ଦେଶରେ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ |
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ଏହା ଯୋଗୁଁ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଙ୍କ ତାଲିକାରେ ରହିଛନ୍ତି ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀ | କେତେକ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣା ହାରରେ ବଢୁଥିବା ବେଳେ, ଅନ୍ୟ ପ୍ରଦେଶରେ ଏହି ସଂଖ୍ୟା ୧୦ ଗୁଣା ବୃଦ୍ଧି ପାଉଛି | ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖା ୨ଲକ୍ଷ ୩୬ ହଜାର ୬୫୭ରେ ପହଞ୍ଚିଛି |
ଲକ ଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚଳିତ ବର୍ଷ ମେ ପହିଲାରୁ ଆରମ୍ଭ ହୋଇଥିଲା ଶ୍ରମିକ ସ୍ପେଶାଲ ଟ୍ରେନ | ଯାହାର ଫଳସ୍ୱରୂପ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିବା ପରେ ସେଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି | ଅନ୍ୟପଟେ ବିଦେଶରେ ଫସି ରହିଥିବା ଭାରତୀୟ ଫେରାଇ ଆଣିବାକୁ ମେ ୭ ତାରିଖରୁ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ବିମାନ ସେବା |
ମେ ୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ସେଦିନ ପ୍ରାୟ ୩୫ ହଜାର କୋରୋନା ପଜିଟିଭ ବାହାରିଥିବା ବେଳେ, ମୃତ୍ୟୁ ସଂଖ୍ୟା ୧୧୫୦ରୁ କମ ଥିଲା | ଜୁନ ୬ ତାରିଖ ଶନିବାର ପର୍ଯ୍ୟନ୍ତ ଦେଶରେ ମୋଟ ୨ ଲକ୍ଷ ୩୬ ହଜାର କୋରୋନା କୋରୋନା ଚିହ୍ନଟ ହୋଇ ସାରିଛନ୍ତି | ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ପଜିଟିଭ ବାହାରି ଥିବା ବେଳେ ୨୯୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |