଧାନୀ ବେଜିଂରୁ ୩୬ କୋଭିଡ19 ପଜିଟିଭ ଚିହ୍ନଟ

ବେଜିଂ: ଗତବର୍ଷ ଡିସେମ୍ବରରୁ ଚୀନର ଉହାନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇଛି କୋରୋନା ଭାଇରସ | ବିଶ୍ୱର ବିଭିନ୍ନ କୋଣରେ ଅନୁକୋଣରେ ଦେଖିବାକୁ ମିଳିଛି ଏହାର ପ୍ରକୋପ |  ଶକ୍ତିଶାଳୀ ଠାରୁ ଆରମ୍ଭ କରି ଦୁର୍ବଳ ରାଷ୍ଟ୍ର ସମସ୍ତେ ଏହା ଦ୍ୱାରା ହୋଇଛନ୍ତି କବଲିତ | ଏହାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି |  

ଚୀନରୁ ଆରମ୍ଭ ହୋଇ ୟୁରୋପ ସମେତ ଆମେରିକାରେ ଆତଙ୍କ ମଚାଇଥିଲା କୋରୋନା | ଏପରିକି ଆମେରିକା, ଫ୍ରାନ୍ସ, ଇଟାଲୀ, ସ୍ପେନ, ଜର୍ମାନ ଆଦି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଚାଲିଥିଲା |  ଚଳିତ ବର୍ଷ ଆରମ୍ଭରୁ ବେଶ କିଛି ଦିନ ଧରି ତାଣ୍ଡବ ଖେଳାଇବା ପରେ ପୁଣି ଥରେ ଚୀନକୁ କଡ ଲେଉଟାଇଛି ମହାମାରୀ କୋରୋନା  |  

ଏନେଇ ଚୀନ ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି ବିଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ବେଜିଂରେ  ୩୬ କୋଭିଡ19 ପଜିଟିଭ ଚିହ୍ନଟ ହୋଇଛନ୍ତି | ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ନେଇ ଜାରି ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି | ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ଏବଂ କ୍ରୀଡା ଜନିତ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି |

Add Zee News as a Preferred Source

ରାଜଧାନୀ ବେଜିଂରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ବିଦେଶରୁ ଫେରିଥିବା ବେଳେ ୧୭ ଗ୍ୱାଙ୍ଗଡୋଙ୍ଗରୁ ଆସିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ମୋଟ ୮୩,୧୩୨ କୋଭିଡ19 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୬୩୪  ରହିଛି |  ସମଗ୍ର ବିଶ୍ୱରେ କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାର ସର୍ବାଗ୍ରେ ରହିଛି  ଯୁକ୍ତରାଷ୍ଟ୍ର ଆମେରିକା |  ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ମିଲିୟନ ଅର୍ଥାତ ୨୦ ଲକ୍ଷ ପାର କରି ସାରିଲାଣି |