covid19 update: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସଙ୍ଗୀନ ହେଉଛି ସ୍ଥିତି
Advertisement

covid19 update: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସଙ୍ଗୀନ ହେଉଛି ସ୍ଥିତି

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ପରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି |

 

 covid19 update: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସଙ୍ଗୀନ ହେଉଛି ସ୍ଥିତି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ତାଣ୍ଡବରୁ ବର୍ତ୍ତି ପାରିନାହିଁ ଭାରତ | ଏହି ମହାମାରୀ ଯୋଗୁଁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି | ବିଗତ ୨୪ ଘଣ୍ଟା ମଧ୍ୟରେ ୯୯୯୬ଟି ନୂଆ ମାମଲା ଆସିଥିବା ବେଳେ, ୩୫୭ ଲୋକଙ୍କ ମୃତ୍ୟୁ ଘଟିଛି | ଦେଶରେ ମୋଟ ମୃତକଙ୍କ ସଂଖ୍ୟା  ୮୧୦୨ରେ ପହଞ୍ଚିଛି |  

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬,୫୭୯ ରହିଛି | ବିଶେଷଜ୍ଞଙ୍କ କହିବା ଅନୁସାରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଯିବାର ସମ୍ଭାବନା ରହିଛି | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୪୧ ହଜାର ୦୨୯ ସୁସ୍ଥ ହୋଇଥିବା ବେଳେ  ୧ଲକ୍ଷ ୩୭ହଜାର ୪୪୮ ସକ୍ରିୟ ମାମଲା ରହିଛି | କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର | 
   

ଏହି ରାଜ୍ୟରେ ୯୪,୦୪୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬୦୮୬ଟି ମାମଲା ସକ୍ରିୟ ରହିଛି | ଅନ୍ୟପଟେ ୪୪୫୧୭ କୋରାନା ଆକ୍ରାନ୍ତ ସୁସ୍ଥ ହେବା ସହ ୩୪୩୮ ଲୋକଙ୍କ ମୃତ୍ୟୁ ଘଟିଛି | ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଯଦି ବର୍ତ୍ତମାନ ସ୍ଥିତିରେ ଲୋକଙ୍କୁ ଆଶ୍ୱସ୍ତି ଦେବା ପରେ ମହଙ୍ଗା ସାବ୍ୟସ୍ତ ହେବ ପୁଣି ଥରେ ଲକଡାଉନ କରିବାକୁ ପଡିବ |

ତାମିଲନାଡୁରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ | ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କୋଭିଡ19 ମାମଲା ୩୬୮୪୧କୁ ବୃଦ୍ଧି ପାଇଛି | ବର୍ତ୍ତମାନ ୧୭୧୮୨ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ, ୧୯୩୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ  ରାଜ୍ୟରେ ୩୨୬ ପଜିଟିଭଙ୍କ ମୃତ୍ୟୁ ଘଟିଛି | ଦେଶରେ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି |

ଅନ୍ୟପଟେ କୋଭିଡ19 ମାମଲାରେ ତୃତୀୟ ସ୍ଥାନରେ ରହିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ | ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୮୧୦କୁ ବୃଦ୍ଧି ପାଇଛି | କୋରୋନା ଭାଇରସର ମୁକାବିଲା ପାଇଁ ମେଡିକାଲରେ ଶଯ୍ୟାର ବହୁତ ଅଭାବ ରହିଛି | ଏଠାରେ ୧୯୫୮୧ ସକ୍ରିୟ ମାମଲା ରହିଥିବା ବେଳେ, ୧୨,୨୪୫ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି | ଦିଲ୍ଲୀରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮୪ ରହିଛି |