covid19 update: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ପାର

ବିଶ୍ୱରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷସ ପାର କରିଛି |

covid19 update: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ପାର
ୱାଶିଂଟନ: ବିଶ୍ୱରେ ଥମିବାର ନାଁ ଧରୁନାହିଁ କୋରୋନା ମହାମାରୀର ତାଣ୍ଡବ | ଜୁନ ୧୧ ତାରିଖ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ୱାର୍ଲ୍ଡ ମିଟର ୱେବସାଇଟ(world meter website) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବିଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪,୯୩,୪୩୬ ରହିଥିବା ବେଳେ ୩୨,୬୮,୫୫୮ ମାମଲା ସକ୍ରିୟ ରହିଛି | ଅନ୍ୟପଟେ ୩୮,୦୫,୦୮୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଶ୍ୱବ୍ୟାପୀ ୪୧୯୭୯୫ ଲୋକଙ୍କ ମୃତ୍ୟୁ ଘଟିଛି | 
 
ବିଶ୍ୱରେ କୋରନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ସର୍ବାଗ୍ରେ ରହିଛି ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା | ଏଠାରେ ୨୦,୬୭,୩୫୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଦ୍ୱିତୀୟ ସ୍ଥାନରେ ରହିଥିବା ଲାଟିନ ଆମେରିକୀୟ ଦେଶ ବ୍ରାଜିଲରେ ୭,୭୫,୫୮୧ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି |    
 
ତୃତୀୟ ସ୍ଥାନରେ ରହିଥିବା ଋଷିଆରେ ୫,୦୨,୪୩୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଚତୁର୍ଥ ସ୍ଥାନରେ ରହିଥିବା ବ୍ରିଟେନରେ ୨୯୧୪୦୯ ଏବଂ ପଞ୍ଚମରେ ଥିବା ସ୍ପେନରେ ୨୮୯୩୬୦ କୋଭିଡ ପଜିଟିଭ ମାମଲା ସାମ୍ନାକୁ ଆସିଛି | 
 
କୋଭିଡ୧୯ ଯୋଗୁଁ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଦେଶଙ୍କ ମଧ୍ୟରେ ଷଷ୍ଠରୁ ଦଶମ ସ୍ଥାନ ମଧ୍ୟରେ ରହିଥିବା ଭାରତରେ ୨,୮୮,୦୬୧, ଇଟାଲୀରେ ୨,୩୫,୭୬୩, ପେରୁରେ ୨,୦୮,୮୨୩, ଜର୍ମାନୀରେ ୧,୮୬,୫୪୭ ଏବଂ ଇରାନରେ ୧୮୦୧୫୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | 
 
କୋରୋନା ଜନିତ ମୃତ୍ୟୁ ତାଲିକାରେ ସବୁଠୁ ଆଗରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା | ଏଠାରେ ୧୧୫୧୬୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | ଦ୍ୱିତୀୟ ସ୍ଥାନରେ ରହିଥିବା ୟୁକରେ ୪୧୨୭୯ ଲୋକଙ୍କ ମୃତ୍ୟୁ ଘଟିଛି | ତୃତୀୟ ସ୍ଥାନରେ ଥିବା ବ୍ରାଜିଲରେ ୩୯,୮୦୩, ଚତୁର୍ଥରେ ଥିବା  ଇଟାଲୀରେ ୩୪୧୧୪, ପଞ୍ଚମରେ ଥିବା ଫ୍ରାନ୍ସରେ ୨୯୩୧୯ ଏବଂ ଷଷ୍ଠରେ ଥିବା ୨୭୧୩୬ ଲୋକଙ୍କ ମୃତ୍ୟୁ ଘଟିଛି |