କୋରୋନାକୁ ନେଇ ଦିଲ୍ଲୀରୁ ଦୁଃଖଦ ଖବର

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି

କୋରୋନାକୁ ନେଇ ଦିଲ୍ଲୀରୁ ଦୁଃଖଦ ଖବର
Pic Courtesy: ANI

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସଂନ୍ଧ୍ୟା ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା ୬୦୬ ଓ ମୃତ୍ୟୁ ସଂଖ୍ୟା ୧୦ ଥିବାବେଳେ ତାହା ବର୍ତ୍ତମାନ ବଢି ଆକ୍ରାନ୍ତଙଅକ ସଂଖ୍ୟା ୬୪୯ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । 

ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତକାଲି ତୁଳନାରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଦିଲ୍ଲୀର ମୋହୋଲା କ୍ଲିନିକର ଡାକ୍ତର ସମେତ ଆଉ ୪ଜଣ COVID19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଃଖର କଥା ଯେ କୋରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଘଟଣାମ ସାମ୍ନାକୁ ଆସିବା ପରେ ମୋହୋଲା କ୍ଲିନିରକର ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନେ ରଖାଯାଇଛି । ସୂଚନା ମୁତାବକ ପଜିଟିଭ ଚିହ୍ନଟ ହୋଇଥିବା ଡାକ୍ତରଙ୍କ ସଂସ୍ପର୍ଶରେ ୮୦୦ ଜଣ ଲୋକ ଆସିଛନ୍ତି । ସମସ୍ତଙ୍କୁ ବର୍ତ୍ତମାନ ଅବଜରଭେସନରେ ରଖାଯିବା ସହିତ ଏହିପରି ଘଡିସନ୍ଧି ମୁହୂର୍ତ୍ତରେ ଘରୁ କେହି ନ ବାହାରି ଲକ୍ ଡାଉନକୁ ସଫଳ କରିବାକୁ ଅପିଲ୍ କରାଯାଇଛି ।