Advertisement
Article Detail0/zeeodisha/odisha696126
Zee OdishaOther Newscovid19 update: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩.୩୨ ଲକ୍ଷ ପାର

covid19 update: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩.୩୨ ଲକ୍ଷ ପାର

ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୩.୩୨ ଲକ୍ଷ ପାର କରିଛି |

 covid19 update: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩.୩୨ ଲକ୍ଷ ପାର

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ପ୍ରକୋପ | ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଜୁନ ୧୫ ତାରିଖ ସୋମବାର ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୨ହଜାର ୪୨୪ରେ ପହଞ୍ଚି ଥିବାବେଳେ, ମତ୍ୟୁସଂଖ୍ୟା ରହିଛି ୯୫୨୦|        

ବିଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୦୨ଟି ନୂଆ ମାମଲା ସାମ୍ନାକୁ ଆସିଛି | ଦେଶବ୍ୟାପୀ ମୋଟ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧ଲକ୍ଷ ୬୯ହଜାର ୭୯୮ ପଜିଟିଭ ସୁସ୍ଥ ହୋଇଥିବା ବେଳେ, ୧ଲକ୍ଷ ୫୩ହଜାର ୧୦୬ ମାମଲା ସକ୍ରିୟ ରହିଛି | ସେମାନଙ୍କ ମଧ୍ୟରେ ଜଣେ ପ୍ରବାସୀ ରହିଥିବା ଜଣାପଡିଛି |  

ଦେଶରେ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି | ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୦୨ଟି ନୂଆ ମାମଲା  ଆସିଥିବା ବେଳେ ୩୨୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | 

Add Zee News as a Preferred Source

ମୋଟ ପଜିଟିଭଙ୍କ ମଧ୍ୟରୁ ୫୧.୦୭ ପ୍ରତିଶତ ସୁସ୍ଥ ହୋଇଛନ୍ତି | ଦେଶରେ ଏପର୍ଯ୍ୟନ୍ତ ୫୭ଲକ୍ଷ ୭୪ହଜାର ୧୩୩ କୋଭିଡ19 ନମୁନା ପରୀକ୍ଷା କରାଯାଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୧,୫୧୯ଟି ସାମ୍ପୁଲ ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(Indian Council of Medical Research-ICMR) ପକ୍ଷରୁ କୁହାଯାଇଛି |