covid19 update: ଦେଶରେ ମୃତ୍ୟୁ ସଂଖ୍ୟା ୯୧୯୫
Advertisement

covid19 update: ଦେଶରେ ମୃତ୍ୟୁ ସଂଖ୍ୟା ୯୧୯୫

ଦେଶରେ କୋରନାେ ଜନିତ ମୃତ୍ୟୁ ସଂଖ୍ୟା ୯୧୯୫ ରହିଛି |

covid19 update: ଦେଶରେ ମୃତ୍ୟୁ ସଂଖ୍ୟା ୯୧୯୫

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀର ତାଣ୍ଡବ ଭାରତରେ ଜାରି ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପକ୍ଷରୁ ଜୁନ ୧୪ ତାରିଖ ରବିବାର ମଧ୍ୟାନ୍ନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୯୨୯ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୯୧୯୫ |

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୯୨୨ ରହିଥିବା ବେଳେ, ୧,୪୯,୩୪୮ ମାମଲା ସକ୍ରିୟ ଥିବା ବେଳେ ୧,୬୨,୩୭୯ ପଜଟିଭ ସୁସ୍ଥ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିବା ୩୧୧ ମୃତକଙ୍କ ମଧ୍ୟରେ ୧୧୩ ମହାରାଷ୍ଟ୍ରର, ଦିଲ୍ଲୀର ୫୭ ଗୁଜୁରାଟର ୩୩ ଏବଂ ତାମିଲନାଡୁର ୩୦ ଜଣ ରହିଛନ୍ତି | 

ଅନ୍ୟପଟେ ଉତ୍ତର ପ୍ରଦେଶରେ ୨୦, ପଶ୍ଚିମବଙ୍ଗରେ ୧୨, ରାଜସ୍ଥାନରେ ୧୦, ହରିୟାଣା ଏବଂ ତେଲେଙ୍ଗାନାରେ ୮, ମଧ୍ୟପ୍ରଦେଶରେ ୭, ବିହାରରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | ଆନ୍ଧ୍ର ପ୍ରଦେଶ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ୨ ଲେଖାଁଏ ମୃ୍ତ୍ୟୁ ଘଟିଛି |

ମୃତକଙ୍କ ମାମଲାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର | ଏଠାରେ ୩୮୩୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଗୁଜୁରାଟରେ ୧୪୪୮ ଏବଂ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୨୭୧ ଲୋକଙ୍କ ମୃତ୍ୟୁ ଘଟିଛି | ଦେଶରେ କୋରାନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସବୁଠୁ ଉର୍ଦ୍ଧ୍ୱରେ ରହିଛି ମହାରାଷ୍ଟ୍ର | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଏଠାରେ ୧,୦୪୫୬୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | 

ସମଗ୍ର ବିଶ୍ୱରେ କୋରୋନା ଯୋଗୁଁ ସର୍ବାଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରଥମ ୧୦ଟି ଦେଶଙ୍କ ତାଲିକାରେ ରହିଛି ଭାରତ | ଦେଶରେ ଯେତିକି କୋରୋନା ପଜିଟିଭ ଚିହ୍ନଟ ସେମାନଙ୍କ ମଧ୍ୟରୁ ୫୦.୫୯ ପ୍ରତିଶତ ଆକ୍ରାନ୍ତ ଚିକିତ୍ସିତ ହେବା ପରେ  ସୁସ୍ଥ ହୋଇଛନ୍ତି | ଦେଶରେ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା କୋରୋନା ମହାମାରୀର ମୁକାବିଲା କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ |