Advertisement
Article Detail0/zeeodisha/odisha696286
Zee OdishaOther Newsକୋଭିଡ19 ପ୍ରକୋପ: ଚୀନରେ ପୁଣି ବଢିଲା ସଂକ୍ରମଣ ଆଶଙ୍କା

କୋଭିଡ19 ପ୍ରକୋପ: ଚୀନରେ ପୁଣି ବଢିଲା ସଂକ୍ରମଣ ଆଶଙ୍କା

ଚୀନରେ ପୁଣି ଥରେ କୋରୋନା ସଂକ୍ରମଣ ଜନିତ ଆଶଙ୍କା ବଢିଯାଇଛି |

 କୋଭିଡ19 ପ୍ରକୋପ: ଚୀନରେ ପୁଣି ବଢିଲା ସଂକ୍ରମଣ ଆଶଙ୍କା

ବେଜିଂ: ଗତବର୍ଷ ଡିସେମ୍ବରରୁ ଚୀନ ଉହାନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ମହାମାରୀ କୋରୋନା ଭାଇରସ | ଚଳିତ ବର୍ଷ ପ୍ରାରମ୍ଭରେ ବେଶ କିଛି ଦିନ ଧରି ସେଠାରେ ଉପସ୍ଥିତି ଜାହିର କରିବା ପରେ ୟୁରୋପ ଏବଂ ଆମେରିକା ମୁହାଁ ହୋଇଥିଲା କୋଭିଡ19 | ଯଦିଓ ଚୀନରେ ସ୍ଥିତି ସୁଧୁରିଛି, ମାତ୍ର ଦେଶରେ ପୁଣି ଥରେ କୋରୋନା ସଂକ୍ରମଣ ଆଶଙ୍କା ବଢିଯାଇଛି |   

ଜୁନ ୧୫ ତାରିଖ ସୋମବାର ଚୀନରେ ୪୯ଟି କୋଭିଡ19 ଜନିତ ମାମଲା ସାମ୍ନାକୁ ଆସିବା ପରେ ବିପଦର କଳାବାଦଲ ପୁଣି  ଥରେ ମୁଣ୍ଡ ଟେକିଛି | ଗତ ରବିବାର ଦେଶରେ ୫୭ଟି କୋରୋନା ମାମଲା ସାମ୍ନାକୁ ଆସିବା ପରେ, ଏପ୍ରିଲରେ ଆସିଥିବା ମାମଲା ଠାରୁ ଅଧିକ ରହିଥିଲା | ଏନେଇ ସୋମବାର ଚୀନ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଆଜି ଚିହ୍ନଟ ହୋଇଥିବା ୪୯ଟି ନୂଆ ମାମଲା ମଧ୍ୟରୁ ୩୯ଟି ରାଜଧାନୀ ବେଜିଂରେ ଏବଂ ଅନ୍ୟ ୩ଟି ହୁବେଇ ପ୍ରାନ୍ତର ଥିବା ଜଣାପଡିଛି |

ଦେଶର ରାଜଧାନୀରେ ଆସିଥିବା ମାମଲା ସେଠାକାର ବୃହତ୍ତ ହୋଲସେଲ ଖାଦ୍ୟ ବଜାର ସହିତ ସମ୍ପୃକ୍ତ | ଏହା ଉତ୍ତର-ପଶ୍ଚିମ ଜିଲ୍ଲାରେ ଅବସ୍ଥିତ | ଶନିବାର ଦିନ ଏହି ବଜାର ସମେତ ନିକଟସ୍ଥ ମାର୍କେଟ ଏବଂ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା | ଏହି ଖାଦ୍ୟ ବଜାର ନିକଟରେ ଥିବା ୧୧ଟି ଆବାସିକ ଅଞ୍ଚଳକୁ ତାଲା ପକାଇ ରଖାଯାଇଛି | ଲୋକଙ୍କୁ ବେଜିଂ ଯାତ୍ରା ନକରିବାକୁ ଚେତାବନୀ ଦିଆଯାଇଛି | ଏଠାରେ ବଡ ଧରଣର କୋଭିଡ19 ଟେଷ୍ଟ କରାଯାଇଛି | 

Add Zee News as a Preferred Source

ଏନେଇ ଚୀନର ସରକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ରାଜଧାନୀ ବେଜିଂରେ ୪୬,୦୦୦ ଲୋକଙ୍କ ପରୀକ୍ଷା କରାଯିବ | ପୂର୍ବରୁ ୧୦,୦୦୦ ଲୋକଙ୍କ ପରୀକ୍ଷା କରାଯାଇଛି | ବିଦେଶରେ ଥିବା ଚୀନ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଦେଶରେ କୋରୋନା ମାମଲା ବଢିବାରେ ଲାଗିଛି |  ସୋମବାର ଏପରି ଧରଣର ୧୦ଟି ମାମଲା ଚିହ୍ନଟ କରାଯାଇଛି | ଗତ ମେ ଆରମ୍ଭରୁ ଏପର୍ଯ୍ୟନ୍ତ ଚୀନରେ କୋଭିଡ19 ଜନିତ ୧୭୭ କୋରୋନା ମାମଲା ସକ୍ରିୟ ରହିଛି |