ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୫୦ ଲକ୍ଷ ପାର କରି ସାରିଥିବା ବେଳେ ମୃତ୍ୟୁସଂଖ୍ୟା ୭୧୩୫ ରହିଛି |
Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ତାଣ୍ଡବରୁ ବର୍ତ୍ତି ପାରିନାହିଁ ଭାରତ | ଦେଶରେ କୋରୋନା ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଜୁନ ୮ ତାରିଖ ସୋମବାର ୯୯୮୩ଟି ନୂତନ କୋରୋନା ମାମଲା ସମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୫୦ ହଜାର ପାର କରିସାରିଛି | ଅନ୍ୟପଟେ ମୃତ୍ୟୁ ସଂଖ୍ୟା ୭୧୩୫ ରହିଛି |
ଅନ୍ୟପଟେ କୋରାନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ଥିବା ମହାରାଷ୍ଟ୍ରରେ ୮୫୯୭୫ କୋଭିଡ19 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୩ ହଜାରରୁ ଅଧିକ ମାମଲା ଦ୍ୱିତୀୟ ଥର ପାଇଁ ଆସିଛି | ବିଗତ ୨୪ ଘଣ୍ଟା ମଧ୍ୟରେ ୩୦୦୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଅନ୍ୟପଟେ ମୁମ୍ବାଇରେ ୧୪୨୦ କୋଭିଡ19 ପଜିଟିଭ ବାହାରି ଥିବା ବେଳେ ୯୧ ଲୋକଙ୍କ ମୃତ୍ୟୁ ଘଟିଛି| ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୦୬୦ ରହିଛି |
ଏହା ପଛକୁ ରହିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ | ଯେଉଁଠି ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୦୦ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୬୫୪ ରହିଛି | ଏହା ମଧ୍ୟରେ ୧୬,୨୨୯ଟି ସକ୍ରିୟ ମାମଲା ରହିଛି | ଦେଶରେ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ରହିଛି ଦିଲ୍ଲୀ |
ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ1 ଜାରି ହୋଇଥିବା ହେବା ଦୋକାନ ବଜାର, ମଲ ଏବଂ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାରୀ ଅନୁମତି ମିଲିଛି | ଅନ୍ୟପଟେ ମହାରାଷ୍ଟ୍ର, ଗୋଆ, ଓଡିଶା ଭଳି ରାଜ୍ୟରେ କୋଭିଡ19 ମୁକାବିଲା ପାଇଁ ପ୍ରାୟ ଅଢେଇ ମାସ ଧରି ଲକଡାଉନ ଲାଗୁ ହେବା ପରେ ଏବେ ଦୋକାନ ବଜାର ଖୋଲିଛି |