• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /covid19 update: ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୩୪୮

covid19 update: ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୩୪୮

ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬୩୪୮ ରହିଛି |

Published: Jun 05, 2020, 02:36 PM IST|Updated: Jun 05, 2020, 02:36 PM IST
joinshare
covid19 update: ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୩୪୮

Trending

  • News
  • Photos
  • Videos
Top 10 News Today: ଆଜି ପବିତ୍ର ରଜ ସଂକ୍ରାନ୍ତି,ଐତିହାସିକ ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ଅ

Top 10 News Today: ଆଜି ପବିତ୍ର ରଜ ସଂକ୍ରାନ୍ତି,ଐତିହାସିକ ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ଅ

top 10 news today12 min ago
2

Weather Update: ପାଣିପାଗ ବିଭାଗର ସୂଚନା,ଉତ୍ତର -ଉପକୂଳ ଓଡ଼ିଶାରେ ହେବ ବିକ୍ଷିପ୍ତ ବର୍ଷା!

weather update48 min ago
3

ବ୍ରହ୍ମପୁରରେ ‘ଡାଏରୀ’ ଟିମ୍, ଅର୍ଦ୍ଧେନ୍ଦୁଙ୍କୁ ଦେଖିବାକୁ ଜନ ସମୁଦ୍ର

OllywoodJun 14
4

Top 10 News: ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ, ବିପୁଳ ମାଓ ସାମଗ୍ରୀ ଜବତ ଓ ଅନ୍ୟ ଖବର

top 10 news todayJun 14
5

Fifa World Cup 2026: ବିଶ୍ୱକପ୍ ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଖବର, ଚୋରି ହୋଇଗଲା ଏହିଦଳର ଫୁଟବଲ ସ

FIFA World Cup 2026Jun 14

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୮୦୦ କୋଭିଡ19  ମାମଲା ସାମ୍ନାକୁ ଆସିଥିବା ବେଳେ ୨୭୩ ଲୋକଙ୍କ ମୃତ୍ୟୁ ଘଟିଛି |  ଭାରତରେ  ମୋଟ ୨ଲକ୍ଷ ୨୬ ହଜାର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୮.୨୭ ପ୍ରତିଶତ ସୁସ୍ଥ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦେଶ ବ୍ୟାପୀ ୨ଲକ୍ଷ୨୬ହଜାର ୭୭୦ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୧ଲକ୍ଷ୧୦ହଜାର ୯୬୦ ସକ୍ରିୟ ଆକ୍ରାନ୍ତ ରହିଛନ୍ତି |  ଅନ୍ୟପଟେ ୧ଲକ୍ଷ ୦୯ହଜାର ୪୬୧  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଜଣେ ପ୍ରବାସୀ ରହିଛନ୍ତି |  କୋରୋନ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୩୪୮ ରହିଛି |  

ବିଗତ ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୨୭୩ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୧୨୩, ଦିଲ୍ଲୀରେ ୪୪,  ଗୁଜୁରାଟରେ ୩୩, ଉତ୍ତର ପ୍ରଦେଶରେ ୧୬, ତାମିଲନାଡୁରେ ୧୨,  ପଶ୍ଚିମବଙ୍ଗର ୧୦,  ତେଲେଙ୍ଗାନାର ୬, ମଧ୍ୟ ପ୍ରଦେଶରେ ୬, କର୍ଣ୍ଣାଟକର ୪, ବିହାରର ୪, ରାଜସ୍ଥାନର ୪,  ଆନ୍ଧ୍ର ପ୍ରଦେଶର ୩, କେରଳର ୩, ଉତ୍ତରାଖଣ୍ଡର ୨, ଜମ୍ମୁ କାଶ୍ମୀରର ୧,  ହରିୟାଣାର ୧ ଏବଂ ଝାଡଖଣ୍ଡର ଜଣେ ରହିଛନ୍ତି | କୋରୋନା ଯୋଗୁଁ ମହାରାଷ୍ଟ୍ରରେ ୨୭୧୦, ଗୁଜୁରାଟରେ ୧୧୫୫,  ଦିଲ୍ଲୀରେ ୬୫୦, ମଧ୍ୟ ପ୍ରଦେଶରେ ୩୭୭, ପଶ୍ଚିମବଙ୍ଗର ୩୫୫, ଉତ୍ତର ପ୍ରଦେଶର  ୨୪୫,  ତାମିଲନାଡୁର ୨୨୦,  ରାଜସ୍ଥାନର ୨୧୩,  ତେଲେଙ୍ଗାନାର ୧୦୫,  ଆନ୍ଧ୍ର ପ୍ରଦେଶରେ ୭୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |  

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ମୋଟ ୪୩ ଲକ୍ଷ ୮୬ ହଜାର ୩୭୬ ନମୁନା ପରୀକ୍ଷା ହୋଇଥିବା ବେଳେ ବିଗତ ୨୪ ଘଣ୍ଟାରେ ୧ଲକ୍ଷ୪୩ହଜାର ୬୬୧ ନମୁନା ପରୀକ୍ଷା ହୋଇଛି | ଅନ୍ୟପଟେ ଗତ ଗୁରୁବାର ୯୩୦୪ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ, ୨୬୦ ମୃତ୍ୟୁ ହୋଇଛି | ଜାତୀୟ ରାଜଧାନୀ ଦିଲ୍ଲୀରେ  ୨୫ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ୧୪ହଜାର ୪୫୬ ସକ୍ରିୟ ମାମଲା ରହିଛି | ମୃତ୍ୟୁସଂଖ୍ୟା ୬୫୦ ରହିଛି | ଦିଲ୍ଲୀ ମେଟ୍ରୋରେ କାର୍ଯ୍ୟରତ ୨୦ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି |  

Add Zee News as a Preferred Source
TAGS:
covid19 update
death toll
covid19