covid19 update: ସଂକ୍ରମଣ ମାମଲାରେ ବୁହାନକୁ ଟପିଲା ମୁମ୍ବାଇ
Advertisement

covid19 update: ସଂକ୍ରମଣ ମାମଲାରେ ବୁହାନକୁ ଟପିଲା ମୁମ୍ବାଇ

କୋଭିଡ19 ସଂକ୍ରମଣ ମାମଲାରେ ବୁହାନକୁ ଟପିଯାଇଛି ମୁମ୍ବାଇ |  

covid19 update: ସଂକ୍ରମଣ ମାମଲାରେ ବୁହାନକୁ ଟପିଲା ମୁମ୍ବାଇ

ମୁମ୍ବାଇ: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋଭିଡ19କୁ ନେଇ ଗତବର୍ଷ ଡିସେମ୍ବରରୁ ଚର୍ଚ୍ଚାରେ ରହିଥିଲା ଚୀନର ବୁହାନ ସହର | ହେଲେ ଏବେ କୋରୋନା ସଂକ୍ରମଣ ମାମଲାରେ ଏହି ସହରକୁ ଟପିଯାଇଛି ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ | ଦେଶରେ କୋରାନ ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର | 

ମୁମ୍ବାଇରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧ହଜାର ୧୧୦ ରହିଥିବା ବେଳେ, ବୁହାନରେ ୫୦,୩୪୦ ରହିଥିଲା |  ବିଗତ ୨୪ ଘଣ୍ଟାରେ ମୁମ୍ବାଇରେ ୫୮ ମୃତ୍ୟୁ ସହ  ମୋଟ କୋଭିଡ19 ଜନିତ ମୃତକଙ୍କ ସଂଖ୍ୟା ୧୭୬୦ ରହିଛି | ଅନ୍ୟପଟେ ମହାରାଷ୍ଟ୍ରରେ ବିଗତ ଗୋଟିଏ ଦିନ ମଧ୍ୟରେ ୨୨୫୯ଟି ନୂଆସ ମାମଲା ସାମ୍ନାକୁ ଆସିବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୭୮୭ ରହିଛି |

ଏହା ସହିତ ଗତ ୨୪ ଘଣ୍ଟାରେ ୧୨୦ ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୮୯ ରହିଛି | ମୁମ୍ବାଇରେ ଲୋକଲ ଟ୍ରେନ୍, ସେଲୁନ୍, ଧାର୍ମିକ ସ୍ଥାନ ଏବଂ ମଲ୍ ବନ୍ଦ ରହିଛି। ଏହା ସତ୍ତ୍ୱେ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ବଢୁଥିବା କୋଭିଡ19 ପଜିଟିଭଙ୍କ ସଂଖ୍ୟା ସମସ୍ତଙ୍କୁ ଚକିତ କରିଛି | ଏଭଳି ପରିସ୍ଥିତି କେବେ ନିୟନ୍ତ୍ରଣକୁ ଆସିବ ତାକୁ ନେଇ ଲାଗିରହିଛି ସନ୍ଦେହ |