କୋରୋନା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛି ଶିବସେନା |
Trending Photos
)
ମୁମ୍ବାଇ: ମହାରାଷ୍ଟ୍ରକୁ ଅବହେଳା କରୁଥିବା ନେଇ କେନ୍ଦ୍ରରେ କ୍ଷମତାସୀନ ପିଏମ ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟର ଶାସନ ଗାଦିରେ ବସିଥିବା ଶିବସେନା | ବୁଧବାର ଦଳୀୟ ମୁଖପତ୍ର ସାମ୍ନାରେ ପ୍ରକାଶିତ ସମ୍ପାଦକୀୟରେ ରାଜ୍ୟର ପର୍ଯ୍ୟଟନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛି ଦଳ | ଏହାକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବା ଲାଗି କୌଣସି ବ୍ୟବସ୍ଥା ହୋଇନଥିବା ନେଇ ମହାରାଷ୍ଟ୍ରର ଶାସକ ଦଳ ପକ୍ଷରୁ କୁହାଯାଇଛି|
କୋରୋନା ମହାମାରୀ ଯୋଗୁଁ ରାଜ୍ୟର ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି | ମୁମ୍ବାଇ, ମାଥେରନ, ମହାବଳେଶ୍ୱର ଲୋନାଭାଲା-ଖଣ୍ଡାଲା, ଆଲିବାଗ ଭଳି ପର୍ଯ୍ୟଟନ ସ୍ଥଳୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି | ପ୍ରକାଶିତ ହୋଇଥିବା ସାମ୍ନା ସମ୍ପାଦକୀୟରେ କୁହାଯାଇଛି ରାଜ୍ୟର ଆର୍ଥିକ ସ୍ଥିତି ଖରାପ ରହିଛି | ମହାରାଷ୍ଟ୍ରର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଦାୟିତ୍ୱ ନେବା ଦରକାର | କାରଣ କେନ୍ଦ୍ର ସରକାରଙ୍କୁ ବେଶ ମୋଟା ଅଙ୍କର କର ଦେଇଥାଏ ରାଜ୍ୟ |
ଲକ ଡାଉନ ବେଳେ ଆତ୍ମ ନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର ମାତ୍ର ମହାରାଷ୍ଟ୍ରର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇନାହିଁ | ବର୍ତ୍ତମାନର ମୋଦି ସରକାରଙ୍କ ଶାସନ ସମୟରେ ବ୍ୟବସାୟ କରିବା ପାଇଁ ପରିବେଶ ଅନୁକୂଳ ନୁହେଁ। ଏଠାରେ ଯେଉଁମାନେ ଲାଭ କରୁଛନ୍ତି ସେମାନଙ୍କୁ ଡକାୟତ ଏବଂ ଲୁଟେରା ଭାବରେ ଦେଖାଯାଏ | ବର୍ତ୍ତମାନ ସ୍ଥିତିରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ସ୍ୱାଭାବିକ କରିବା ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଗାଡୀ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ |
ବିମୁଦ୍ରାକରଣ ପ୍ରସଙ୍ଗରେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ଦଳୀୟ ମୁଖପତ୍ରସ ମାଧ୍ୟମରେ ଟାର୍ଗେଟ କରି ଦଳ କହିଛି ଏହା ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ବ୍ୟାପାରୀ କ୍ଷତିଗ୍ରସ୍ତ ହୋଇଛନ୍ତି | ଲୋକାଭିମୁଖୀ ମହାବିକାଶ ଅଗାଡି ସରକାରଙ୍କ ପରିବହନ ନୀତି କାରଣରୁ ପୁଣି ଥରେ ରାଜ୍ୟ ବର୍ତ୍ତମାନ ଚାଲିଥିବା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବ | ମୌସୁମୀ ପୂର୍ବରୁ କୋରୋନା ମହାମାରୀର ପ୍ରଭାବ ହ୍ରାସ ପାଇବ | ମହାରାଷ୍ଟ୍ର ପୁଣି ଥରେ ସମୃଦ୍ଧଶାଳୀ ରାଜ୍ୟର ଗୌରବ ଫେରି ପାଇବ |
ଦେଶର ଜଙ୍ଗଲ ନିଆଁ ଭଳି କୋରୋନା ଭାଇରସ ବ୍ୟାପି ଚାଲିଛି | ଏଭଳି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶର ମୋଟ ଜିଡିପିର ୧୦ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ରାଶି ଭାବେ ଘୋଷଣା କରିଛନ୍ତି | ଏନସିପି ମୁଖ୍ୟ ଶରଦ ପାୱର ସହୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି | ଏହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବାକୁ ଦଳ ଦାବି କରିଛି |