Advertisement
Article Detail0/zeeodisha/odisha692921
Zee OdishaOther Newsକୋଭିଡ19 ସତର୍କତା: ବଦ୍ରିନାଥ ଯାତ୍ରା ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

କୋଭିଡ19 ସତର୍କତା: ବଦ୍ରିନାଥ ଯାତ୍ରା ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

କୋରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ବଦ୍ରିନାଥ ଯାତ୍ରା ବାତିଲ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ | 

କୋଭିଡ19 ସତର୍କତା: ବଦ୍ରିନାଥ ଯାତ୍ରା ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

ଡେରାଡୁନ: କୋରୋନା ମହାମାରୀର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ କାରଣରୁ ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା ଧର୍ମାନୁଷ୍ଠାନ | ଜୁନ ୮ ତାରିଖ ସୋମବାର ଠାରୁ ଏହାକୁ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି | ଏହାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି | ମାତ୍ର ଏହି ଯାତ୍ରାକୁ ନେଇ ବିରୋଧ ଦେଖାଗଲାଣି | ବଦ୍ରିନାଥ ଯାତ୍ରା ଯେଉଁ ରାସ୍ତାରେ ଅନୁଷ୍ଠିତ ହେବ ତାହାକୁ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରୁଛନ୍ତି | ଏହା ଦ୍ୱାରା କୋରୋନା ସଂକ୍ରମଣ ଜନିତ ମାମଲା ବଢିବାର ସମ୍ଭାବନା ଥିବାରୁ ଏହାକୁ ବନ୍ଦ କରିବା ପାଇଁ ସେଠାକାର ଲୋକେ ଦାବି କରିଛନ୍ତି | 

ଯୋଶୀମଠ ବ୍ଲକର ମୁଖ୍ୟ ଅନୁପ ସିଂହ କହିଛନ୍ତି ଏଠାକାର ଲୋକେ ବଦ୍ରିନାଥ ଯାତ୍ରା ଆରମ୍ଭ ହେବା ନେଇ ଚାହୁଁନାହାଁନ୍ତି | ଆମେ ଏହି ଯାତ୍ରା ଆରମ୍ଭ କରିବା ସପକ୍ଷରେ ନାହୁଁ | କାରଣ ବିପଦ ବର୍ତ୍ତମାନ ସୁଦ୍ଧା ଟଳି ନାହିଁ | ଆମକୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ | ଏହା ସେତେବେଳ ସମ୍ଭବ, ଯେତେବେଳେ ବଦ୍ରିନାଥ ଯାତ୍ରାକୁ ବାତିଲ କରାଯିବ | ଯୋଶୀମଠରେ କୌଣସି ଚିକିତ୍ସା ସୁବିଧା ନାହିଁ | ସରକାର ନିଜ ନିଷ୍ପତ୍ତି ଉପରେ ପୁନର୍ବାର ବିଚାର କରନ୍ତୁ | ଅନ୍ୟପଟେ ପାଣ୍ଡୁକେଶ୍ୱର ମୁଖ୍ୟ ବବିତା ଦେବୀ କହିଛନ୍ତି ସରାକାର ବଦ୍ରିନାଥ ଯାତ୍ରା ପାଇଁ ଅନୁମତି ନଦେବା ଦରକାର |  ଚଳିତ ବର୍ଷ ଏହି ଯାତ୍ରା ଆୟୋଜିତ ହେବା ନେଇ ଆମେ ଚାହୁଁନାହୁଁ | କୋରୋନା ବ୍ୟାପିବାର ସମ୍ଭାବନା ଏପର୍ଯ୍ୟନ୍ତ ଟଳିନାହିଁ |  ବ୍ରଦିନାଥ ଯାତ୍ରାକୁ ବନ୍ଦ କରିବା ପାଇଁ ଆମେ ସରକାରଙ୍କ ନିକଟରେ ଦାବି କରୁଛୁ |

ବଦ୍ରିନାଥ ନଗର ପଞ୍ଚାୟତର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁନୀଲ ପୁରୋହିତ କହିବା ଅନୁସାରେ ଯାତ୍ରା ଆରମ୍ଭ କରିବା ପାଇଁ  ଆବଶ୍ୟକୀୟ ପ୍ରସ୍ତୁତି ଆମେ କରିସାରିଛୁ | ସାମାଜିକ ଦୂରତା ରକ୍ଷା କରିବା  ଉପରେ ଗୁରୁତ୍ୱ ଦିଆଯାଉଛି | ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ ରଖାଯାଉଛି | ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି | ଆମେ ଯାତ୍ରା ଆରମ୍ଭ କରିବା ଅପେକ୍ଷାରେ ରହିଛୁ | ମେ ୧୫ ତାରିଖରୁ ବନ୍ଦ ଥିବା ଉତ୍ତରାଖଣ୍ଡର  ଚମୋଲି ଜିଲ୍ଲା ସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥଳ ଅନେକ ଦିନ ପରେ ଖୋଲିଛି | ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୁଖ୍ୟ ପୂଜାରୀଙ୍କ ସମେତ କେବଳ ୨୮ ଜଣଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା | ଧର୍ମାନୁଷ୍ଠାନ, ହୋଟେଲ, ରେସ୍ତୁରାଁ, ସପିଂମଲ ଖୋଲିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି |  ତଥାପି କଣ୍ଟେନମେଣ୍ଟ ଜୋନରେ ଏ ପର୍ଯ୍ୟନ୍ତ କଟକଣା ଜାରି ରହିଛି |       

Add Zee News as a Preferred Source