Advertisement
Article Detail0/zeeodisha/odisha692862
Zee OdishaOther Newscovid19 upadte: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ପାର

covid19 upadte: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ପାର

ବିଶ୍ୱରେ କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ଭାରତ | ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨.୫୦ ଲକ୍ଷ ପାର କରିସାରିଛି |    

covid19 upadte: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ପାର

ନୂଆଦିଲ୍ଲୀ: ଗତବର୍ଷ ଡିସେମ୍ବରରୁ ଚୀନରୁ ଉତ୍ପତ୍ତି ଲାଭ କରି ସମଗ୍ର ବିଶ୍ୱରେ ତାଣ୍ଡବ ଖେଳାଇଥିବା କୋରୋନା ଭାଇରସର ପ୍ରକୋପ ଚଳିତ ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ ବଳବତ୍ତର ରହିଛି | ବିଗତ ୨୪ ଘଣ୍ଟା ମଧ୍ୟରେ ୭୭,୭୫୦ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ପାର କରିସାରିଛି | 

କୋଭିଡ19କୁ ନେଇ ୱାର୍ଲ୍ଡ ମିଟର ୱେବସାଇଟରେ ଜୁନ ୮ ତାରିଖ ସୋମବାର ମଧ୍ୟାନ୍ନ ପର୍ଯ୍ୟନ୍ତ ଦିଆଯାଇଥିବା ତଥ୍ୟ ଅନୁସାରେ ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦.୪୬ ଲକ୍ଷ ପାର କରି ସାରିଥିବା ବେଳେ ମୃତ୍ୟୁସଂଖ୍ୟା ୪.୦୩ ଲକ୍ଷ ରହିଛି | ଗତକାଲି ୧୮୬୨ ଲୋକଙ୍କ ମୃତ୍ୟୁ ଘଟିଛି | କୋଭିଡ19 ଜନିତ ୩୨ ଲକ୍ଷ ସକ୍ରିୟ ମାମଲାରୁ  ଦୁଇ ପ୍ରତିଶତ ଅର୍ଥାତ ୫୩୭୬୨ରୋଗୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ, ୯୮% ଅର୍ଥାତ ୩୧ଲକ୍ଷ ୪୬ହଜାର ୯୦୬ ଆକ୍ରାନ୍ତଙ୍କ ଅବସ୍ଥା ସାମାନ୍ୟ ରହିଛି |

କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ରହିଛି | ବିଗତ ୨୪ ଘଣ୍ଟାରେ ଏଠାରେ ୯୨୬୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯.୯୭ ଲକ୍ଷ ରହିଛି | ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଲାଟିନ ଆମେରିକୀୟ ଦେଶ ବ୍ରାଜିଲ | ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬.୭୮ ଲକ୍ଷ ରହିଛି | 

Add Zee News as a Preferred Source

ଅନ୍ୟପଟେ ୱାର୍ଲ୍ଡ ମିଟର ୱେବସାଇଟରେ ପ୍ରଦତ୍ତ ତଥ୍ୟ ଅନୁସାରେ ତୃତୀୟରେ ଥିବା ଋଷିଆରେ ୪.୬୭ ଲକ୍ଷ, ଚତୁର୍ଥରେ ଥିବା ସ୍ପେନରେ ୨.୮୮ ଲକ୍ଷ, ପଞ୍ଚମରେ ଥିବା ୟୁକେରେ ୨.୮୬ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ଭାରତ | ଏଠାରେ ମୋଟ ପଜିଟିଭଙ୍କ ସଂଖ୍ୟା ୨.୫୭ ଲକ୍ଷ ରହିଛି | କୋରୋନାକୁ ନେଇ ବେଶ କିଛି ଦିନ ପୂର୍ବେ ଚର୍ଚ୍ଚାରେ ଥିବା ଇଟାଲୀରେ ୨.୩୪ ଲକ୍ଷ, ପେରୁରେ ୧.୯୧ ଲକ୍ଷ, ଜର୍ମାନୀରେ ୧.୮୫ ଲକ୍ଷ ଏବଂ ଇରାନରେ ୧.୭୧ ଲକ୍ଷ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି |  

କୋରୋନା ଜନିତ ମୃତ୍ୟୁ ମାମଲାରେ ସର୍ବାଗ୍ରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା | ଏଠାରେ ମୃତ୍ୟୁ ସଂଖ୍ୟା ୧.୧୨ ଲକ୍ଷ ରହିଛି |  କୋଭି଼ଡ19 ମୃତ୍ୟୁ ତାଲିକାରେ ବ୍ରିଟେନ ଦ୍ୱିତୀୟ ସ୍ଥାନରେ ରହିବା ସହ ମୃତ୍ୟୁ ସଂଖ୍ୟା ୪୦,୫୪୨ ଅଛି | ତୃତୀୟ ସ୍ଥାନରେ ବ୍ରାଜିଲ ରହିଛି | ଏହି ଲାଟିନ ଆମେରିକୀୟ ଦେଶରେ ମୃତ୍ୟୁ ସଂଖ୍ୟା ୩୬,୦୭୮ ରହିଛି | ଚତୁର୍ଥ ସ୍ଥାନରେ ଇଟାଲୀ ରହିବା ସହ ମୃତ୍ୟୁ ସଂଖ୍ୟା ୩୩,୮୯୯ରେ ପହଞ୍ଚିଛି | ଅନ୍ୟପଟେ ଫ୍ରାନ୍ସରେ ୨୯୧୫୫ ଏବଂ ସ୍ପେନରେ ୨୭୧୩୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |