Advertisement
Article Detail0/zeeodisha/odisha696810
Zee OdishaOther Newsହାମର ଚେତାବନୀ: ଜୁନ ୨୫ ସୁଦ୍ଧା କୋର୍ଡିନେସନ କମିଟି ଗଠନ କରିବାକୁ ଆରଜେଡିକୁ ଦେଲା ସମୟ

ହାମର ଚେତାବନୀ: ଜୁନ ୨୫ ସୁଦ୍ଧା କୋର୍ଡିନେସନ କମିଟି ଗଠନ କରିବାକୁ ଆରଜେଡିକୁ ଦେଲା ସମୟ

 ଜୁନ ୨୫ ତାରିଖ ମଧ୍ୟରେ କୋର୍ଡିନେସନ କମିଟି ଗଠନ କରିବାକୁ ଆରଜେଡିକୁ ସମୟ ଦେଲା ହାମ |

ହାମର ଚେତାବନୀ: ଜୁନ ୨୫ ସୁଦ୍ଧା କୋର୍ଡିନେସନ କମିଟି ଗଠନ କରିବାକୁ ଆରଜେଡିକୁ ଦେଲା ସମୟ

ପାଟନା: ସମଗ୍ର ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ସରଗରମ ରହିଛି ବିହାର ରାଜନୀତି | କାରଣ ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ସକ୍ରିୟ ହୋଇଉଠିଛି ଏଠାକାର ରାଜନୈତିକ ଶିବିର ଏବଂ ଦଳୀୟ ମହଲ | ଏହା ମଧ୍ୟରେ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି |  

ଗତବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନ ବେଳେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), କଂଗ୍ରେସ, ରାଷ୍ଟ୍ରୀୟ ଲୋକସମତା ପାର୍ଟି(ଆରଏଲଏସପି), ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା(ହାମ) ଏବଂ ବିକାଶଶୀଳ ଇନସାନ ପାର୍ଟି(ବିଇପି) ଆଦି ଦଳକୁ ନେଇ ଗଠିତ ହୋଇଥିଲା ମହାମେଣ୍ଟ | ହେଲେ ମେଣ୍ଟରେ ସବୁ କିଛି ଠିକଠାକ ଚାଲୁନଥିବା ଜଣାପଡିଛି |   

ମହାମେଣ୍ଟରେ ଏକ କୋର୍ଡିନେସନ କମିଟି(coordiantion committee) ଗଠନ କରିବାକୁ ଆରଜେଡିକୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ହାମ | ଏନେଇ ଦଳର ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ କହିଛନ୍ତି ଯଦି ଏହି ସମୟସୀମା ମଧ୍ୟରେ ଯଦି କମିଟି ଗଠନ କରିବାକୁ ନେଇ କୌଣସି ନିଷ୍ପତ୍ତି ନିଆନଯାଏ, ତାହାଲେ ଜୁନ ୨୫ ତାରିଖରେ ହାମ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଚିନ୍ତା କରିବ |   

Add Zee News as a Preferred Source

ଏହା ସହିତ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖି କହିଛନ୍ତି, "ସେ ସମ୍ବେଦନଶୀଳ | ହେଲେ ତାଙ୍କ ଆଦେଶକୁ ପାଳନ କରାଯାଉନାହିଁ | ମୁଖ୍ୟମନ୍ତ୍ରୀଙ୍କୁ ଜନପ୍ରତିନିଧିଙ୍କ ସହଯୋଗ ନେବାର ଆବଶ୍ୟକତା ରହିଛି | ରାଜ୍ୟରେ ହୋଇଥିବା ବିକ୍ରମ କୁଅଁର ଏବଂ ସନ୍ତୋଷ ହତ୍ୟାକାଣ୍ଡ ମାମଲାରେ ସିଆଇଡି ବଦଳରେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ସେ |  

ହାମ ଅଧ୍ୟକ୍ଷଙ୍କ ଏପରି ବୟାନ ଆସିବା ପରେ ବିରୋଧି ଦଳକୁ ନେଇ ଗଠିତ ମହାମେଣ୍ଟକୁ ଘେରିବାର ସୁଯୋଗ ପାଇଯାଇଛି ବିହାରରେ କ୍ଷମତାସୀନ ଥିବା ଜେଡିୟୁ ନେତୃତ୍ୱାଧିନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ(ଏନଡିଏ)| ପୂର୍ବରୁ ଏନଡିଏରେ ଅଂଶୀଦାର ଥିଲା ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା | ଗତବର୍ଷ ହୋଇଥିବା ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟରେ ଯୋଗ ଦେଇଥିଲା ହାମ |